Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତ ବଜାରରେ ଚୀନ୍‌ର ନକଲି ରସୁଣ ; ହାଇଆଲର୍ଟ ଜାରି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତ ବଜାରରେ ଚୀନ୍‌ର ନକଲି ରସୁଣ ; ହାଇଆଲର୍ଟ ଜାରି

ନୂଆଦିଲ୍ଲୀ: ଭାରତୀୟ ଖୁଚୁରା ବଜାରରେ ରସୁଣ ଦର ଏବେ କିଲୋଗ୍ରାମ୍ ପିଛା ୨୦୦ ଟଙ୍କାରୁ ୨୪୦ ଟଙ୍କା ମଧ୍ୟରେ ରହିଛି । ରସୁଣ ଦର ବୃଦ୍ଧି ନେଇ ସାଧାରଣ ଲୋକେ ହନ୍ତସନ୍ତ ହେଉଥିବାବେଳେ ବଜାରରେ ଚୀନ୍‌ର ନକଲି ରସୁଣ ବିକ୍ରି ହେଉଥିବା ଖବର ନେଇ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି । ପ୍ରଶାସନ ପକ୍ଷରୁ ନକଲି ରସୁଣ ଚିହ୍ନଟ ଏବଂ ଏହାର ବିକ୍ରି ଉପରେ ଲଗାମ୍ ଲଗାଇବା ପାଇଁ ହାଇ ଆଲର୍ଟରେ ରହିଛି । ନକଲି ରସୁଣ ଚୋରା କାରବାର ଉପରେ କଡ଼ା ନଜର ରଖିବା ପାଇଁ ସ୍ଥଳ ସୀମା ଶୁଳ୍କ ପକ୍ଷରୁ ଏକ ଟିମ୍ ନେପାଳ ଏବଂ ବାଂଲାଦେଶ ସୀମାରେ ମୁତୟନ ହୋଇଛନ୍ତି । ଏହି କାର୍ଯ୍ୟରେ ସନ୍ଧାନୀ କୁକୁର ଦଳଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ଏ ନେଇ ହୋଲ୍ ସେଲର୍ସ ଏବଂ ବିଭିନ୍ନ ଗୋଦାମ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ସୀମା ଶୁଳ୍କ ଅଧିକାରୀଙ୍କ ଅନୁସାରେ ଉତ୍ତରପ୍ରଦେଶ, ବିହାର ଏବଂ ପୂର୍ବୋତ୍ତର ରାଜ୍ୟ ଗୁଡ଼ିକରେ ଏଭଳି ଚୋରା କାରବାରର ଚେର ଚୀନ୍‌ର ଭାରତକୁ ଲମ୍ବିଛି । ନକଲି ରସୁଣ ଚୀନ୍‌ର ନେପାଳ ବାଟେ ଭାରତକୁ ଚାଲାଣ ହେଉଛି । ୨୦୧୪ରେ ରସୁଣରେ ଫଙ୍ଗାଲ୍ ସଂକ୍ରମଣ ହେବା ମାମଲା ନଜରକୁ ଆସିବା ପରେ ଭାରତ ସରକାର ଚୀନ୍‌ର ରସୁଣ ଆମଦାନୀ ଉପରେ କଡ଼ କଟକଣା ଜାରି କରିବା ସହିତ ଏହା ଉପରେ ରୋକ ଲଗାଇଥିଲେ

Leave a Reply