Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସଂସଦ ପକ୍ଷରୁ ଓଡ଼ିଶା ଦିବସ ପାଳିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସଂସଦ ପକ୍ଷରୁ ଓଡ଼ିଶା ଦିବସ ପାଳିତ

ପାରଳାଖେମୁଣ୍ଡି: ୮୯ତମ ଓଡ଼ିଶା ଦିବସ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପାରଳାଖେମୁଣ୍ଡି ଠାରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଗଜପତି ଜିଲ୍ଲା ଶାଖା ମହେନ୍ଦ୍ରତନୟା ସାହିତ୍ୟ ସଂସଦ ପକ୍ଷରୁ ଓଡିଶା ଦିବସ ପାଳିତ ହୋଇଯାଇଛି ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଗଜପତି ବିଶିଷ୍ଟ ଗବେଷକ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସମ୍ମାନିତ ଅତିଥି ରୂପେ ଅବସରପ୍ରାପ୍ତ ଇଞ୍ଜିନିୟର ସଞ୍ଜୟ ଜେନା ଯୋଗ ଦୋଇଥିଲେ । ମହେନ୍ଦ୍ରତନୟା ସାହିତ୍ୟ ସଂସଦ,ସହ-ସମ୍ପାଦିକା ସ୍ନିଗ୍ଧା ମିଶ୍ର ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ, ସମ୍ପାଦକ ସରୋଜ କୁମାର ପଣ୍ଡା ସଂସଦର ଭବିଷ୍ୟତ କାର୍ଯ୍ୟକ୍ରମ ସମ୍ବନ୍ଧରେ ଜଣାଇଥିଲେ । ଏହି ଅବସରରେ ସହରର ଅନେକ ସାହିତ୍ୟ ପ୍ରେମୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସଂଘର୍ଷମୟ ସୁଦୀର୍ଘ ଇତିହାସ ବିଷୟରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ଦୈନନ୍ଦିନ ଜୀବନର ଓଡ଼ିଆ ଭାଷାର ବହୁଳ ମାତ୍ରାରେ ବ୍ୟବହାର କରିବା ପାଇଁ ଆହ୍ୱାନ କରିଥିଲେ । ଏହି ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମର ଶେଷରେ ଗୋପାଳକୃଷ୍ଣ ପଣ୍ଡିତ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଆଜୀବନ ସଦସ୍ୟ ଓ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ, ଗୁରୁମାଙ୍କର ସହଯୋଗରେ ପରିଚାଳନା କରାଯାଇଥିଲା

Leave a Reply