Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜ୍ଞାନବ୍ୟାପି ମସ୍‌ଜିଦର ବେସମେଣ୍ଟରେ ଜାରି ରହିବ ପୂଜାର୍ଚ୍ଚନା: ସୁପ୍ରିମକୋର୍ଟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜ୍ଞାନବ୍ୟାପି ମସ୍‌ଜିଦର ବେସମେଣ୍ଟରେ ଜାରି ରହିବ ପୂଜାର୍ଚ୍ଚନା: ସୁପ୍ରିମକୋର୍ଟ


ନୂଆଦିଲ୍ଲୀ : ଜ୍ଞାନବ୍ୟାପି ମସଜିଦର ବ୍ୟାସ ବେସମେଣ୍ଟରେହିନ୍ଦୁମାନଙ୍କର ପୂଜା କରିବାକୁ ବିରୋଧରେ ମସଜିଦ୍ କମିଟିରଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ବେସମେଣ୍ଟରେପୂଜା ବିରୋଧରେ ମସଜିଦ୍ ପକ୍ଷର ଆବେଦନ ଉପରେସୁପ୍ରିମକୋର୍ଟ ନିମ୍ନ ଅଦାଲତର ଆବେଦନକାରୀ ଶୈଳେନ୍ଦ୍ର ବ୍ୟାସଙ୍କୁ
ନୋଟିସ୍ ଜାରି କରିଛନ୍ତି । ଜ୍ଞାନବ୍ୟାପି ପରିସରରେ ଥିବା ବ୍ୟାସବେସମେଣ୍ଟରେ ପୂଜା ବିରୋଧରେ ହୋଇଥିବା ଆବେଦନର ଶୁଣାଣି ଜୁଲାଇ ତୃତୀୟ ସପ୍ତାହରେ ହେବ । ଆଜିର ଶୁଣାଣି ସମୟରେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି, ବେସମେଣ୍ଟର ପ୍ରବେଶ ଦ୍ୱାର ଦକ୍ଷିଣରୁ ଏବଂ ମସଜିଦ ଉତ୍ତର ଦିଗରୁ ରହିଛି । ଦୁହେଁ ପରସ୍ପରକୁ ପ୍ରଭାବିତ କରନ୍ତି ନାହିଁ । ବର୍ତ୍ତମାନ ପାଇଁ ଉଭୟ ପୂଜା ଓ ନମାଜ ନିଜ ନିଜ ସ୍ଥାନରେ ଜାରି ରଖିବ । ଶୁଣାଣି ବେଳେ ବ୍ୟାସ ପରିବାରର ଓକିଲ ଶ୍ୟାମ ଦିୱାନ୍ ନୋଟିସ ଜାରି କରିବାକୁ ନେଇ ବିରୋଧ କରିଥିଲେ । ସେ କହିଥିଲେ ଯେ ନିମ୍ନ ଅଦାଲତରେ ଏପର୍ଯ୍ୟନ୍ତ ମାମଲାର ସମ୍ପୂର୍ଣ୍ଣ ସମାଧାନ ହୋଇ ନାହିଁ । ତେଣୁ ଏବେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପର କୌଣସି ଆବଶ୍ୟକତା ନାହିଁ । ଏହା ସତ୍ତ୍ୱେ ମଧ୍ୟ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି ।

Leave a Reply