Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଧଳାଜହର ଓ ଗୋମାଂସ ଚାଲାଣକାରୀଙ୍କ ଭୂସ୍ୱର୍ଗ ପାଲଟିଛି ଚାରିଛକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଧଳାଜହର ଓ ଗୋମାଂସ ଚାଲାଣକାରୀଙ୍କ ଭୂସ୍ୱର୍ଗ ପାଲଟିଛି ଚାରିଛକ

ନିମାପଡ଼ା : ନିମାପଡା ବ୍ଲକ ଚାରିଛକ ଥାନା ଅଞ୍ଚଳରେ ଆଇନ ସେବା ବିପର୍ଯ୍ୟୟ ହୋଇପଡୁଥିବା ବେଳେ ଚାରିଛକ ପାଲଟିଛି ନିଶା ବେପାରୀଙ୍କ ଭୂସ୍ୱର୍ଗ । ପ୍ରତ୍ୟେକ ଦିନ ଏହି ବଜାର ଓ ଆଖପାଖ ଅଞ୍ଚଳରେ ବ୍ୟାପକ ମାତ୍ରାରେ ଧଳାଜହର କାରବାର ସାଙ୍ଗକୁ ଅଫିମ ଗଞ୍ଜେଇ ଦେଶୀମଦ କାରବାର ବୃଦ୍ଧି ପାଇଛି । ଥାନା ଅଧିକାରୀ ଆଇନ ସେବା ନିୟନ୍ତ୍ରଣ କରିବାରେ ଫେଲ ମାରିଥିବା ବେଳେ ଦିନ ଦ୍ୱିପ୍ରହରରେ ଭଦ୍ରମହିଳାମାନେ ଯାତାୟତ କରିବାକୁ ଭୟ କରୁଛନ୍ତି ।କେତେକ ଖୋସାମତିଆ ଚାରିଛକ ଥାନାରେ ବସି ଦଣ୍ଡିଆଗିରି କରୁଥିବା ଖବର ବିଶେଷ ସୂତ୍ରରୁ ଜଣାପଡିଛି । ବାରମ୍ବାର ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ କଣ ପାଇଁ ପଦକ୍ଷେପ ନିଆଯାଉନାହିଁ ? ଶାନ୍ତିପ୍ରିୟ ଅଞ୍ଚଳ ଅଶାନ୍ତରେ ପରିଣତ ହୋଇଛି । ପ୍ରତ୍ୟେକ ଦିନ ଗୋଚାଲାଣ ସାଙ୍ଗକୁ ଗୋମାଂସ ଚାଲାଣ ମଧ୍ୟ କରାଯାଉଅଛି । ଏହାକୁ ରୋକିବାରେ ଚାରିଛକ ଥାନା ପୋଲିସ୍ ଫେଲ ମାରିଛି । ମିଳିଥିବା ସୂଚନା ଅନୁଯାୟୀ ପୁରୀ ଜିଲ୍ଲା ନିମାପଡା ବ୍ଳକ ଚାରିଛକ ଥାନା ଅଞ୍ଚଳରେ ପ୍ରତ୍ୟେକ ଦିନ ଗୋମାଂସ ଚାଲାଣ ହେଉଛି । ଦୀର୍ଘଦିନ ହେବ କୁସୁମାଠେଙ୍ଗ ବସ୍ତିରୁ ଗୋରୁ ଓ ଗୋମାଂସ ଚାଲାଣ ହେଉଥିବା ବେଳେ ପୋଲିସ୍ ନୀରବ ରହିବା ପଛରେ ବଡ ଧରଣର ଡିଲ ହୋଇଥିବା ଆଶଙ୍କା କରାଯାଉଛି । ଏହା ଏକ ଧର୍ତ୍ତବ୍ୟ ଅପରାଧ ହୋଇଥିବା ବେଳେ କଣ ପାଇଁ ଚାରିଛକ ଥାନା ପୋଲିସ୍ ନୀରବ ସାଜିଛି ତାହା ସାଧାରଣରେ ଚିନ୍ତା ପ୍ରକଟ କରିଛି । ସେହିପରି ବିଭିନ୍ନ ଜିଲ୍ଲାରୁ ଅପରାଧି ଓ ଧଳାଜହର ବ୍ୟବସାୟୀମାନେ ଚାରିଛକ ବଜାରକୁ ଆସି ଅପରାଧିକ ସାମ୍ରାଜ୍ୟ ବିସ୍ତାର କରିଚାଲିଛନ୍ତି । ଏହା ଧଳାଜହର ସେବନ କରି ଯୁବକ ଗୋଷ୍ଠୀ ବିପଥଗାମୀ ହେଉଥିବା ବେଳେ ଅପରାଧିକ କାର୍ଯ୍ୟ ଘଟାଉଛନ୍ତି । ଏହି ନିଶା ବେପାରୀମାନଙ୍କୁ ଧରିବା ପାଇଁ ବାରମ୍ବାର ପ୍ରତିବାଦର ସ୍ୱର ଉଠୁଥିଲେ ମଧ୍ୟ ପୋଲିସ୍ ଏ ଦିଗରେ ଦୃଷ୍ଟି ଦେଉନାହିଁ । ସାମାନ୍ୟ ଖୁଚୁରା ନିଶା ବ୍ୟବସାୟୀଙ୍କୁ ଧରି ବାହାବା ନେବା ପାଇଁ ପୋଲିସ୍ ଉଦ୍ୟମ ଚଳାଇଛି । ଚାରିଛକ ମୁଖ୍ୟ ବଜାରରେ ଦୀର୍ଘଦିନ ହେବ ଟ୍ରାଫିକ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଚାରିଛକ ମୁଖ୍ୟ ବଜାର ଦେଇ ନିଆଳୀ ପଟୁ ଆସୁଥିବା ଯାନବାହାନ ନୟାହାଟ ପଟୁ ନିମାପଡା ପଟୁ ଗୋପ ପଟୁ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟକ ଗାଡି ଆସୁଥିବାରୁ ଟ୍ରାଫିକ୍ ନିୟନ୍ତ୍ରଣ ଅଭାବରୁ ବଜାର ଜାମ୍ ରହିବା ସହ ଦୁର୍ଘଟଣା ଘଟୁଅଛି । କେତେଜଣ ବ୍ୟକ୍ତି ଭାଙ୍ଗ ସହିତ ନିଶା ବଟିକା ମିଶାଇ ଲୋକମାନଙ୍କୁ ଖାଉବାକୁ ଦେଉଥିବାବେଳେ ବଟା ଭାଙ୍ଗ ଖାଇ ବଜାରରେ କେତେକ ବ୍ୟକ୍ତି ଟଳମଳ ହୋଇ ଗାଳିଗୁଲଜ କରୁଛନ୍ତି । ଏହି ଘଟଣା ପ୍ରତି ପୋଲିସ୍ ଉପଖଣ୍ଡ ଅଧିକାରୀ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦୃଷ୍ଟି ଦେବାକୁ ଦାବୀ ହେଉଥିବା ବେଳେ ଜଣେ ଦକ୍ଷ ଅଧିକାରୀକୁ ଦାୟିତ୍ୱ ଦେବା ପାଇଁ ଦାବି ହୋଇଛି

Leave a Reply