Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଦେଶର ସବୁଠୁ ବଡ଼ କେବଲ୍ ବ୍ରିଜ୍‌ ‘ସୁଦର୍ଶନ ସେତୁ ଲୋକାର୍ପଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଦେଶର ସବୁଠୁ ବଡ଼ କେବଲ୍ ବ୍ରିଜ୍‌ ‘ସୁଦର୍ଶନ ସେତୁ ଲୋକାର୍ପଣ

ନୂଆଦିଲ୍ଲୀ : ଲୋକାର୍ପିତ ହୋଇଛି ଦେଶର ସବୁଠୁ ବଡ଼ କେବଲ୍‌-ଷ୍ଟେଡ୍ ବା କେବଲ୍ ଆଧାରିତ ବ୍ରିଜ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ଏହାର ଉଦ୍‌ଘାଟନ କରିଛନ୍ତି । ଗୁଜରାଟର ଦ୍ୱାରକାରେ ନିର୍ମାଣ ହୋଇଛି ଏହି ବ୍ରିଜ୍ । ଏହାର ନାଁ ଦିଆଯାଇଛି ‘ସୁଦର୍ଶନ ସେତୁ’ । ଓଖା ଓ ବେଟ୍ ଦ୍ୱାରକା (ବେୟଟ ଦ୍ୱାରକା) ଦୀପକୁ ସଂଯୋଗ କରୁଛି ଏହି ସେତୁ । ଏଥିପାଇଁ ଖର୍ଚ୍ଚ ହୋଇଛି ୯୮୦ କୋଟି ଟଙ୍କା । ସୁଦର୍ଶନ ସେତୁର ଲମ୍ବ ୨.୩ କିଲୋମିଟର । ଏହାର ଓସାର ୨୭.୨୦ ମିଟର । ଏହାର ୪ ଲେନ୍ ବିଶିଷ୍ଟ ହୋଇଥିବା ବେଳେ ଉଭୟ ପାର୍ଶ୍ୱରେ ୨.୫୦ ମିଟରର ପାଦଚଲା ରାସ୍ତା ମଧ୍ୟ ରହିଛି । ଏହି ସେତୁର ନିର୍ମାଣ ପାଇଁ ୨୦୧୭ରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେତେବେଳେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ପୋଲ ପୁରୁଣା ଓ ନୂଆ ଦ୍ୱାରକାକୁ ଯୋଡ଼ିବ । ବେଟ୍ ଦ୍ୱାରକା ବା ବେୟଟ ଦ୍ୱାରକା ହେଉଛି ଓଖା ବନ୍ଦର ନିକଟରେ ଅବସ୍ଥିତ ଏକ ଦ୍ୱୀପ । ଦ୍ୱାରକା ସହରଠାରୁ ଏହା ପ୍ରାୟ ୩୦ କିଲୋମିଟର ଦୂରରେ ଅବସ୍ଥିତ । ଏଠାରେ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରକାଧୀଶ ମନ୍ଦିର ଅଛି । ପୂର୍ବରୁ ଶ୍ରଦ୍ଧାଳୁମାନେ ଡଙ୍ଗାରେ ବେଟ୍ ଦ୍ୱାରକା ଯାଇ ଦ୍ୱାରକାଧୀଶ ମନ୍ଦିରରେ ଦର୍ଶନ କରୁଥିଲେ । କେବଳ ଦିନ ବେଳେ ଡଙ୍ଗା ଚଳାଚଳ କରୁଥିଲେ । କିନ୍ତୁ ଏବେ ଏସବୁ ସମସ୍ୟା ରହିବ ନାହିଁ । କାରଣ ସୁଦର୍ଶନ ବ୍ରିଜ୍ ଲୋକାର୍ପିତ ହୋଇସାରିଛି । ଏହା ମୋଦିଙ୍କର ଅନ୍ୟତମ ଡ୍ରିମ୍ ପ୍ରୋଜେକ୍ଟ ଥିଲା ବୋଲି କୁହାଯାଏ ।

Leave a Reply