Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତର ପରବର୍ତ୍ତୀ ମଙ୍ଗଳ ମିଶନରେ ହେଲିକପ୍ଟର ସାମିଲ ହେବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତର ପରବର୍ତ୍ତୀ ମଙ୍ଗଳ ମିଶନରେ ହେଲିକପ୍ଟର ସାମିଲ ହେବ

ନୂଆଦିଲ୍ଲୀ: ଭାରତର ପରବର୍ତ୍ତୀ ମଙ୍ଗଳ ମିଶନରେ ହେଲିକପ୍ଟର ସାମିଲ ହେବାର ସମ୍ଭାବନା ରହିଛି । ଏହା ନାସାର ଇନଜେନିଟି ଡ୍ରୋନ ଆଧାରରେ ବିକଶିତ କରାଯିବ । ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) ଏହାକୁ ନେଇ ଏକ ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପ ଉପରେ କାର୍ଯ୍ୟ କରୁଛି । ଇସ୍ରୋ ଏକ ଲ୍ୟାଣ୍ଡର ସହାୟତାରେ ମଙ୍ଗଳକୁ ହେଲିକପ୍ଟର ପଠାଇବାର ଯୋଜନା କରୁଛି । ମଙ୍ଗଳ ପୃଷ୍ଠରେ ଏହା ଅବତରଣ କରିବା ପରେ ଏହା ରୋଭର ସହିତ ଏକ ରୋଟୋକପ୍ଟର(ହେଲିକପ୍ଟର)କୁ ମଧ୍ୟ ପଠାଇବ । ନାସାର ଇନଜେନିଟି ଡ୍ରୋନ ମଙ୍ଗଳରେ ୩ ବର୍ଷ ପର୍ଯ୍ୟନ୍ତ ୭୨ ଥର ଉଡ଼ାଣ କରିବା ସହିତ ୧୮ କିଲୋମିଟର ଯାତ୍ରା କରିଥିଲା । ଏଥିରେ ତାପମାନ ସେନସର, ଆଦ୍ରତା ସେନସର, ପବନ ଗତି ସେନସର, ବିଦ୍ୟୁତ ସେନସର ପ୍ରଭୃତି କେତେକ ଉପକରଣ ରହିବ ବୋଲି କୁହାଯାଉଛି । ଇସ୍ରୋର ହେଲିକପ୍ଟର ମଙ୍ଗଳରେ ୧୦୦ ମିଟର ଉଚ୍ଚରେ ଉଡ଼ାଣ କରିବାର ଯୋଜନା ପ୍ରସ୍ତୁତ କରାଯାଉଛି । ଏଥିରେ ମାର୍ଟିୟନ ବାଉଣ୍ଡ୍ରି ଲେୟାର ଏକ୍ସପ୍ଲୋରର (ମାର୍ବଲ) ନାମ ଏକ ଉପକରଣ ସଂଯୁକ୍ତ କରାଯିବ । ଏହା ମଙ୍ଗଳର ବାୟୁମଣ୍ଡଳର ସରଂଚନା ସମ୍ପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ କରିବାକୁ ସକ୍ଷମ ହେବ । ଇସ୍ରୋର ମାର୍ବଲ ମିଶନ ଦ୍ୱାରା ସଂଗ୍ରହ କରାଯାଇଥିବା ତଥ୍ୟ ପରବର୍ତ୍ତି ସମୟରେ ମଙ୍ଗଳଗ୍ରହ ସମ୍ପର୍କରେ ବିଭିନ୍ନ ତଥ୍ୟ ଯୋଗାଇବାରେ ସକ୍ଷମ ହେବ ଏବଂ ମଙ୍ଗଳରେ ବସତି ସ୍ଥାପନ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ । ନାସାର ଡ୍ରୋନ ଭଳି ଏହାକୁ ଡିଜାଇନ କରାଯିବ ।

Leave a Reply