Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ହୋମଯଜ୍ଞ ବେଳେ ସ୍ୱାହା କୁହାଯିବାର ଅର୍ଥ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ହୋମଯଜ୍ଞ ବେଳେ ସ୍ୱାହା କୁହାଯିବାର ଅର୍ଥ

ହିନ୍ଦୁ ଧର୍ମରେ ଘରେ ଶାନ୍ତି ପ୍ରତିଷ୍ଠା କରିବାକୁ ହୋମଯଜ୍ଞ କରାଯାଏ । ହୋମଯଜ୍ଞକୁ ସବୁଠୁ ଅଧିକ ପବିତ୍ର ଅନୁଷ୍ଠାନ ବୋଲି ବିବେଚିତ କରାଯାଏ । ଦେଖିଥିବେ, ହୋମଯଜ୍ଞ ସମୟରେ ଉପସ୍ଥିତ ବ୍ରାହ୍ମଣ ଯଜ୍ଞକୁଣ୍ଡରେ ଯଜ୍ଞ ସାମଗ୍ରୀ ପକାଇବା ବେଳେ ‘ସ୍ୱାହା’ ଉଚ୍ଚାରଣ କରିଥାନ୍ତି । କିନ୍ତୁ କେବେ ଭାବିଛନ୍ତି, ଏଭଳି ଉଚ୍ଚାରଣ ପଛର କାରଣ କ’ଣ ହୋଇପାରେ? ପ୍ରକୃତରେ ‘ସ୍ୱାହା’ର ଅର୍ଥ ସଠିକ୍ ନୀତିରେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ମନ୍ତ୍ର ପହଞ୍ଚାଇବା । ଅର୍ଥାତ୍ କୌଣସି ବସ୍ତୁକୁ ନିଜ ପ୍ରିୟଜନଙ୍କ ନିକଟରେ ସୁରକ୍ଷିତ ଏବଂ ସଠିକ୍ ଉପାୟରେ ପହଞ୍ଚାଇବା ପାଇଁ ସ୍ୱାହା ଉଚ୍ଚାରଣ କରାଯାଏ । ପୌରାଣିକ ମାନ୍ୟତା ଅନୁସାରେ, ‘ସ୍ୱାହା’ ଅଗ୍ନି ଦେବତାଙ୍କ ଅର୍ଦ୍ଧାଙ୍ଗିନୀ । ତେଣୁ ହୋମଯଜ୍ଞ ବେଳେ ସ୍ୱାହା ଶବ୍ଦ ଉଚ୍ଚାରଣ କରାଯାଏ । ଆହୁରି ମଧ୍ୟ ପୌରାଣିକ ମାନ୍ୟତା ରହିଛି ଯେ, ହୋମଯଜ୍ଞ ସେ ପର୍ଯ୍ୟନ୍ତ ସଫଳ ହୋଇନଥାଏ, ଯେପର୍ଯ୍ୟନ୍ତ ଦେବତାଗଣ ହୋମଯଜ୍ଞକୁ ଗ୍ରହଣ କରିନଥାନ୍ତି । ଏଣୁ ସ୍ୱାହା ମାଧ୍ୟମରେ ହୋମକୁଣ୍ଡରେ ପଡୁଥିବା ପ୍ରତିଟି ହୋମ ବସ୍ତୁକୁ ଦେବଗଣ ସ୍ୱୀକାର କରିଥାନ୍ତି । କୁହାଯାଏ, ସ୍ୱାହା ପ୍ରଜାପତି ଦକ୍ଷଙ୍କ କନ୍ୟା ଥିଲେ । ତାଙ୍କ ବିବାହ ଅଗ୍ନି ଦେବଙ୍କ ସହ ସମ୍ପନ୍ନ ହୋଇଥିଲା । ଅଗ୍ନିଦେବ ନିଜ ପତ୍ନୀ ସ୍ୱାହାଙ୍କ ଜରିଆରେ ହବିଷ୍ୟ ଗ୍ରହଣ କରିଥାନ୍ତି ଏବଂ ତାଙ୍କ ଜରିଆରେ ଦେବତାଙ୍କୁ ହବିଷ୍ୟ ପ୍ରାପ୍ତ ହୋଇଥାଏ । ମାନ୍ୟତା ରହିଛି, ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ସ୍ୱାହାଙ୍କୁ ବରଦାନ ଦେଇଥିଲେ ଯେ ତାଙ୍କରି ମାଧ୍ୟମରେ ଦେବଗଣ ହବିଷ୍ୟ ଗ୍ରହଣ କରିପାରିବେ । ଏଥିପାଇଁ ହୋମଯଜ୍ଞ ସେପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନଥାଏ, ଯେପର୍ଯ୍ୟନ୍ତ ସ୍ୱାହାଙ୍କୁ ଆହ୍ୱାନ କରାଯାଇ- ନଥାଏ ।

Leave a Reply