Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶ୍ରୀମନ୍ଦିରରେ ବ୍ୟାନ୍ ହେଲା ପାନ, ଗୁଟ୍‌ଖା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶ୍ରୀମନ୍ଦିରରେ ବ୍ୟାନ୍ ହେଲା ପାନ, ଗୁଟ୍‌ଖା

ପୁରୀ: ଶ୍ରୀମନ୍ଦିରରେ ପାନଗୁଟୁଖା ଉପରେ ଆଜିଠାରୁ କଟକଣା ଜାରି ହେଲା । ପାନଗୁଟୁଖାକୁ ନିଷିଦ୍ଧ କଲା ଶ୍ରୀମନ୍ଦିର ପ୍ରଶାସନ । ବରାହ ପୁରାଣ ଆଧାରରେ କଟକଣା ଜାରି କରାଯାଇଛି । ଶ୍ରୀମନ୍ଦିର ପରିସରରେ ପାନ, ଗୁଟଖାକୁ ସଂପୂର୍ଣ୍ଣ ଭାବେ ବ୍ୟାନ କରିଛି ମନ୍ଦିର ପ୍ରଶାସନ । ଆସନ୍ତା ଜାନୁଆରୀ ୧ ତାରିଖରୁ ଲାଗୁ ହେବ ଏହି ନିୟମ । ଏନେଇ ଛତିଶା ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ଚିଠି ଲେଖିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ ଦାଶ କହିଛନ୍ତି, ପ୍ରଥମେ ସମସ୍ତଙ୍କୁ ସଚେତନ କରାଯିବ । ନିୟମ ମାନିବାକୁ କୁହାଯିବ । ବର୍ତ୍ତମାନ ପାନ, ଗୁଟଖା ପାଇଁ ଫାଇନ୍ ବ୍ୟବସ୍ଥା ଥିଲେ ବି କେହି ମାନୁନାହାନ୍ତି । ତେବେ ଆସନ୍ତା ଜାନୁଆରୀ ୧ରୁ କଡ଼ାକଡ଼ି ଭାବେ ଏହି ନିୟମ ଲାଗୁ ହେବ । ଅନ୍ୟପଟେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ କର୍ମଚାରୀଙ୍କ ପ୍ରତି ମଧ୍ୟ ଏହି ନିୟମ ଲାଗୁ ହେବ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ ଦାଶ । ବର୍ତ୍ତମାନ ସଚେତନ କରାଯିବ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ତେବେ ଆସନ୍ତା ଜାନୁଆରୀ ୧ରୁ କଡ଼ାକଡ଼ି ଭାବେ ନିୟମ ଲାଗୁ ହେବ ବୋଲି ସୂଚନା ।

Leave a Reply