ତରୁଣ ପ୍ରଜ୍ଞା ଭାରତୀ ତରଫରୁ ଯୋଗାସନ ପ୍ରତିଯୋଗିତା

ଜୟପୁର- ତରୁଣ ପ୍ରଜ୍ଞା ଭାରତୀ ଅନୁଷ୍ଠାନର ସୂର୍ଯ୍ୟନମସ୍କାର, ଯୋଗାସନ, ଦଣ୍ଡଚାଳନା ଓ ଶଙ୍ଖବାଦନ ପ୍ରତିଯୋଗିତା ନାରାୟଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଠାରେ ସକାଳ ୮ଟା ରୁ ଆରମ୍ଭ କରାଯାଇଥିଲା । ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ସାଧାରଣ ବର୍ଗର ପୁରୁଷ/ମହିଳାମାନେ ଯୋଗଦାନ କରି କୃତିତ୍ୱ ହାସଲ କରିଥିଲେ । ଏଥିରେ ତରୁଣ ପ୍ରଜ୍ଞା ଭାରତୀର ସଭାପତି ଲଷ୍ମୀକାନ୍ତ ମିଶ୍ର, ଉପସଭାପତି ରାମ ଶଙ୍କର ଷଡଙ୍ଗୀ, ସମ୍ପାଦକ ଯଜେ୍ଞଶ୍ୱର ପଣ୍ଡାଙ୍କ ସହ ରବୀନ୍ଦ୍ର ମହାରଣା, ପ୍ରମୋଦ ରାଉଳ, ଅଜୟ ମଲ୍ଲିକ, ସୁବାସ ପଣ୍ଡା, ମିନ କେତନ ଦାସ, ହେମନ୍ତ କୁନାର ଚାନ୍ଦ, ଲିପିକା ଦଳେଇ, ବବିତା ମହାରଣା, ମାମିନି ଦାସ, ରିତାଞ୍ଜଳି ଡାକୁଆ, କବିତା ସାହୁ ପ୍ରମୁଖ ସହଯୋଗ କରିଥିଲେ । ବିଚାରକ ଭାବେ କୃଷ୍ଣ ରାଓ ଦୋରା, ତିରୁପତି ପାତ୍ର, ରାମ ପ୍ରସାଦ ଦୋରା, ଭାଗିରଥି ପାଣି, ଜାନକୀ ପାଣିଗ୍ରାହୀ, ସବିତା ତ୍ରିପାଠୀ, ସୁଶ୍ମିତା ରଥ ପ୍ରମୁଖ ଯୋଗଦାନ କରିଥିଲେ । ଆସନ୍ତା ରବିବାର ଦିନ ସକାଳ ୮ଟାରୁ ପୁଚି, ଗୀତା ଶ୍ଲୋକାବୃତି ଓ ବିଚାର ମଂଚ ପ୍ରତିଯୋଗିତା ଅନୁଷ୍ଠିତ ହେବ । ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ସହ କୃତି ପ୍ରତିଯୋଗୀ ମାନଙ୍କୁ ୧୭ ଡିସେମ୍ବରରେ ହେବାକୁ ଥିବା ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ସଭାପତିଙ୍କ ଠାରୁ ପ୍ରକାଶ ।

Leave a Reply

Your email address will not be published. Required fields are marked *