Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ


ସୌମେନ୍ଦ୍ର ଜେନା

ବିଶ୍ୱର ଆର୍ଥôକ ଦେଣନେଣକୁ ନିୟନ୍ତ୍ରଣ କରୁଥିବା ଆମେରିକାର ଆର୍ଥôକ ବଜାରରେ ଏବେ ଅନିଶ୍ଚିତତା ଜାରି ରହିଛି । ନିକଟରେ ସିଲିକନ ଭାଲି ବ୍ୟାଙ୍କ, ସିଗନେଚର ବ୍ୟାଙ୍କ, ସିଲଭର ଗେଟ ବ୍ୟାଙ୍କରେ ବିପର୍ଯ୍ୟୟ ଘଟିଛି । ଅନ୍ୟକୁ ମାର୍ଗଦର୍ଶନ ଦେଉଥିବା, ଅନ୍ୟଦେଶର ବ୍ୟାଙ୍କିଂ ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ଉଠାଇଥିବା ଜର୍ଜ ସୋରୋସ , ହଡସନ୍ସ, ହିଣ୍ଡେନବର୍ଗ, ଏନ୍ଡବ୍ଲୁଟି ଆଦି ଏବେ  ପ୍ରାୟ ଚୁପ୍ । କାଲିଫର୍ଣ୍ଣିଆ ରାଜ୍ୟର ଏବଂ ଆମେରିକାର ଏହି ୧୬ଶତମ ବଡ ବ୍ୟାଙ୍କ ୨୦୦୮ ପରେ ସବୁଠୁ ବଡ ବ୍ୟାଙ୍କ ଭାବେ ଦେବାଳିଆ ହେବା ସ୍ତରକୁ ·ଲିଯାଇଛି । ସେଠାରେ ଅଧ୍ୟାପନା କରୁଥିବା ରଘୁରାମ ରାଜନ, ମୁକ୍ତ ଗଣମାଧ୍ୟମ, ନୋବେଲ ବିଜୟୀ ଅମର୍ତ୍ତ୍ୟ ସେନଙ୍କ ପରି ଲୋକମାନେ ଥିଲାବେଳେ ଏମିତି କାହିଁକି ହେଲା, ସେତେବେଳେ ସେମାନେ କଣ କରୁଥିଲେ ତାହାହିଁ ସବୁଠୁ ବଡ ପ୍ରଶ୍ନ ହୋଇଛି । ୧୦ ମାର୍ଚ୍ଚ  ୨୦୨୩ରେ ସିଲିକନ ଭାଲୀ ବ୍ୟାଙ୍କ ଡୁବିଯିବାର ୨ଦିନ ପରେ ୧୨ ମାର୍ଚ୍ଚରେ ସିଗନେଚର ବ୍ୟାଙ୍କ ଡୁବିବାର ଖବର ଆସିଲା । ଏହାପରେ ଆମେରିକାର ରେଗୁଲେଟର ଏହି ଦୁଇ ବ୍ୟାଙ୍କକୁ ନିଜ ନିୟନ୍ତ୍ରଣକୁ ନେଲେ ।  ତେବେ  ସିଲିକନ ଭାଲୀ ବ୍ୟାଙ୍କର ଖରାପ ଅବସ୍ଥା ଯୋଗୁ ପୃଥିବୀରେ ନିବେଶକମାନଙ୍କର ୩୮ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । ତନ୍ମଧ୍ୟରେ ପ୍ରାୟ ୨୧ଟି ଭାରତୀୟ ଷ୍ଟାର୍ଟଅପ  କମ୍ପାନୀ ରହିଥିବା କଥା କୁହାଯାଉଛି । ଆଶ୍ଚର୍ଯ୍ୟର ବିଷୟ ହେଲା ଯେ  ଫୋର୍ବେସର ୨୦୨୩ ରିପୋର୍ଟରେ ଆମେରିକାର ଭଲ ବ୍ୟାଙ୍କର ତାଲିକାରେ ସିଲିକନ ଭାଲୀ ୨୦ଶତମ ସ୍ଥାନରେ ରହିଥିଲା । ବ୍ୟାଙ୍କ ଡୁବିବାର ୪ଦିନ ପୂର୍ବ ଯାଏଁ ବ୍ୟାଙ୍କକୁ ଷ୍ଟାରରେଟିଂ ଦିଆଯାଉଥିଲା ।  ବ୍ୟାଙ୍କର ସେୟାର ୭୦୦ରୁ ୪୦ ଡଲାରକୁ ଖସିଯିବା ଯୋଗୁଁ ଏମିତି ଅବସ୍ଥା ହେବା କଥା କୁହାଯାଉଛି । ୨୦୦୮ରେ ୱାସିଂଟନ ମୁ୍ୟଚୁଆଲ  ଏମିତି ଦେବାଳିଆ ହୋଇ ୩୦୮ ବିଲିଅନ ଡଲାର ହରାଇଥିଲା । 
ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ଏଭଳି ବିପର୍ଯ୍ୟୟ କିଛି ନୂଆକଥା ନୁହେଁ । ସେଠାରେ ଗୋଟିଏ ବ୍ୟାଙ୍କର ପତନକୁ ସାଧାରଣ ବୋଲି ଧରାଯାଏ । ୧୯୮୭ରେ ଆମେରିକାରେ ଲେହମାନ ବ୍ରଦର୍ସ ଯୋଗୁ ଏବଂ ୧୭ମାର୍ଚ୍ଚ ୨୦୦୮ରେ ପୁନର୍ବାର ଏହି ସଂସ୍ଥା ପାଇଁ ବ୍ୟାଙ୍କିଂ ବ୍ୟବସ୍ଥାରେ ଭୂକମ୍ପ ଆସିଥିଲା । ସେତେବେଳେ ସଂସ୍ଥାର ସେୟାର ୩୮ ପ୍ରତିଶତ ହ୍ରାସ ପାଇଥିଲା ।  ୧୫ ସେପ୍ଟେମ୍ବର ୨୦୦୮ ବେଳକୁ ଲେହମାନ ବ୍ରଦର୍ସ ଦେବାଳିଆ ହୋଇଯାଇଥିଲା । ଏହାର ପ୍ରଭାବରେ ଆମେରିକାରେ ହାହାକାର ଆସିଥିଲା । ପୃଥିବୀରେ ଏହାର ପ୍ରଭାବରେ ପ୍ରାୟ ୨୧କୋଟି ଲୋକଙ୍କ ରୋଜଗାର ·ଲିଯାଇଥିଲା । ଏବେ ସ୍ୱିଜରଲ୍ୟାଣ୍ଡ୍ର କ୍ରେଡିଟ ସୁସୀ ସଂସ୍ଥା ଡୁବିବା ଅବସ୍ଥାକୁ ଆସିଛି । ଆଦାନୀଙ୍କ ବିରୋଧରେ ହିଣ୍ଡେନବର୍ଗ ସଂସ୍ଥାର ନକାରାତ୍ମକ ରିପୋର୍ଟ ପ୍ରକାଶ ପାଇଲା ପରେ ଆଦାନୀଙ୍କ କୋ÷÷ଣସି ସେୟାରକୁ ସୁସୀ ଗ୍ରହଣ କରିବ ନାହିଁ ବୋଲି ଆଗୁଆ ଘୋଷଣା କରିଦେଲା । ହେଲେ ମାତ୍ର ୨୦ଦିନ ମଧ୍ୟରେ ସୁସୀ ବଜାରରେ ମାଙ୍କଡଚିତ୍ ମାରିଲା । ନିଜକୁ ମଧ୍ୟ ସୁସୀ ରକ୍ଷା କରିପାରିଲା ନାହିଁ । ତେଣୁ ଦ୍ୱିତୀୟ ବଡ ସ୍ୱିସ ବ୍ୟାଙ୍କ ସୁସୀ ଡୁବିବା ଯୋଗୁ ପୃଥିବୀର କଳାଟଙ୍କାର ଗନ୍ତାଘର ଭାବେ ପରିଚିତ ୟୁବିଏମ୍ ୩.୩ ବିଲିଅନ ଡଲାର ମୂଲ୍ୟରେ ଏହି ବ୍ୟାଙ୍କକୁ ଏବେ କିଣିନେଇଛି । ବିଗତ ଦିନରେ ସୁସୀ ବିରୋଧରେ ଅନେକ ଦୁର୍ନୀତି ଅଭିଯୋଗ ଆସିଥିଲା । ପୃଥିବୀର ୫୦ ଦେଶରେ ଏହାର ୧୫୦ ଶାଖାରେ ୫୦୦୦୦କର୍ମ·ରୀ କାର୍ଯ୍ୟରତ ଅଛନ୍ତି । ତେଣୁ ବ୍ୟାଙ୍କିଂ ରେଟିଂ ସଂସ୍ଥା ମୁଡିଜ୍ ଏବେ  ଟାର୍ଗେଟରେ ଆମେରିକାର ଅନ୍ୟ ୬ଟି ବ୍ୟାଙ୍କକୁ  ରଖିଛି । ସେଗୁଡିକ ହେଲା (୧) ଫାଷ୍ଟ ରିପବ୍ଲିକ ବ୍ୟାଙ୍କ, (୨) ଜିଓନ୍ସ, (୩) ୱେଷ୍ଟର୍ଣ୍ଡ ଆଲିଆନ୍ସ, (୪) କୋମେରିକା, (୫) ୟୁଏମ୍ବି ଫାଇନାନ୍ସିଆଲ୍, (୬) ଇନଟ୍ରଷ୍ଟ ଫାଇନାନ୍ସିଆଲ୍ । ଏହିସବୁ ବ୍ୟାଙ୍କିଂ ସଂସ୍ଥା ଆଗାମୀ ଦିନରେ ମୁଣ୍ଡବ୍ୟଥାର କାରଣ ହେବାର ସମ୍ଭାବନା ରହିଛି । ଏଥିପାଇଁ ଜୋ ବାଇଡେନଙ୍କୁ ବାଧ୍ୟ ହୋଇ ସାଧାରଣରେ ଏ ସଂକ୍ରାନ୍ତରେ ବକ୍ତବ୍ୟ ଦେବାକୁ ପଡିଛି । କାରଣ ଆମେରିକା ଅର୍ଥ ବ୍ୟବସ୍ଥାରେ ୬୨୦ ବିଲିଅନ ଡଲାର ଇତି ମଧ୍ୟରେ କ୍ଷତି ହୋଇସାରିଲାଣି । ୧୯୮୭ ମାନ୍ଦାବସ୍ଥା ବେଳେ ଆମେରିକାରେ ସିଟିଗ୍ରୁପ, ଆପଲ ଏବଂ ଜେପି ମୋର୍ଗାନର ସେୟାର ୧୮ ପ୍ରତିଶତ ହ୍ରାସ ପାଇଲା ପରି ଏବେ ଆମେରିକା  ଆର୍ଥôକ ବଜାରରେ ସେମିତି ଅବସ୍ଥା ଦେଖାଦେଇଛି । 
ସିଲିକନଭାଲୀ ବ୍ୟାଙ୍କ ଆମେରିକାର କାଲିଫର୍ଣ୍ଣିଆରେ ୧୯୮୩ରେ ସଂସ୍ଥାପକ ରୋଜର ବି ସ୍ମିଥଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ମୋଟ ୧୭.୪୮ ଲକ୍ଷ କୋଟି ଟଙ୍କା ଏହାର  ପୁଞ୍ଜି ରହିଥିଲା । ଆମେରିକାର ଆଇଟି କ୍ଷେତ୍ରରେ କାର୍ଯ୍ୟରତ ପ୍ରାୟ ୫୦ ପ୍ରତିଶତ କମ୍ପାନୀ ଏହି ବ୍ୟାଙ୍କ ସହ କାରବାର କରୁଥିଲେ । ଏହି ବ୍ୟାଙ୍କର ଶାଖା ସବୁ ଆମେରିକା ଛଡା କାନାଡା, ଚୀନ, ବ୍ରିଟେନ, ଡେନମାର୍କ, ଜର୍ମାନୀ, ଆୟର୍ଲାଣ୍ଡ, ଇସ୍ରାଏଲ ଏବଂ ସ୍ୱିଡେନରେ ରହିଛି । କୋରୋନା ପରେ ଆଇଟି ସେବାର ବ୍ୟାପକ ବୃଦ୍ଧି ଯୋଗୁ ୨୦୧୯ରେ ଏହି ବ୍ୟାଙ୍କର ସଂପତ୍ତି ୫.୮୫ ଲକ୍ଷ କୋଟିରୁ ବଢି ୨୦୨୨ରେ ୧୭.୪୭ ଲକ୍ଷ କୋଟିରେ ପହଞ୍ଚôଯାଇଥିଲା । ସେମିତି ଅନ୍ୟ ଏକ ଦେବାଳିଆ ବ୍ୟାଙ୍କ ସିଗନେଚର ଆମେରିକାର ୨୯ଶ ସ୍ଥାନରେ ଥିବା ବ୍ୟାଙ୍କ । ଏହା ୨୦୦୧ରେ ସଂସ୍ଥାପକ ଜୋସେଫ ଜେ.ଡିପୋଲୋଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ନିଉୟର୍କ ସହରରେ ଏହାର ମୁଖ୍ୟ କାର୍ଯ୍ୟାଳୟ ରହିଛି । ବ୍ୟାଙ୍କର ମୋଟ ପୁଞ୍ଜି ୯.୯୬ଲକ୍ଷ କୋଟି ଟଙ୍କା ରହିଛି । ୨୦୦୧ରେ ଆମେରିକାର ରିପବ୍ଲିକ ନେସନାଲ ବ୍ୟାଙ୍କ ଅଫ୍ ନିଉୟର୍କକୁ ଏଚ୍ଏସ୍ବିସି କିଣିନେଲା ପରେ ଉକ୍ତ ବ୍ୟାଙ୍କର କିଛି ଅଧିକାରୀ ମିଶି ଏହି ବ୍ୟାଙ୍କକୁ ଆରମ୍ଭ କରିଥିଲେ । ଏହି ବ୍ୟାଙ୍କର କର୍ମ·ରୀମାନେ ପ୍ରଥମେ ଅନେକ ଧନୀ ଆମେରିକୀୟଙ୍କୁ ବ୍ୟାଙ୍କ ସହ ଯୋଡିଥିଲେ । ୨୦୧୦ ପର୍ଯ୍ୟନ୍ତ ଏହାର ଗୋଟିଏ କାର୍ଯ୍ୟାଳୟ ନିଉୟର୍କରେ ଥିଲାବେଳେ ୨୦୨୩ ବେଳକୁ ଏହାର ଶାଖା ୪୦ରେ ପହଞ୍ଚôଯାଇଥିଲା । ୨୦୧୮ରେ ବ୍ୟାଙ୍କ କ୍ରିପ୍ଟୋ ମୁଦ୍ରାରେ ବ୍ୟବସାୟ ଆରମ୍ଭ କରିଥିଲା । ୨୦୨୧ପର୍ଯ୍ୟନ୍ତ ବ୍ୟାଙ୍କର ମୋଟ ଜମାର ୧୬ପ୍ରତିଶତ କ୍ରିପ୍ଟୋ ମୁଦ୍ରା ରହିଥିଲା, ଯାହା ୨୦୨୩ରେ ବୃଦ୍ଧିପାଇ ୩୦ ପ୍ରତିଶତ ହୋଇଥିଲା । 
ବ୍ୟାଙ୍କଗୁଡିକର ଡୁବିଯିବା ପଛରେ ଖରାପ ଋଣ ବୃଦ୍ଧି ପାଇବା ଏକ ପ୍ରମୁଖ କାରଣ ରହିଆସିଛି । କିନ୍ତୁ ଆମେରିକାର ଡୁବିଥିବା ପ୍ରମୁଖ ଦୁଇଟି ବ୍ୟାଙ୍କ ସିଲିକନଭାଲୀ ଏବଂ ସିଗନେଚର ବ୍ୟାଙ୍କ କ୍ଷେତ୍ରରେ ଯେଉଁ ଦୁଇଟି ପ୍ରମୁଖ କାରଣ ରହିଛି ତାହା ହେଲା ସୁଧହାରଜନିତ ବିପଦ, ଗ୍ରାହକଙ୍କ ଲାଭ ପାଇଁ ବିପଦବରଣ କରିବା (ଲିକୁ୍ୟଡିଟୀ) । ସୁଧହାରଜନିତ ବିପଦ (ଇଣ୍ଟରେଷ୍ଟ ରିସ୍କ) କଥା ବି·ରିଲେ ଜଣାଯିବ ଯେ କୋ÷÷ଣସି ବ୍ୟାଙ୍କ ଅଳ୍ପ ସମୟ ମଧ୍ୟରେ ବାରମ୍ବାର ସୁଧହାର ବୃଦ୍ଧିକୁ ସମ୍ମୁଖୀନ ହେବା ଏକ ଆହ୍ୱାନର ବିଷୟ । ଏବେ ଆମେରିକା ବଜାରରେ ମୁଦ୍ରାସ୍ପିତି ୪୦ ବର୍ଷରେ ସର୍ବାଧିକ ରହିଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆମେରିକାର ବ୍ୟାଙ୍କ ନିୟନ୍ତ୍ରଣକାରୀ ସଂସ୍ଥା ଫେଡେରାଲ ରିଜର୍ଭ ପକ୍ଷରୁ ମାର୍ଚ୍ଚ ୨୦୨୨ ପରବର୍ତ୍ତୀ ମାସଗୁଡିକରେ ଅନେକଥର ସୁଧହାର ବଢାଯାଇଛି, ଯାହା ଏବେ ୪.୫ ପ୍ରତିଶତରେ ପହଞ୍ଚôଛି । ବିଗତ ୧୫ ବର୍ଷ ମଧ୍ୟରେ ଏହିହାର ସର୍ବାଧିକ । ଫେଡେରାଲ ବ୍ୟାଙ୍କର ଆମଦାନୀ ଅଳ୍ପ ସମୟ ମଧ୍ୟରେ ୨ ପ୍ରତିଶତ ବୃଦ୍ଧି ପାଇଲା ।  ଫଳରେ ଆମେରିକାର ବ୍ୟାଙ୍କ ଏବଂ ପୁଞ୍ଜି ନିବେଶକାରୀମାନେ କମ୍ପାନୀର ବଣ୍ଡ୍ ଏବଂ ସରକାରୀ ଟ୍ରେଜେରୀ ବିଲ୍ସରେ ନିବେଶ ନକରି ଫେଡେରାଲ ବ୍ୟାଙ୍କରେ ଜମା କରିବାକୁ ଲାଗିଲେ । ଯେଉଁ କାରଣରୁ ପୁଞ୍ଜି ବଜାରରେ କର୍ପୋରେଟ ବଣ୍ଡ୍ସ ଏବଂ ଟ୍ରେଜେରୀ ବିଲ୍ସର ମୂଲ୍ୟ ହ୍ରାସ ପାଇଲା । ୱାଲ ଷ୍ଟ୍ରୀଟ ଜର୍ଣ୍ଣାଲ କହିବାନୁସାରେ ୨ ପ୍ରତିଶତ ପୁଞ୍ଜି ଫେଡେରାଲ ବ୍ୟାଙ୍କର ବଢିବା ଯୋଗୁ ବଜାରରେ ବଣ୍ଡ୍ର ମୂଲ୍ୟ ୩୨ ପ୍ରତିଶତ ହ୍ରାସ ପାଇଲା ।  ସିଲିକନ ଭାଲୀ ବ୍ୟାଙ୍କର ମୋଟ ପୁଞ୍ଜିର ୫୫ ପ୍ରତିଶତ ହେଉଛି ଆମେରିକା ସରକାରଙ୍କ ବଣ୍ଡ୍ସ । ତେଣୁ ବଜାରରେ ବଣ୍ଡସର ମୂଲ୍ୟ ହ୍ରାସ ଯୋଗୁ ବ୍ୟାଙ୍କର ପ୍ରବଳ କ୍ଷତି ହେଲା ।  ତେଣୁ ନଗଦ ଅର୍ଥର ଅଭାବ ଯୋଗୁ ବ୍ୟାଙ୍କ ଅବଧି ପୂରିବା ପୂର୍ବରୁ ଟ୍ରେଜେରୀରୁ ଡଲାର ଉଠାଇବାକୁ ଆରମ୍ଭ କରିଦେଲା । ଫଳରେ ବ୍ୟାଙ୍କ ଦେବାଳିଆ ସ୍ଥିତିକୁ ·ଲିଗଲା । 
ବ୍ୟାଙ୍କ କ୍ଷତିର ଅନ୍ୟ ଏକ କାରଣ ଗ୍ରାହକଙ୍କୁ ଲୋଭନୀୟ ସୁବିଧା ପ୍ରଦାନ କରି ଆକର୍ଷିତ କରିବା ନୀତିକୁ ଦେଖିଲେ ଜଣାପଡିବ ଯେ ସିଲିକନ ଭାଲୀ କ୍ଷେତ୍ରରେ ଜମା ତୁଳନାରେ ଅଧିକ ଅର୍ଥ ବାହାର କରାଯିବା ଯୋଗୁ ଅଧିକ କ୍ଷତି ହେଲା । ନଗଦ ଅର୍ଥ ନ କମିବାକୁ ବ୍ୟାଙ୍କ କର୍ତ୍ତୃପକ୍ଷ ସିକୁ୍ୟରିଟୀ ପୋର୍ଟଫୋଲିଓରୁ ୨୧ ମିଲିଅନ ଡଲାର ବିକ୍ରି ପାଇଁ ନିଷ୍ପତ୍ତି ଗ୍ରହଣ କଲେ । ଫଳରେ ଆଶାଠାରୁ କମ୍ ମୂଲ୍ୟରେ ପୋର୍ଟଫୋଲିଓ ବିକ୍ରି କରାଯିବା ଯୋଗୁ ବ୍ୟାଙ୍କର ୧.୮ ମିଲିଅନ ଡଲାରର କ୍ଷତି ହେଲା । ମାର୍ଚ୍ଚ ୨୦୨୩ରେ ବ୍ୟାଙ୍କ ଦେବାଳିଆ ସ୍ଥିତିକୁ ଯିବାର ଆଶଙ୍କାକୁ ଜାଣିପାରି ଗ୍ରହକମାନେ ଭୟରେ ସବୁ ଜମାଅର୍ଥ କାଢି ନେବା ଯୋଗୁ ୧୦ମାର୍ଚ୍ଚ ବେଳକୁ ବ୍ୟାଙ୍କିଂ ବ୍ୟବସ୍ଥା ଭାଙ୍ଗିପଡିଲା । କ୍ରିପ୍ଟୋ ମୁଦ୍ରାକୁ ନେଇ ପ୍ରସିଦ୍ଧିଲାଭ କରିଥିବା ସିଗନେଚର ବ୍ୟାଙ୍କର ମଧ୍ୟ ସମାନ ଅବସ୍ଥା ହେଲା । ଆମେରିକାର ଫେଡେରାଲ ରିଜର୍ଭର ନିୟମ ଅନୁଯାୟୀ ବ୍ୟାଙ୍କରେ ଜମାଥିବା ୨ କୋଟି ଟଙ୍କା ପର୍ଯ୍ୟନ୍ତ ବୀମା ସୁବିଧା ମିଳିଥାଏ । ତେଣୁ ଯଦି କେହି ଏହି ପରିମାଣର ଅର୍ଥରୁ ଅଧିକ ଜମା ବ୍ୟାଙ୍କରେ ରଖିଥାନ୍ତି ତେବେ ସେ ସୁବିଧା ହରାଇବେ । ଏହି ଦୁଇଟିଯାକ ବ୍ୟାଙ୍କରେ ସଂଖ୍ୟାଧିକ ଗ୍ରାହକ ଏବଂ କମ୍ପାନୀର ଜମା ୨ କୋଟି ଟଙ୍କାରୁ କମ୍ ଥିବା ହେତୁ ସେମାନେ ଜମା ଅର୍ଥ କାଢିନେବା ଯୋଗୁ ବ୍ୟାଙ୍କ ଦେବାଳିଆ ହେଲା । ୧୨ମାର୍ଚ୍ଚ ୨୦୨୩ଦିନ ଆମେରିକାର ବ୍ୟାଙ୍କ ନିୟନ୍ତ୍ରଣକାରୀ ସଂସ୍ଥା କହିଲା ଯେ ସିଲିକନ ଭାଲୀ ବ୍ୟାଙ୍କରେ ଜମାଥିବା ଗ୍ରାହକମାନଙ୍କର ଅର୍ଥ ସୁରକ୍ଷିତ ରହିଛି । ଯେଉଁସବୁ ଷ୍ଟାର୍ଟଅପ୍ କମ୍ପାନୀର ଅର୍ଥ ବ୍ୟାଙ୍କରେ ଜମାଅଛି ସେମାନେ କାରବାର କରିବାରେ କୋ÷÷ଣସି ଅସୁବିଧା ହେବନାହିଁ । ଅଥଚ ଆମେରିକାର ଅର୍ଥ ସଚିବ କହିଲେ ଯେ ୨୦୦୮ରେ ୱାସିଂଟନ ମୁ୍ୟଚୁଆଲ ବ୍ୟାଙ୍କ ଦେବାଳିଆ ହେଲାପରେ ଯେମିତି ନିବେଶକମାନଙ୍କୁ ଅର୍ଥ ଫେରସ୍ତ କରାଯାଇଥିଲା,ସେମିତି ୨୦୨୩ ରେ ହେବନାହିଁ । ଯେଉଁ ଲୋକଙ୍କ ଜମା ରହିଛି ସେମାନଙ୍କର ଆବଶ୍ୟକତାକୁ ବି·ର କରି ହିଁ ଅର୍ଥ ଫେରସ୍ତ କରାଯାଇପାରେ । ଏଥିରୁ ପୁନର୍ବାର ସନେ୍ଦହ ଓ ପ୍ରଶ୍ନବାଚୀ ଛିଡା ହୋଇଛି । 
ପୃଥିବୀର ଅନେକ ଦେଶର ସରକାରଗୁଡିକ ବଜାରର ମହଙ୍ଗାମାଡକୁ ନିୟନ୍ତ୍ରଣ କରିବାଲାଗି ଏବେ ସୁଧହାରରେ  ବୃଦ୍ଧି କରିବା ପାଇଁ ଲାଗିପଡିଛନ୍ତି , ଯାହା ବ୍ୟାଙ୍କଗୁଡିକ ଲାଗି କ୍ଷତିର କାରଣ ହୋଇଛି । ଖବର ଅନୁଯାୟୀ ୨୦୨୨ ଡିସେମ୍ବର ସୁଦ୍ଧା ଆମେରିକାର ବ୍ୟାଙ୍କଗୁଡିକର ୨୨ଲକ୍ଷ କୋଟି ଟଙ୍କା ଅନାବଶ୍ୟକ କ୍ଷତି ହୋଇସାରିଥିଲା । ସାଧାରଣତଃ ବ୍ୟାଙ୍କ ହାତରେ ୧୩ ପ୍ରତିଶତ ନଗଦ ଅର୍ଥ ରହିବା କଥା । କିନ୍ତୁ ସିଲିକନ ଭାଲୀର ୭ ପ୍ରତିଶତ ଏବଂ ସିଗନେଚର ବ୍ୟାଙ୍କର ମାତ୍ର ୫ ପ୍ରତିଶତ ନଗଦ ଅର୍ଥ ରହିଥିଲା । ସାଧାରଣତଃ ବ୍ୟାଙ୍କଗୁଡିକ ମୋଟ ସଂପତ୍ତିର ୨୪ ପ୍ରତିଶତ ସ୍ଥାୟୀ ଆୟ ଏବଂ ବଣ୍ଡସରେ ନିବେଶ କରିଥାନ୍ତି ।  କିନ୍ତୁ ସିଲିକନ ଭାଲୀ ବ୍ୟାଙ୍କ ନିଜ ସଂପତ୍ତିର ୫୫ ପ୍ରତିଶତ ଅର୍ଥ ବଣ୍ଡ୍ସ ଏବଂ ସିକୁ୍ୟରିଟିଜ୍ରେ ନିବେଶ କରିଥିଲା । ଆକସ୍ମିକ ଭୟ ଯୋଗୁ ଲୋକେ ନିଜ ନିଜର ଜମାରାଶି ବ୍ୟାଙ୍କରୁ କାଢିନେବା ଯୋଗୁ ବ୍ୟାଙ୍କ ପାଖରେ ନଗଦ ଜମା କମ୍ ହେଲାବେଳେ ସିକୁ୍ୟରିଟିଜ୍ ପରିମାଣ ବଢିଗଲା । ପୃଥିବୀର ଅନେକ ଦେଶରେ ୮ଲକ୍ଷ କୋଟି ଟଙ୍କାରୁ ଅଧିକ ଜମାର ବୀମା ସୁବିଧା ନଥିବା ହେତୁ ସଙ୍କଟ ଜାରିରହିଛି । ଟ୍ରାକ୍ସନର ସୂଚନା ଅନୁଯାୟୀ ସିିଲିକନ ଭାଲୀ ବ୍ୟାଙ୍କରେ ଭାରତର ୨୫ଟି ଷ୍ଟାର୍ଟଅପ୍ କମ୍ପାନୀର ନିବେଶ ରହିଛି । ତନ୍ମଧ୍ୟରେ ବ୍ଲୁ ଷ୍ଟୋନ, କାର୍ବେଲ,ରିୟଲିଟୀ ରିୱାର୍ଡ, ପେଟିଏମ୍, ପେଟିଏମ୍ ମଲ୍, ଟୁ୍ୟଟର ଭିଷ୍ଟା, ୱାନ ୯୭ କମୁ୍ୟନିକେସନ୍ସ, ଶାଦି ଡଟକମ୍, କାରୱାଲେ,ନାପ୍ଟୋଲ ଆଦି ପ୍ରମୁଖ । ମିଲିଅନ ଡଲାରରେ  ହିସାବ କଲେ ୧୧ଟି ଭାରତୀୟ କମ୍ପାନୀ ଯଥା ପେଟିଏମ୍ ୪୬୮୭, ୱାନ୯୭ କମୁ୍ୟନିକେସନ୍ସ ୨୭୮୭, ପେଟିଏମ୍ ମଲ ୮୦୮, ଭାରତ ଫାଇନାନ୍ସିଆଲ ଇନକ୍ଲୁଜନ ୧୪୪, ନାପ୍ଟୋଲ ୧୩୩, ବ୍ଲୁ ଷ୍ଟୋନ ୧୧୧, ଟ୍ୱିଟର ଭିଷ୍ଟା ୧୦୨,ଆଇୟୋଗୀ ୮୫, ଜେନେସିସ କଲର ୭୪, ଲୟାଲଟୀ ରିୱାର୍ଡରେ ୨୮ ମିଲିଅନ ନିବେଶ ହୋଇଛି । କାରଣ ଭାରତର ଷ୍ଟାର୍ଟଅପ୍ କମ୍ପାନୀମାନଙ୍କୁ ଆମେରିକା , ଜାପାନ ଓ ସିଙ୍ଗାପୁର ଆଦି ଦେଶରୁ ନିବେଶ ମିଳିଥାଏ । ଏହାଛଡା ଆଇଟି କ୍ଷେତ୍ରରେ ପ୍ରାୟ ୬୦ ପ୍ରତିଶତ କମ୍ପାନୀମାନଙ୍କର ଖାତା ସିଲିକନ ଭାଲୀ ବ୍ୟାଙ୍କରେ ରହିଛି । ତେଣୁ ନିବେଶ ମିଳୁଥିବା ବ୍ୟାଙ୍କରେ କମ୍ପାନୀର ଖାତା ଖୋଲାଯିବା ସାଧାରଣ କଥା । ତେଣୁ ଏହିସବୁ କମ୍ପାନୀଗୁଡିକ ଆଗାମୀ ଦିନରେ ଆର୍ଥôକ ·ପର ବଶବର୍ତ୍ତୀ ହେବେ ।
୧୦ ମାର୍ଚ୍ଚ ୨୦୨୩ ଦିନ  ଆମେରିକାର ଏଫ୍ଡିଆଇସି ବ୍ୟାଙ୍କର ୧୦ଲକ୍ଷ ୫୦୦ କୋଟିର ସଂପତ୍ତିକୁ ହାତକୁ ନେବାପରେ କହିଛି ଯେ ପ୍ରତି ଖାତାଧାରକ ୨ କୋଟି ୫ ଲକ୍ଷ ଟଙ୍କା ପାଇବେ  । ଅନ୍ୟ ପକ୍ଷରେ ଦେଖିଲେ ଗତ ୫ ମାସରେ ଗୋଟିଏବି ୟୁନିକର୍ଣ୍ଣ ଭାରତରେ ସୃଷ୍ଟି ହୋଇନାହାନ୍ତି । ଏଥିରୁ ବିଦେଶୀ ବ୍ୟାଙ୍କର ଭାରତର କମ୍ପାନୀମାନଙ୍କ ଉପରେ ପ୍ରଭାବକୁ ଅନୁମାନ କରାଯାଇପାରେ ତେଣୁ ଭାରତ ସରକାର ଏବେଠୁ କିଛି ବ୍ୟବସ୍ଥା ନକଲେ ଅନେକ ଷ୍ଟାର୍ଟଅପ୍ ଆଗାମୀ ଦିନରେ ପ୍ରଭାବିତ ହେବାର ଆଶଙ୍କା ଦେଖାଦେବା ନିଶ୍ଟିତ । 

ଭାରତୀୟ ସମ୍ବାଦ ସେବା (ଭାସ୍)
ଭୁବନେଶ୍ୱର-୭୫୧୦୦୩

Leave a Reply