ନିଜର ମୂଳ ଚରିତ୍ର ହରାଇବାକୁ ନେଇ ଅରୁଣାଚଳୀ ସମାଜର ବେଦନା

ନିଜର ମୂଳ ଚରିତ୍ର ହରାଇବାକୁ ନେଇ ଅରୁଣାଚଳୀ ସମାଜର ବେଦନା
ଡ. ସମନ୍ୱୟ ନନ୍ଦ
ଅରୁଣାଚଳ ପ୍ରଦେଶରେ ଚର୍ଚ୍ଚ ଓ ଖ୍ରିଷ୍ଟିଆନ ମିଶନାରୀ ମାନଙ୍କର କାର୍ଯ୍ୟକଳାପରେ ସେଠାକାର ଲୋକ ମାନେ ଅତିଷ୍ଠ ହୋଇ ସାରିଲେଣି । ଡୋନି ପୋଲୋ ( ସୂର୍ଯ୍ୟ- ଚନ୍ଦ୍ର)ଙ୍କ ଠାରୁ ଆରମ୍ଭ କରି ପ୍ରକୃତିର ବିଭିନ୍ନ ସ୍ୱରୂପକୁ ଆବହମାନ କାଳରୁ ଉପାସନା କରି ଆସୁଥିବା ଅରୁଣାଚଳ ପ୍ରଦେଶର ଲୋକ ମାନଙ୍କ ଗଳାରେ କ୍ରସ ଝୁଲାଇବାର ଉଦେ୍ଦଶ୍ୟ ନେଇ ଖ୍ରିଷ୍ଟିଆନ ମିଶନାରୀ ମାନେ ଲଗାତାର କାର୍ଯ୍ୟ କରୁଛନ୍ତି । ମିଶନାରୀ ମାନେ ତାଙ୍କର ଉଦେ୍ଦଶ୍ୟକୁ ପୂରଣ କରିବାକୁ ପ୍ରଲୋଭନ ଦେବା ସହ ଅନ୍ୟ ବେଆଇନ ପଦ୍ଧତି ଆପଣାଉଥିବା ନେଇ ସେଠାକାର ନିବାସୀ ମାନେ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି । ଅରୁଣାଚଳ ପ୍ରଦେଶର ସାଧାରଣ ନାଗରିକ ମାନଙ୍କ ମତରେ ଚର୍ଚ୍ଚ ଓ ଖ୍ରୀଷ୍ଟିଆନ ମିଶନାରୀ ମାନେ ବିଭିନ୍ନ ପ୍ରକାର ବେଆଇନ ପନ୍ଥା ଅବଲମ୍ବନ କରି ସେମାନଙ୍କୁ ତାଙ୍କର ପୂର୍ବପୁରୁଷ ମାନଙ୍କର ଠାରୁ କାଟି ଦେଉଛନ୍ତି । ତାଙ୍କର ସଂସ୍କୃତି – ପରମ୍ପରା ଲୋପ ପାଇବାକୁ ବସିଲାଣି । ଏହା ତାଙ୍କର ହୃଦୟର କଷ୍ଟ । ଖ୍ରୀଷ୍ଟିଆନ ମିଶନାରୀ ମାନଙ୍କର କାର୍ଯ୍ୟକଳାପ ସମ୍ପର୍କରେ ବୁଝି ଅରୁଣାଚଳ ପ୍ରଦେଶର ଲୋକ ମାନେ ତାଙ୍କର କାର୍ଯ୍ୟକଳାପକୁ ବିରୋଧ କରିଥିଲେ । ଅରୁଣାଚଳ ପ୍ରଦେଶର ଲୋକ ମାନଙ୍କର ଏହି ଅଭିଯୋଗ କାରଣରୁ ବୋଧ ହୁଏ ୧୯୭୮ ମସିହାରେ ଅରୁଣାଚଳ ପ୍ରଦେଶ ସରକାର ବେଆଇନ କନଭର୍ସନକୁ ରୋକିବାକୁ ଅରୁଣାଚଳ ପ୍ରଦେଶ ଫ୍ରିଡମ ଅଫ ରିଲିଜିୟନ ଆକ୍ଟ (ଏପିଏଫଆରଏ) ପାରିତ କରିଥିଲେ । ମାତ୍ର ଦୁର୍ଭାଗ୍ୟର ବିଷୟ ଯେ ସେତେବେଳେ ଅରୁଣାଚଳର ଲୋକ ମାନଙ୍କର ମତକୁ ସମ୍ମାନ ଦେଇ ଏହି ଧର୍ମାନ୍ତରୀକରଣ ବିରୋଧୀ ଆଇନ ପାରିତ ହୋଇଥିଲା ସତ ହେଲେ ଏହାକୁ ଲାଗୁ କରା ଯାଇପାରି ନ ଥିଲା । ଅର୍ଥାତ ଆଜି ଯାଏ ଏହି ଆଇନ ଅରୁଣାଚଳ ପ୍ରଦେଶରେ ଲାଗୁ କରାଯାଇ ପାରି ନାହିଁ । ଏହି କାରଣରୁ ଅରୁଣାଚଳ ପ୍ରଦେଶର ମୂଳ ଚରିତ୍ର ବହୁଳ ଭାବେ ପ୍ରଭାବିତ ହୋଇଛି । ଅରୁଣାଚଳ ପ୍ରଦେଶର ଡୋନି ପୋଲୋ ( ସୂର୍ଯ୍ୟ- ଚନ୍ଦ୍ର)ଙ୍କ ଠାରୁ ଆରମ୍ଭ କରି ପ୍ରକୃତିର ବିଭିନ୍ନ ସ୍ୱରୂପକୁ ଆବହମାନ କାଳରୁ ଉପାସନା କରି ଆସୁଥିବା ଅରୁଣାଚଳ ପ୍ରଦେଶର ଲୋକ ମାନଙ୍କର ସଂଖ୍ୟା ତୀବ୍ର ଗତିରେ ହ୍ରାସ ପାଇବାରେ ଲାଗିଛି ।
ଏ ସମ୍ପର୍କରେ ଯେଉଁ ତଥ୍ୟ ରହିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେବ । ୧୯୭୧ ମସିହାର ଜନ ଗଣନାକୁ ଯଦି ଦେଖିବା ତେବେ ଖ୍ରୀଷ୍ଟିଆନ ମାନଙ୍କର ସଂଖ୍ୟା ଅରୁଣାଚଳ ପ୍ରଦେଶରେ ସେତେବେଳେ ୦.୭୯ ପ୍ରତିଶତ ଥିଲା । ୧୯୭୮ ମସିହାରେ ବେଆଇନ ଉପାୟରେ ଧର୍ମାନ୍ତରୀକରଣ ସଂଖ୍ୟା ବଢିବା କାରଣରୁ ସରକାର ଏହାକୁ ରୋକିବାକୁ ଆଇନ ପ୍ରଣୟନ କଲେ । ମାତ୍ର ଏହାକୁ ଲାଗୁ କରା ଯାଇ ନ ଥିଲା । ୧୯୭୧ରେ ୦.୭୯ ପ୍ରତିଶତ ଖ୍ରୀଷ୍ଟିଆନ ଥିବା ଏହି ରାଜ୍ୟରେ ୨୦୧୧ ମସିହାର ଜନ ଗଣନା ଅନୁସାରେ ଖ୍ରୀଷ୍ଟିଆନ ମାନଙ୍କ ସଂଖ୍ୟା ୩୦.୧୧ ପ୍ରତିଶତ ହୋଇ ସାରିଥିଲା । ୨୦୨୧ ମସିହାରେ ଜନ ଗଣନା ହୋଇ ନ ଥିବା କାରଣରୁ ବାସ୍ତବିକ ସଂଖ୍ୟା ଆକଳନ କରିବା ସମ୍ଭବ ନୁହେଁ ତେବେ ଅନୁମାନ ଅନୁସାରେ ଏହା ୪୦ ପ୍ରତିଶତ ଯାଏ ପହଂଚି ଯାଇଥିବାର ଆଶଙ୍କା ପ୍ରକାଶ ପାଇଛି ।
ତେବେ ଏହି ଆଇନ ରାଜ୍ୟ ବିଧାନସଭାରେ ପାରିତ ହେବା ପରେ ମଧ୍ୟ ଏହାକୁ ଲାଗୁ କରା ନ ଯିବା ପଛର କାରଣ କଣ । ଏହାର କାରଣ ହେଲା ଯେ ଦେଶ – ବିଦେଶର ଶକ୍ତିଶାଳୀ ଚର୍ଚ୍ଚ ଲବି ଏହାକୁ ଲାଗୁ ନ କରିବାକୁ ବିଭିନ୍ନ ଉପାୟରେ ଚାପ ପ୍ରୟୋଗ କରି ଆସିଛନ୍ତି । ଏହି ମାମଲାରେ ସୋନିଆ ଗାନ୍ଧୀ ଓ ତାଙ୍କ ପରିବାରର ଭୂମିକା ଅତ୍ୟନ୍ତ ସନେ୍ଦହର ଘେରରେ ରହି ଆସିଛି ।
ଜୋରଦାର ଭାବେ ଚାଲିଥିବା କନଭର୍ସନ କାରଣରୁ ଅରୁଣାଚଳ ପ୍ରଦେଶର ଲୋକ ମାନେ ସେମାନଙ୍କର ମୂଳ ଚରିତ୍ରକୁ ହରାଉଥିବାରୁ ସେଠାକାର ସାଧାରଣ ଲୋକ ମାନଙ୍କ ମନରେ କଷ୍ଟ ଥିଲା ଓ ସେମାନଙ୍କ ମନର ବେଦନାରୁ ଜନ୍ମ ଗ୍ରହଣ କରିଥିଲା ଇଣ୍ଡିଜିନିୟର ଫେଥ ଏଣ୍ଡ କଲଚରାଲ ସୋସାଇଟି ଅଫ ଅରୁଣାଚଳ ପ୍ରଦେଶ (ଆଇଏଫସିଏସଏପି) । ଡୋନି ପୋଲୋ ( ସୂର୍ଯ୍ୟ- ଚନ୍ଦ୍ର)ଙ୍କ ଠାରୁ ଆରମ୍ଭ କରି ପ୍ରକୃତିର ବିଭିନ୍ନ ସ୍ୱରୂପକୁ ଆବହମାନ କାଳରୁ ଉପାସନା କରି ଆସୁଥିବା ଅରୁଣାଚଳ ପ୍ରଦେଶର ସମାଜକୁ ତାଙ୍କର ମୂଳରୁ କାଟି ଦେବା ତାଙ୍କୁ କଷ୍ଟ ଦେଉଥିଲା । ରାଜ୍ୟରେ ଏଭଳି ବେଆଇନ ଧର୍ମାନ୍ତରୀକରଣକୁ ରୋକିବାକୁ ଆଇନ ପାରିତ ହୋଇସାରିଥିଲେ ସୁଦ୍ଧା ଦେଶୀ ବିଦେଶୀ ଚର୍ଚ୍ଚ ଲବିର ଚାପରେ ଏହାକୁ କାର୍ଯ୍ୟକାରୀ କରା ନ ଯିବା ଓ ତାଙ୍କ ଆଖି ସାମନାରେ ସେମାନଙ୍କର ସଂସ୍କୃତି- ପରମ୍ପରା ଲୋପ ପାଉଥିବାର କଷ୍ଟ ସେମାନଙ୍କର ମନରେ ରହିଛି । ତେଣୁ ଆଇଏଫସିଏସଏପି ପକ୍ଷରୁ ୨୦୨୨ ମସିହାରେ ଗୌହାଟୀ ହାଇକୋର୍ଟର ଇଟାନଗର ବେଂଚରେ ଏକ ଆବେଦନ କରାଯାଇଥିଲା । ଏଥିରେ ଅରୁଣାଚଳ ପ୍ରଦେଶରେ ବେଆଇନ ଭାବେ ଧର୍ମାନ୍ତରୀକରଣ ରୋକିବାକୁ ଆଇନ ପ୍ରଣୟନ ହେବା ସତ୍ୱେ ରୁଲ ଫ୍ରେମ ନ କରାଯିବା ଉପରେ ପ୍ରଶ୍ନ କରାଯାଇଥିଲା ଓ ଏଥି ନିମିତ ନ୍ୟାୟିକ ହସ୍ତକ୍ଷେପ ପାଇଁ ପ୍ରାର୍ଥନା କରାଯାଇଥିଲା ।
ଏହି ମାମଲାର ଶୁଣାଣୀ କରି ଦୁଇ ଜଣିଆ ଖଣ୍ଡପୀଠ ଗତ ସେପ୍େଚମ୍ବର ୩୦ ତାରିଖ ଦିନ ଏକ ଆଦେଶ ପାରିତ କରି ରାଜ୍ୟ ସରକାରଙ୍କୁ ଛଅ ମାସ ମଧ୍ୟରେ ଏହି ଆଇନ ପାଇଁ ରୁଲ ଫ୍ରେମ କରିବାକୁ ନିର୍ଦେଶ ଦେଇଥିଲେ । ଶୁଣାଣୀ ବେଳେ ରାଜ୍ୟ ସରକାରଙ୍କର ଆଡଭୋକେଟ ଜେନେରାଲ କୋର୍ଟଙ୍କୁ କହିଥିଲେ ଯେ ରୁଲ ଫ୍ରେମ କରାଯିବା ଓ ତାକୁ ଚୂଡାନ୍ତ ରୂପ ଦିଆଯିବାକୁ ଛଅ ମାସ ସମୟ ଲାଗିବ । ଏହି ଆଧାରରେ କୋର୍ଟ ୬ ମାସ ମଧ୍ୟରେ ରୁଲ ଫ୍ରେମ କରିବାକୁ ନିର୍ଦେଶ ଦେଇଥିଲେ ।
ଏହି ଧର୍ମାନ୍ତରୀକରଣ ଆଇନ ପାଇଁ ରୁଲ ଫ୍ରେମ କରିବାର ଦିନ ଯେତେ ପାଖକୁ ଆସୁଛି ଚର୍ଚ୍ଚ ଓ ଖ୍ରୀଷ୍ଟିଆନ ମିଶନାରୀ ମାନଙ୍କର ହୃଦୟର ସ୍ପନ୍ଦନ ସେତେ ବଢିବାରେ ଲାଗିଛି । ସେମାନେ ସେତେ ସକ୍ରିୟ ହୋଇଯାଇଥିବାକୁ ଦେଖିବାକୁ ମିଳିଛି ସେମାନେ ଏହାକୁ ରୋକିବା ପାଇଁ ବିଭିନ୍ନ ପ୍ରକାର ଷଡଯନ୍ତ୍ର, ଦୁଷ୍ପ୍ରଚାର ଆରମ୍ଭ କରି ଦେଇଛନ୍ତି । । ଚର୍ଚ୍ଚ ସହିତ ବିଦେଶୀଶକ୍ତି ମାନେ ମଧ୍ୟ ସେମାନଙ୍କ ସମର୍ଥନରେ ଥିବା ଦେଖିବାକୁ ମିଳୁଛି । ଏବେ ସେମାନେ ଧାରଣା ପ୍ରଦର୍ଶନ ଆଦି କରି ବେଆଇନ ଧର୍ମାନ୍ତରୀକରଣକୁ ରୋକିବା ସମ୍ପର୍କିତ ଆଇନକୁ ଲାଗୁ ନ କରିବା ପାଇଁ ବିଭିନ୍ନ ପ୍ରକ୍ରିୟା ଅବଲମ୍ବନ କଲେଣି ।

ଏଠାରେ ଗୋଟିଏ ଗୁରୁତ୍ୱପୂର୍ଣ ବିଷୟ ଉପରେ ଧ୍ୟାନ ଦେବା ନିହାତି ଜରୁରୀ । ଅରୁଣାଚଳ ପ୍ରଦେଶରେ ପାରିତ ହୋଇଥିବା ଅରୁଣାଚଳ ପ୍ରଦେଶ ଫ୍ରିଡମ ଅଫ ରିଲିଜିୟନ ଆକ୍ଟ (ଏପିଏଫଆରଏ)ରେ କନଭର୍ସନ ଉପରେ କଟକଣା ନାହିଁ । ହେଲେ ବେଆଇନ ଉପାୟରେ ଅର୍ଥାତ କାହାକୁ ଲୋଭ ଦେଖାଇ, ଭୟ ଦେଖାଇ ବା ଅନ୍ୟ କୌଣସି ଭୁଲ ଉପାୟରେ କନଭର୍ଟ କରାଗଲେ ତା ଉପରେ ଦଣ୍ଡ ବିଧାନ କରାଯିବାର ବ୍ୟବସ୍ଥା ରହିଛି । ତେଣୁ ସ୍ୱାଭବିକ ଭାବେ ପ୍ରଶ୍ନ ଉଠୁଛି ଯେ ଚର୍ଚ୍ଚ ଏହି ଆଇନକୁ ନେଇ ଏତେ ଭୟଭୀତ କାହିଁକି ? ଯଦି ଚର୍ଚ୍ଚ ଓ ମିଶନାରୀ ସଂସ୍ଥା ମାନେ କୌଣସି ପ୍ରକାର ବେଆଇନ ପଦ୍ଧତିରେ ଅରୁଣାଚଳ ପ୍ରଦେଶର ସରଳ ଲୋକ ମାନଙ୍କୁ ସେମାନଙ୍କର ପୂର୍ବ ପୁରୁଷଙ୍କ ସଂସ୍କୃତି – ପରମ୍ପରାରୁ କାଟୁ ନାହାନ୍ତି ତେବେ ସେମାନେ ଭୟ କାହିଁକି କରୁଛନ୍ତି । ସେମାନଙ୍କର ଏହି ଭୟ ହିଁ ସେମାନଙ୍କର ଅପରାଧକୁ ସ୍ପଷ୍ଟ କରୁଛି । ଏଥିରୁ ସ୍ପଷ୍ଟ ହେଉଛି ଯେ ସେମାନେ ଅରୁଣାଚଳ ପ୍ରଦେଶର ଖ୍ରୀଷ୍ଟିଆନ ଜନସଂଖ୍ୟାକୁ ୧୯୭୧ ମସିହାରେ ୦.୭୯ ପ୍ରତିଶତକୁ ବଢାଇ ୨୦୧୧ ମସିହାର ଜନ ଗଣନା ଅନୁସାରେ ଖ୍ରୀଷ୍ଟିଆନ ମାନଙ୍କ ସଂଖ୍ୟା ୩୦.୧୧ ପ୍ରତିଶତ କରିବାରେ କିପରି ବେଆଇନ ପଦ୍ଧତି ଆପଣାଇଥିଲେ । ଯଦି ସେମାନେ କୌଣସି ପ୍ରକାର ବେଆଇନ କାର୍ଯ୍ୟ କରୁ ନାହାନ୍ତି ତେବେ ସେମାନଙ୍କୁ ଏଥିରେ ବିଚଳିତ ହେବା ଉଚିତ ନୁହେଁ ବରଂ ଏହାକୁ ସ୍ୱାଗତ କରିବା ଉଚିତ । ତେବେ ଯେଭଳି ଭାବେ ଗତ କିଛି ଦିନରେ ଚର୍ଚ୍ଚ ଓ ଖ୍ରୀଷ୍ଟିଆନ ମିଶନାରୀ ମାନେ ବିଚଳିତ ଓ ବ୍ୟତିବ୍ୟସ୍ତ ହେଉଛନ୍ତି ଓ ବିଦେଶୀ ଗଣମାଧ୍ୟମରେ ଅରୁଣାଚଳ ପ୍ରଦେଶର ମୂଳ ସଂସ୍କୃତିକୁ ରକ୍ଷା କରିବାକୁ ଚେଷ୍ଟିତ ଥିବା ସମାଜ ବିରୁଦ୍ଧରେ ଦୁଷ୍ପ୍ରଚାର କରାଯାଉଛି ସେଥିରୁ ଅନେକ କିଛି ପ୍ରମାଣିତ ହେଉଛି । ଅରୁଣାଚଳ ପ୍ରଦେଶର ପ୍ରେମା ଖାଣ୍ଡୁ ସରକାରଙ୍କୁ ନିଜର ମୂଳ ଚରିତ୍ର ହରାଇବାକୁ ନେଇ ଅରୁଣାଚଳୀ ସମାଜର ବେଦନା କୁ ବୁଝିବା ଉଚିତ ଓ ଏହି ଆଇନକୁ କାଳ ବିଳମ୍ବ ନ କରି ଲାଗୁ କରିବା ଉଚିତ । ଯଦ୍ୱାରା ବିଦେଶୀ ଶକ୍ତି ଓ ଚର୍ଚ୍ଚ ଦ୍ୱାରା ଅରୁଣାଚଳ ପ୍ରଦେଶର ମୂଳ ଚରିତ୍ରକୁ ବଦଳାଇ ସମସ୍ତଙ୍କ ବେକରେ କ୍ରସ ଗଳାଇବାର ଅଭିଯାନକୁ ପ୍ରତିହତ କରାଯାଇ ପାରିବ ଓ ରାଜ୍ୟର ମୂଳ ଚରିତ୍ରକୁ କିଛି ମାତ୍ରାରେ ହେଲେ ଅକ୍ଷୁର୍ଣ ରଖାଯାଇ ପାରିବ ।

Leave a Reply