ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ ୨୦୨୪କୁ ସ୍ୱାଗତ

ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ ୨୦୨୪କୁ ସ୍ୱାଗତ

           ଭୁବନେଶ୍ୱର, ତା୫।୪- ରାଜ୍ୟ ବିଧାନସଭାରେ ପାରିତ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ- ୨୦୨୪କୁ ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ପକ୍ଷରୁ ସ୍ୱାଗତ କରାଯାଇଛି।

           ମହାସଂଘ ଉଚ୍ଚଶିକ୍ଷା ଶାଖାର ରାଜ୍ୟ ସଭାପତି ପ୍ରଫେସର ଶିବବ୍ରତ ଦାସ ଓ ଜାତୀୟ କାର୍ଯ୍ୟକାରୀ ପରିଷଦର ସଦସ୍ୟ ଡକ୍ଟର ନାରାୟଣ ମହାନ୍ତି ଆଜି ଏଠାରେ ଏକ ବିବୃତିରେ କହିଛନ୍ତି ଯେ, ସଂଶୋଧିତ ଅଧିନିୟମ ଯୋଗୁଁ ବିଶ୍ୱବିଦ୍ୟାଳୟଗୁଡ଼ିକ ହରାଇଥିବା ସ୍ୱାୟତ୍ତତା ଫେରିପାଇବେ। ଏଥି ସହିତ ସିନେଟ ବ୍ୟବସ୍ଥାର ପୁନଃପ୍ରଚଳନ, କୁଳପତିଙ୍କ ବୟସସୀମା ବୃଦ୍ଧି, ୟୁ.ଜି.ସି. ନିୟମ ଆଧାରରେ ଶିକ୍ଷକ ନିଯୁକ୍ତି ଆଦି ହୋଇପାରିବ। 

           ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ଲଗାତର ଭାବେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦କୁ ବିରୋଧ କରି ତହିଁରେ ସଂଶୋଧନ ପାଇଁ ଦାବି କରି ଆସୁଥିଲା। ଏବେ ସେହି ଦାବି ପୂରଣ ହୋଇଥିବାରୁ ମହାସଂଘ ପକ୍ଷରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଭାଗୀୟ ସଚିବ ଅରବିନ୍ଦ ଅଗ୍ରୱାଲ ଓ ସଂଶୋଧନ ପ୍ରକ୍ରିୟା ସହ ଜଡ଼ିତ ଶିକ୍ଷାବିତ୍‌ମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।

Leave a Reply

Your email address will not be published. Required fields are marked *