ପୁଲିସକୁ ଆକ୍ରମଣ କରି ଫେରାର ହୋଇ ଯାଇଥିବା କୁଖ୍ୟାତ ସିକନ୍ଦର ଆଲାମ୍ ଗିରଫପୁଲିସକୁ ଆକ୍ରମଣ କରି ଫେରାର ହୋଇ ଯାଇଥିବା କୁଖ୍ୟାତ ସିକନ୍ଦର ଆଲାମ୍ 

ଗତ ୧୬ ତାରିଖ ସନ୍ଧ୍ୟାରେ ଜଗତସିଂହପୁର ଥାନା ଅନ୍ତର୍ଗତ ଧନୀପୁର ବେହେରାମପୁରରେ ସନ୍ଦିଗ୍ଧ ବାଂଲାଦେଶୀ ରହୁଥିବା ଖବର ପାଇ ଚଢ଼ଉ କରିଥିଲା ପୁଲିସ। ଅତିରିକ୍ତ ଏସ୍‌ପି, ତରିକୁନ୍ଦ ବିଟ୍ ହାଉସ୍‌ ଅଧିକାରୀ ଓ ମହିଳା କନେଷ୍ଟବଳଙ୍କ ସମେତ ୫ ଜଣ ସାମିଲ ହୋଇଥିଲେ। ଚଢ଼ଉ କରିବା ମାତ୍ରେ ସିକନ୍ଦରର ଦୁଇ ଭଉଣୀ ପୁଲିସକୁ ଆକ୍ରମଣ କରିଥିଲେ। ଏହାର ସୁଯୋଗ ନେଇ ସିକନ୍ଦର ଓ ତା ଭାଇ ମୋତାଲିଫ୍‌ ଫେରାର ହୋଇ ଯାଇଥିଲେ। ଗଲା ବେଳେ ସିକନ୍ଦର ସାଙ୍ଗରେ ସିସିଟିଭି କ୍ୟାମେରା ହାର୍ଡ ଡିସ୍କ ନେଇ ପଳାଇଥିଲା। ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେବାରୁ ଅଧିକ ଫୋର୍ସ ମଗାଯାଇଥିଲା ଓ ଅଧିକାରୀମାନେ ପହଞ୍ଚିଥିଲେ। ସେତେବେଳକୁ ପ୍ରାୟ ଘଣ୍ଟାଏରୁ ଦେଢ଼ ଘଣ୍ଟା ହୋଇ ଯାଇଥିଲା। ତୁରନ୍ତ ସିକନ୍ଦର ପିଛା କରାଯାଇ ପାରି ନ ଥିଲା।

ଦୀର୍ଘ ୬ ଦିନର ଲୁଚକାଳି ଖେଳ ପରେ ସିକନ୍ଦରକୁ ସ୍ବତନ୍ତ୍ର ପୁଲିସ ଟିମ୍ ଗତକାଲି ବିଳମ୍ବିତ ରାତିରେ ଯାଜପୁର ଅଳକୁଣ୍ଡ ଅଞ୍ଚଳରୁ ଉଠାଇ ଆଣିଛି। ସିକନ୍ଦରକୁ ଏକ ଅଜଣା ସ୍ଥାନରେ ରଖି ପୁଲିସ ଜେରା ଚଳାଇଛି। ତା ଠାରୁ ମୋବାଇଲ ଫୋନକୁ ଜବତ କରିଛି ପୁଲିସ। ସିକନ୍ଦର ଭାଇ ମୋତାଲିଫକୁ ପୁଲିସ ଖୋର୍ଦ୍ଧାରୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *