କର୍ଣ୍ଣାଟକ ହାଇକୋର୍ଟଙ୍କ ପରାମର୍ଶ- ଦେଶ ପାଇଁ ୟୁସିସି ଆବଶ୍ୟକ

କର୍ଣ୍ଣାଟକ ହାଇକୋର୍ଟଙ୍କ ପରାମର୍ଶ- ଦେଶ ପାଇଁ ୟୁସିସି ଆବଶ୍ୟକ
ବେଙ୍ଗାଲୁରୁ: ଦେଶ ପାଇଁ ସମାନ ନାଗରିକ ସଂହିତା (ୟୁସିସି)ର ଆବଶ୍ୟକତା ରହିଛି। ଯାହାଫଳରେ ସବୁ ନାଗରିକ ବିଶେଷକରି ମହିଳାମାନଙ୍କୁ ସମାନ ଅଧିକାର ମିଳିପାରିବ ବୋଲି କର୍ଣ୍ଣାଟକ ହାଇକୋର୍ଟ କହିଛନ୍ତି। ଏଥିସହ ହାଇକୋର୍ଟ ମିଳିତ ଭାବେ ଏଭଳି ଆଇନ ଆଣିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।
ବିଚାରପତି ହଞ୍ଚାଟେ ସଞ୍ଜିବ କୁମାରଙ୍କ ଜଣିକିଆ ଖଣ୍ଡପୀଠ ଏକ ପାରିବାରିକ ବିବାଦ ମାମଲାର ଶୁଣାଣି କରିବା ଅବସରରେ ଏହା କହିଛନ୍ତି। ଏହି ମାମଲା ମୁସଲିମ ମହିଳା ଶେହନାଜ ବେଗମ୍‌ଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପଭି ଭାଗବଣ୍ଟାକୁ ନେଇ ଜଡିତ । ଯେଉଁଥିରେ ତାଙ୍କ ଭାଇ-ଭଉଣୀ ଓ ସ୍ୱାମୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ମାମଲାର ଶୁଣାଣି ବେଳେ ଜଷ୍ଟିସ କୁମାର ମୁସଲିମ ପର୍ସନାଲ ଲ ଉପରେ ପ୍ରଶ୍ନ ଉଠାଇବା ସହ କହିଛନ୍ତି ଏହି ଆଇନ ମହିଳାଙ୍କ ସହ ଭେଦଭାବ କରୁଛି । ହିନ୍ଦୁ ଆଇନରେ ପୁଅଙ୍କ ଭଳି ଝିଅଙ୍କୁ ସମାନ ଜନ୍ମଗତ ଅଧିକାର ଓ ପ୍ରତିଷ୍ଠା ମିଳୁଥିଲା ବେଳେ ମୁସଲିମ୍ ଆଇନରେ ଏହା ନାହିଁ ।
। ତେଣୁ ୟୁସିସି ଦ୍ବାରା ହିଁ ସମ୍ବିଧାନ ପ୍ରଦତ୍ତ ସମାନତା ଅଧିକାର ସମ୍ଭବ ହୋଇପାରିବ। ଜାତିଗତ ଓ ଧର୍ମଗତ ଆଇନର ଊର୍ଦ୍ଧ୍ବରେ ୟୁସିସି ଲାଗୁ କରାଯିବା ଫଳରେ ସମ୍ବିଧାନର ଧାରା ୧୪ର ଉଦ୍ଦେଶ୍ୟ ସଫଳ ହେବ । ୟୁସିସି ଆଣି ତାକୁ ପ୍ରଭାବୀ ଢ଼ଙ୍ଗରେ କାର୍ଯ୍ୟକାରୀ କରାଯିବା ଫଳରେ ମହିଳାଙ୍କୁ ନ୍ୟାୟ ମିଳିବା ସହ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମାନତା ଅଧୁକାରର
ସ୍ଵପ୍ନ ସାକାର ହୋଇପାରିବ। ଜଷ୍ଟିସ କୁମାର ଆହୁରି ମଧ୍ୟ କହିଛନ୍ତି ଯେ ଗୋଆ ଓ ଉତ୍ତରାଖଣ୍ଡରେ ୟୁସିସି ଦିଗରେ ବଡ ପଦକ୍ଷେପ ନିଆଯାଇଛି। କେନ୍ଦ୍ର ସରକାର ଓ ବାକି ସବୁ ରାଜ୍ୟ ମଧ୍ୟ ଏ ଦିଗରେ ପଦକ୍ଷେପ ନେବା ଆବଶ୍ୟକ। ବ୍ୟବସ୍ଥାପକ ସଭାରେ ୟୁସିସିକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା। ବ୍ୟବସ୍ଥାପକ ସଭାର କିଛି ସଦସ୍ୟ ଏହାକୁ ବିରୋଧ କରିଥିଲା ବେଳେ ଚିଠା କମିଟିର ଅଧ୍ୟକ୍ଷ ଡକ୍ଟର ବି.ଆର ଆମ୍ବେଦକର ୟୁସିସିକୁ ଦୃଢ଼ ସମର୍ଥନ କରିଥିଲେ। ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଟି କ୍ରି ଷ୍ଟାମାଚାରୀ ଓ ମୌଲାନା ହସ୍‌ତ ମୋହାନିଙ୍କ ଭଳି ନେତାମାନେ ତାକୁ ସମର୍ଥନ କରିଥିଲେ। ସୁପ୍ରିମକୋର୍ଟ ମଧ୍ୟ ପୂର୍ବରୁ ବିଭିନ୍ନ ମାମଲାର ଶୁଣାଣି ବେଳେ ଦେଶ ପାଇଁ ୟୁସିସିର ଆବଶ୍ୟକତା ଥିବା ଦର୍ଶାଇଥିଲେ ବୋଲି ଜଷ୍ଟିସ କୁମାର କହିଛନ୍ତି।

Leave a Reply

Your email address will not be published. Required fields are marked *