Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଷଡଯନ୍ତ୍ରର ଛଦ୍ମବେଶୀ ଜଷ୍ଟିସ ଫର୍ ଅଲ୍ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଷଡଯନ୍ତ୍ରର ଛଦ୍ମବେଶୀ ଜଷ୍ଟିସ ଫର୍ ଅଲ୍


-ସୌମେନ୍ଦ୍ର ଜେନା-

ଆମେରିକାରେ ଷଡଯନ୍ତ୍ର ସୃଷ୍ଟିକାରୀ ସଂଗଠନ ଜଷ୍ଟିସ ଫର୍ ଅଲ୍ ଗଠନ ହେବା ପୂର୍ବରୁ ବୋସ୍ନିଆ ଟାସ୍କ ଫୋର୍ସ ଏବଂ କୋସୋଭା ଟାସ୍କ ଫୋର୍ସ ନାମରେ ଦୁଇଟି ସଂଗଠନ ୱେବସାଇଟରେ ଦେଖିବାକୁ ମିଳୁଥିଲେ, ଯାହା ଏବେ ଜଷ୍ଟିସ ଫର୍ ଅଲ୍ରେ ପରିଣତ ହୋଇଛନ୍ତି । ଆମେରିକାରେ ଆଜିକାଲି ·ଲୁଥିବା ଭାରତ ବିରୋଧୀ କାର୍ଯ୍ୟକଳାପର ମୁଖ୍ୟ ସୂତ୍ରଧର ହେଉଛି ଜଷ୍ଟିସ ଫଲ୍ ଅଲ୍ ସଂଗଠନ । ଜଷ୍ଟିସ ଫର୍ ଅଲ୍କୁ ପ୍ରଥମେ ଇସଲାମିକ କାଉନସିଲ୍ ଅଫ୍ ନର୍ଥ ଆମେରିକା ଦୁଇଟି ଟାସ୍କ ଫୋର୍ସକୁ ମିଶାଇ ଆରମ୍ଭ କରିଥିଲା । 
ଯଦି ଆମେ ବୋସ୍ନିଆ ଟାସ୍କଫୋର୍ସ କଥା ବି·ର କରିବା ତେବେ ଦେଖିବାକୁ ପାଇବା ଯେ ୧୯୯୨-୯୩ରେ ଆମେରିକାନ୍ କାଉନସିଲ ଅଫ୍ ନର୍ଥ ଆମେରିକା (ଆଇସିଏନ୍ଏ) ବୋସ୍ନିଆ ପାଇଁ ଏକ ଶୋଭାଯାତ୍ରା  ଯୁକ୍ତରାଷ୍ଟ୍ର ଆମେରିକାରେ ଆୟୋଜନ କରିଥିଲା । ସେପ୍ଟେମ୍ବର ୨୦୧୦ରେ ଇଣ୍ଡିଆନ ଆମେରିକାନ ମୁସଲିମ କାଉନ୍ସିଲ୍ (ଆଇଏଏମ୍ସି) ର ପ୍ରତିଷ୍ଠାତା ଶେଖ ଉବୈ÷ଦ ଆମେରିକାର ମୁସଲମାନ ନେତୃମଣ୍ଡଳୀଙ୍କ ଉଦେ୍ଦଶ୍ୟରେ ଯେଉଁ ପତ୍ର ଲେଖିଥିଲା ସେଥିରେ ୧୯୯୦ରୁ ସଂଗଠନ କିପରି ଧାରାବାହିକ ଭାବେ ସେଠାରେ କାର୍ଯ୍ୟକରୁଛି ତାହା ସେ ଲେଖିଥିଲା । ତା ଚିଠି ଅନୁସାରେ ବୋସ୍ନିଆ ଟାସ୍କ ଫୋର୍ସ ଅବଦୁଲ ମାଲିକ ମୁଜାହିଦ ଏବଂ ଆଇସିଏନ୍ଏ ଦ୍ୱାରା ୧୯୯୨ରେ ଗଠିତ ହୋଇଥିଲେ ହେଁ ସେଥିରେ ଅନ୍ୟ ୯ଟି ସଂଗଠନର ମେଣ୍ଟ ରହିଥିଲା । ସେହି ସଂଗଠନଗୁଡିକ ହେଉଛି (୧) ମିନିଷ୍ଟ୍ରୀ ଅଫ୍ ଇମାମ୍ ଡବ୍ଲୁ୍ୟ ଦୀନ ମହମ୍ମଦ, (୨) ଇସ୍ଲାମିକ ସୋସାଇଟୀ ଅଫ୍ ନର୍ଥ ଆମେରିକା, (୩) ଇସଲାମିକ ସର୍କଲ ଅଫ୍ ନର୍ଥ ଆମେରିକା, (୪) ବୋସ୍ନିଆ ଆକ୍ସନ କମିଟି-ଚିକାଗୋ,(୫) ମଜଲିସ୍ ସୁରା ଅଫ୍ ନୁ୍ୟୟର୍କ,(୬) ଇସ୍ଲାମିକ ସୁରା କାଉନସିଲ ଅଫ୍ ଗ୍ରେଟର ଲସ୍ ଏଞ୍ଜେଲସ, (୭) କାଉନସିଲ ଅଫ୍ ଇସଲାମିକ ଅର୍ଗାନାଇଜେସନ ଅଫ୍ ମିଚିଗାନ, (୮) ଇସ୍ଲାମିକ ସୋସାଇଟୀ ଅଫ୍ ଗ୍ରେଟର ହଷ୍ଟନ,(୯) ନେସନାଲ କମୁ୍ୟନିଟୀ ଏଣ୍ଡ ଦି ବଲକାନ ମୁସଲିମ ଆସୋସିଏସନ୍ । ୧୯୯୨ରେ ବୋସ୍ନିଆ ଟାସ୍କ ଫୋର୍ସ ଆରମ୍ଭ ହେବା ବେଳେ ଏହାର କାର୍ଯ୍ୟାଳୟ ମୁସଲିମ ବ୍ରଦରହୁଡର ସହଯୋଗୀ ସଂଗଠନ ଆଇସିଏନ୍ଏ ଇଣ୍ଡିଆନ କାର୍ଯ୍ୟାଳୟ ରହିଥିଲା । 
ବୋସ୍ନିଆ ଯୁଦ୍ଧ ୧୯୯୨-୯୫ ସମୟରେ ·ଲିଥିଲା । ସଂପ୍ରଦାୟକୁ କେନ୍ଦ୍ରକରି ଆରମ୍ଭ ହୋଇଥିବା ଏହି ଯୁଦ୍ଧ ପ୍ରଥମେ ବୋସନିଆ ଏବଂ ହେର୍ଜେଗୋଭିନାରେ ଦେଖିବାକୁ ମିଳିଥିଲା । ସେତେବେଳେ ଏହି ଦୁଇଟିଯାକ ଅଞ୍ଚଳ ଯୁଗୋସ୍ଲୋଭିଆ ମଧ୍ୟରେ ରହିଥିଲେ, ଯେଉଁଠି ୪୪% ବୋସନିଆ ମୁସଲିମ, ୩୩% ସର୍ବ, ୧୭% କ୍ରୋଟ ବାସ କରୁଥିଲେ । ୧୯୯୦ରେ ଯୁଗୋସ୍ମାଭିଆ  ବିଭାଜନ ପରେ ଅଶାନ୍ତି ଆରମ୍ଭ ହୋଇଥିଲା । ୧୯୯୨ରେ ଜନମତ ପରେ ୟୁରୋପୀୟ ୟନିଅନ୍ ବୋସନିଆର ସ୍ୱାଧୀନତାକୁ ସ୍ୱୀକୃତି ପ୍ରଦାନ କରିଥିଲା । ବୋସ୍ନିଆର ସର୍ବମାନେ ସଂଘର୍ଷକରି ୭୦ ପ୍ରତିଶତ ବୋସ୍ନିଆର ଅଞ୍ଚଳକୁ ଦଖଲ କଲେ, ଯାହା ଫଳରେ ସାରାଜେଭୋ ଘେରାଉ ମଧ୍ୟରେ ରହିଲା । ବୋସନିୟ ଏବଂ କ୍ରୋଟମାନେ ସଂତ୍ରସ୍ତ ଅବସ୍ଥାରେ ରହିଲେ । ବୋସ୍ନିଆର କ୍ରୋଟସ ଏବଂ ବୋସ୍ନିଆର ସରକାରଙ୍କ ମଧ୍ୟରେ ସଂଘର୍ଷ ପରେ ଆନ୍ତର୍ଜାତିକ ସ୍ତରରେ ·ପ ହେବା ଯୋଗୁ ଦୁଇ ଗୋଷ୍ଠୀ ସଂଘର୍ଷରୁ ମୁକ୍ତ ହୋଇ ବୁଝାମଣା କରିବାକୁ ରାଜିହେଲେ ।  ଏହା ପରେ ଉଭୟେ ସର୍ବମାନଙ୍କୁ ନିଜର ଶତ୍ରୁ ବୋଲି ମନେକଲେ । ଶାନ୍ତି ଯୋଜନାକୁ  ବିରୋଧ କରାଯାଇ  ସଂଘର୍ଷ ଜାରିରହିବା ପରେ ପାଶ୍ଚାତ୍ୟର ରାଷ୍ଟ୍ର ସମୂହ ଏବଂ ନାଟୋ ଗୋଷ୍ଠୀର ସମର୍ଥନକ୍ରମେ ୧୯୯୫ରେ ଓହିଓ (ଆମେରିକା)ର ଡେଟନଠାରେ ଅନ୍ତିମ ସଂଘର୍ଷ ବିରତି ବୁଝାମଣା ହେଲା ।  ବୋସ୍ନିଆ ଏବଂ ହର୍ଜେଗୋଭିନା ଗୋଟିଏ ଦେଶ ହେଲା ଯାହାର ଦୁଇଟି ସ୍ୱତନ୍ତ୍ର ପରିଚୟ ରହିଲା-ଫେଡେରେସନ ଅଫ୍ ବୋସ୍ନିଆ ଏଣ୍ଡ ହେର୍ଜେଗୋଭିନା ଏବଂ ରିପବ୍ଲିକ ସ୍ରପ୍ସ୍କା (ବୋସନିଆ ସର୍ବରାଷ୍ଟ୍ର) । ବୋସ୍ନିଆ ଟାସ୍କ ଫୋର୍ସ ଗଠନର ସଫଳତା ପରେ ଅବଦୁଲ ମାଲିକ ମୁଜାହିଦ ଆମେରିକାରେ ୧୯୯୯ରେ କୋସୋଭା ଟାସ୍କ ଫୋର୍ସ ଗଠନ କଲା,ଯେଉଁଥିରେ ୧୬ଟି ସଂଗଠନର  ସମର୍ଥନ ରହିଲା । ଦେଖିବାକୁ ଗଲେ କୋସୋଭା ଟାସ୍କ ଫୋର୍ସ ଏକ ଇସ୍ଲାମିକ ଟାସ୍କ ଫୋର୍ସ ହିଁ ଥିଲା । କାରଣ ସେଥିରେ ଥିବା ସଂଗଠନଗୁଡିକ ଇସଲାମିକ ସଂଗଠନ ହିଁ ରହିଥିଲେ । ସେଗୁଡିକ ହେଲେ (୧) ଆଲବାନିଆନ ଇସଲାମିକ୍ କଲ୍ଚରାଲ ସେଣ୍ଟର, (୨) ଆମେରିକାନ ମୁସଲିମ କାଉନସିଲ୍, (୩) ବଲକାନ୍ ମୁସଲିମ ଆସୋସିଏସନ୍, (୪) କାଉନସିଲ ଅଫ୍ ଇସଲାମିକ ଅର୍ଗାନାଇଜେସନ ଅଫ୍ ଚିକାଗୋ , (୫) କାଉନସିଲ ଅଫ୍ ଇସଲାମିକ ଅର୍ଗାନାଇଜେସନ୍ ଅଫ୍ ମିଚିଗାନ, (୬) କାଉନସିଲ୍ ଅନ୍ ଆମେରିକାନ୍ ଇସଲାମିକ୍ ରିଲେସନ୍ସ୍, (୭) ଇସଲାମିକ ସର୍କଲ ଅଫ୍ ନର୍ଥ ଆମେରିକା, (୮) ଇସଲାମିକ କାଉନ୍ସିଲ ଅଫ୍ ନିଉ ଇଂଲଣ୍ଡ ,(୯) ଇସଲାମିକ ମେଡିକାଲ ଆସୋସିଏସନ୍,(୧୦) ଇସଲାମିକ ସୁରା କାଉନସିଲ ଅଫ୍ ସାଉଦର୍ଣ୍ଣ କାଲିଫର୍ଣ୍ଣିଆ,(୧୧) ଇସଲାମିକ ସୋସାଇଟୀ ଅଫ୍ ଗ୍ରେଟର ହଷ୍ଟନ, (୧୨) ଇସଲାମିକ ସୋସାଇଟୀ ଅଫ୍ ନର୍ଥ ଆମେରିକା , (୧୩) ମଜଲିସ୍ ସୁରା ନିଉୟର୍କ, (୧୪) ମୁସଲିମ ଆମେରିକାନ ସୋସାଇଟୀ,(୧୫) ମୁସଲିମ ଷ୍ଟୁଡେଣ୍ଟସ ଆସୋସିଏସନ ଅଫ୍ ଦି ୟୁଏସ୍ ଏଣ୍ଡ କାନାଡା,(୧୬) ଦି ନେସନାଲ କମୁ୍ୟନିଟୀ । କୋସୋଭା ଟାସ୍କ ଫୋର୍ସରେ ରହିଥିବା କିଛି ସଂଗଠନଙ୍କର ମୋ÷÷ଳବାଦ, ସନ୍ତ୍ରାସବାଦକୁ ଆର୍ଥôକ ସହଯୋଗ, ନିଷେଧ ହୋଇଥିବା ସଂଗଠନଗୁଡିକ ସହ ସଂପର୍କ ରହିଥିଲା । 
କୋସୋଭା ଟାସ୍କ ଫୋର୍ସରେ ଥିବା ସଂଗଠନ ମଧ୍ୟରୁ ଆମେରିକାନ୍ ମୁସଲିମ କାଉନସିଲ ଅନ୍ୟତମ । ଏହା ୧୨ଜୁଲାଇ ୧୯୯୦ରେ ଜନ୍ମ ନେଇଥିଲା । ଏହାର ଲିଖିତ ଉଦେ୍ଦଶ୍ୟ ହେଲା ଆମେରିକାର କଂଗ୍ରେସ ମଧ୍ୟରେ ଥିବା ସାଂସଦମାନଙ୍କ ମଧ୍ୟରେ ମୁସଲମାନଙ୍କ ପାଇଁ ଲବି କରିବା, ସବୁ ରାଜ୍ୟରେ ଏହାର ଶାଖା ଖୋଲିବା, ଆମେରିକାର ମୁସଲମାନ ପୁରୁଷ ଏବଂ ମହିଳାଙ୍କୁ ରାଜନୀତିରେ ଅଂଶଗ୍ରହଣ ପାଇଁ ପ୍ରୋତ୍ସାହିତ କରିବା, ଆମେରିକାର ମିଡିଆରେ ସକ୍ରୀୟ ରହି ଧାରାବାହିକ ଭାବେ ମୁସଲିମ ସ୍ୱାର୍ଥରେ କାର୍ଯ୍ୟ କରିବା । ଏହି ସଂସ୍ଥାର ସହ ପ୍ରତିଷ୍ଠାତା ଏବଂ କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ହେଲେ ଇରିଟେରିଆରେ ଜନ୍ମିତ ଅବଦୁର ରହମନ ଅଲ ମୋ÷÷ଦି ନାମକ ଜଣେ ବାଇଓକେମିଷ୍ଟ, ଯିଏ  ୧୯୭୯-୮୦ରେ ଆମେରିକାକୁ ଆସିଥିଲା । ଆମେରିକାରେ ସେ ଅନେକଗୁଡିଏ ମୁସଲିମ ସଂଗଠନ ଏଏମ୍ସି ଏବଂ ଆମେରିକାନ୍ ମୁସଲିମ କାଉନସିଲ ଆଦି ଗଠନ କରିଥିଲା । ଆମେରିକାର ସୁରକ୍ଷା ଏଜେନ୍ସୀ ଫେଡେରାଲ ବୁ୍ୟରୋ ଅଫ୍ ଇନ୍ଭେଷ୍ଟିଗେସନ ଅନୁଯାୟୀ ଅଲ୍ମୈ÷ାଦୀର ସଂପର୍କ ଇସଲାମିକ କଲ୍ ସୋସାଇଟୀ ସହ ରହିଛି , ଯାହାର ସଂପର୍କ ଲିବ୍ୟାର ସରକାରଙ୍କ ସହ ରହିଛି । 
ଏଏମ୍ସି ଆରମ୍ଭ କଲାପରେ ଅଲମୋ÷÷ଦୀ ହ୍ୱାଇଟ ହାଉସ୍ ଏବଂ ପେଣ୍ଟାଗନରେ ଏକ ପରିଚିତ ଚେହେରା ହୋଇଗଲା । କାରଣ ସେ କଂଗ୍ରେସର ଉଭୟ ଡେମୋକ୍ରାଟ ଏବଂ ରିପବ୍ଲିକାନର ସାଂସଦମାନଙ୍କ ସହ ଲବି କରୁଥିଲା । ୨୦୦୦ପୂର୍ବରୁ ଅଲମୋ÷÷ଦୀ ବ୍ରିଟେନ ବାଟ ଦେଇ ଲିବ୍ୟାକୁ ବାରମ୍ବାର ଯାତ୍ରା କଲା । ୧୬ଅଗଷ୍ଟ ୨୦୦୩ରେ ଲଣ୍ଡନ ବିମାନ ବନ୍ଦରରେ ସେ ୩,୪୦,୦୦୦ ଆମେରିକୀୟ ଡଲାର ସଙ୍ଗରେ ନେଇ ଯାତ୍ରା କରୁଥିବା ବେଳେ ଧରାହେଲା । ପରେ ଅନୁସନ୍ଧାନରୁ ଜଣାପଡିଲା ଯେ ସାଉଦି ଆରବର ଯୁବରାଜ ଅବୁଦୁଲ୍ଲା ଅଲ୍-ସାଉଦଙ୍କୁ ହତ୍ୟା କରିବା  ପାଇଁ ଲିବ୍ୟାର ଶାସକ ମୋଆମାର ଗଦ୍ଦାଫିଙ୍କ ଠାରୁ ଅଲ୍ମୋ÷÷ଦୀ ଅର୍ଥ ନେଇ ଯାଉଥିଲା । ଅକ୍ଟୋବର ୨୦୦୩ରେ ଅଲ୍ମୈାଦୀ ଦୋଷୀ ସାବ୍ୟସ୍ତ ହେଲା । ଅର୍ଥ ଜାଲିଆତି ଏବଂ ସନ୍ତ୍ରାସବାଦକୁ ସମର୍ଥନ କରିବା ଅଭିଯୋଗରେ ତାକୁ ୨୩ ବର୍ଷ କାରାବାସ ମିଳିଲା । 

ଭାରତୀୟ ସମ୍ବାଦ ସେବା (ଭାସ୍)
ଭୁବନେଶ୍ୱର-୭୫୧୦୦୩

Leave a Reply