Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
ଶିକ୍ଷକ, ସମାଜ ଓ କ୍ରାନ୍ତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶିକ୍ଷକ, ସମାଜ ଓ କ୍ରାନ୍ତି

-ଅରୁଣ କୁମାର ପଣ୍ଡା-

ମୌଳିକ ରୂପରେ ଶିକ୍ଷକ ବିଶ୍ୱର ସବୁଠାରୁ ବିଦ୍ରୋହୀ ବ୍ୟକ୍ତି ହେବା ଉଚିତ, ତାହେଲେ ସେ ପିଢ଼ିଙ୍କୁ ଆଗକୁ ନେବାରେ ସକ୍ଷମ ହୋଇପାରିବ । ପୁରୁଣା ଅଳିଆକୁ ଘାଣ୍ଟିବାରେ ଯେଉଁ ଶିକ୍ଷକ ବ୍ୟସ୍ତ ଅର୍ଥାତ୍‌ କେବଳ ପିଲାଙ୍କୁ ପଢ଼ାଇବା ପାଇଁ ଗତାନୁଗତିକ ଢ଼ଙ୍ଗରେ ପଢ଼ାନ୍ତି ସେମାନଙ୍କୁ ସବୁଠାରୁ ବଡ ଋଢ଼ିବାଦୀ କୁହାଯାଇପାରେ । ଶିକ୍ଷକ ବିଦ୍ରୋହୀ ହେବା ଉଚିତ, କିଭଳି ବିଦ୍ରୋହୀ ଘରେ ନିଆଁ ଲଗାଇବା, ଟ୍ରେନ୍‌ ଓଲଟାଇ ଦେବା, ବସରେ ନିଆଁ ଲଗାଇବାକୁ ବିଦ୍ରୋହ କୁହାଯିବ ନାହିଁ । ଭୁଲ୍‌ରେ ମଧ୍ୟ ବିଦ୍ରୋହ ଶବ୍ଦର ଏହି ଅର୍ଥ ବାହାର କରିବା ଉଚିତ ନୁହେଁ, ଆମର ଯେଉଁ ମୂଲ୍ୟବୋଧ ରହିଛି ସେ ନେଇ ବିଦ୍ରୋହର ଭାବନା, ବିଚାର ଏସବୁର ଆବଶ୍ୟକତା ରହିଛି । ଯେତେବେଳେ କୌଣସି ପିଲାକୁ ଆମେ ଗଧ କହୁଛୁ, ବୁଦ୍ଧିହୀନ ବୋଲି କହୁଛୁ, ତେବେ ଅନ୍ୟ ସାଥୀକୁ ଦେଖି ସେ କେତେ ଆଗରେ ଅଛି, କାହିଁକି ଅଛି । ଦୁନିଆରେ ସମସ୍ତେ ଏକାଭଳି ହୋଇପାରିବେ ନାହିଁ । ଅନ୍ୟ ସହ ତୁଳନା କରି ଶିକ୍ଷକ ଯଦି ଛାତ୍ରକୁ ଗଧ କହିବେ ତେବେ ସେ ଋଢ଼ିବାଦୀ, ଗତାନୁଗତିକତା ଶିକ୍ଷାଦାନ ଉପରେ ନିର୍ଭର କରନ୍ତି । ଧାରାକୁ ବଦଳାଇବା ପାଇଁ ବିଦ୍ରୋହ ଦରକାର । ବିପ୍ଳବ ଦରକାର ଏବଂ ଏହି ବିଦ୍ରୋହ କରିବ ଶିକ୍ଷକ । ପ୍ରକୃତିରେ ଅନେକ କିଛି ରହିଛି – ବଡ ପଥର ବି ଛୋଟ ପଥର ବି । ସେହିପରି ବିଶାଳ ବୃକ୍ଷ ଓ କ୍ଷୁଦ୍ର ଦ୍ରୁମ । ପ୍ରକୃତି କୋଳରେ ଘାସର ଫୁଲ ବୋଲି ତା’ଉପରେ ନାରାଜ ହୁଏ ନାହିଁ କି ଗୋଲାପ ଫୁଲ ପାଇଁ ପ୍ରସନ୍ନ ହୁଏ ନାହିଁ । ସେ ଯେତେ ଖୁସିରେ, ଘାସ ଫୁଲକୁ ପ୍ରାଣ ଦେଇଥାଏ ସେତିକି ଖୁସିରେ ଗୋଲାପ ଫୁଲକୁ ମଧ୍ୟ । ପ୍ରକୃତି ମା’ର ଆଖିରେ କେହି ଛୋଟ ବଡ଼ ନୁହଁନ୍ତି । ଯେପର୍ଯ୍ୟନ୍ତ ଜଣକ ସହ ଅନ୍ୟର ତୁଳନା କରୁଥିବା ତେବେ ଭୁଲ୍‌ ରାସ୍ତାରେ ଚାଲୁଥିବା । ପ୍ରତ୍ୟେକ ବ୍ୟକ୍ତି ଯଦି ଅନ୍ୟ ବ୍ୟକ୍ତିମାନଙ୍କ ସହିତ ନିଜକୁ ତୁଳନା କରିବ ତେବେ ସେ ଠିକ୍‌ ରାସ୍ତାରେ ଯାଉନାହିଁ ବୋଲି ଜାଣିବାକୁ ହେବ । ରାମ, କୃଷ୍ଣ, ଯୀଶୁ ଖ୍ରୀଷ୍ଟ କିମ୍ବା ଆଧୁନିକ କାଳରେ ଗାନ୍ଧି, ବିବେକାନନ୍ଦଙ୍କ ଭଳି ମହାନ୍‌ ବିଭୂତିଗଣ ଅନେକ ଦିନରୁ ଦିବଂଗତ ହେଲେଣି । ପରନ୍ତୁ ତାଙ୍କ ପରି ଅବିକଳ ଦ୍ୱିତୀୟ କାହିଁକି ହେଉନାହାଁନ୍ତି? ଦ୍ୱିତୀୟ ବୁଦ୍ଧ, ଖ୍ରୀଷ୍ଟ, ନାନକ କିମ୍ବା ତୁଳସୀ ଦାସ କାହିଁକି ହେଉନାହାଁନ୍ତି ରାମ, କୃଷ୍ଣ, ବୁଦ୍ଧ କିମ୍ବା ଯୀଶୁଙ୍କ ପରି ବସ୍ତ୍ର ପିନ୍ଧି ଅଭିନୟ କରାଯାଇପାରେ, ପରନ୍ତୁ ସେଭଳି ଦ୍ୱିତୀୟ ହେବା କଳ୍ପନାତୀତ । ପୃଥିବୀରେ ପ୍ରତ୍ୟେକ ଅଦ୍ୱିତୀୟ ଏବଂ ଯେପର୍ଯ୍ୟନ୍ତ ଆମେ ପ୍ରତ୍ୟେକର ଅଦ୍ୱିତୀୟ ପ୍ରତିଭାକୁ ସମ୍ମାନ ନଦେବା ସେପର୍ଯ୍ୟନ୍ତ ପ୍ରତିଯୋଗିତା ରହିବ, ପ୍ରତିସ୍ଫର୍ଦ୍ଦା, ପ୍ରତିଦ୍ୱନ୍ଦ୍ୱିତା ଚାଲିବ । ଦୁନିଆରେ ସେପର୍ଯ୍ୟନ୍ତ ହାଣକାଟ, ରକ୍ତପାତ, ହିଂସା ଦ୍ୱେଷ ଚାଲିବ ବି, କାରଣ ପ୍ରତ୍ୟେକ ଅନେକକୁ ହଟାଇ ଆଗକୁ ଯିବାକୁ ଚେଷ୍ଟା କରିବେ । ଆଗକୁ ଯିବା ଖରାପ କଥା ନୁହେଁ, ପରନ୍ତୁ ଅନ୍ୟକୁ ଧକ୍କା ମାରି ତା’ର ଅସ୍ମିତା, ବିଶେଷତାକୁ ନଷ୍ଟ କରି ନୁହେଁ । ଗୋଟିଏ ଫୁଲ ବଗିଚାରେ ଶିକ୍ଷକ ପହଞ୍ଚô ଯଦି ଚମ୍ପାକୁ ଚମେଲି ଏବଂ ଯୁଇକୁ ମଲ୍ଲୀ ହେବାକୁ କହିବେ ତାହା ପାଗଳାମି ଛଡା ଅନ୍ୟ କିଛି ନୁହଁ । ଚମ୍ପାକୁ ଚମ୍ପା, ମଲ୍ଲୀକୁ ମଲ୍ଲୀ, ଚମେଲିକୁ ଚମେଲି ହେବାକୁ ଦିଅ, ତା’ର ଗୁଣ ସୁଗନ୍ଧକୁ ଜାଗରିତ କର ଏହା ହିଁ ବିଦ୍ରୋହୀ ଶିକ୍ଷକର ଦାୟିତ୍ୱ । ଶିକ୍ଷା ନାମରେ ଅଶିକ୍ଷା, ଜ୍ଞାନ ନାମରେ ଅଜ୍ଞାନ ଏବଂ ପାଣ୍ଡିତ୍ୟ ନାମରେ ମୂର୍ଖତାର କ୍ରମାଗତ ପ୍ରସାର ଚାଲିଛି । ପ୍ରଚାର ଚାଲିଛି ସେହି ଅପରୀକ୍ଷିତ, ଅବାଂଛିତ, ଅଦରକାରୀ ଶିକ୍ଷାର ଯାହାର ପରିବର୍ତ୍ତନ ପାଇଁ ଆବଶ୍ୟକ ମୌଳିକ ଚିନ୍ତନ ଓ ପଦକ୍ଷେପ ପାଇଁ ବିଚାର ହିଁ ହେଉନାହିଁ । ଶିକ୍ଷାକୁ ଏକ ବ୍ୟବସାୟରେ ପରିଣତ କରାଯାଇଛି ଏବଂ ଏହା ସ୍ୱାର୍ଥପର ରାଜନେତାଙ୍କ କ୍ରୀଡନକ ସାଜିଛି । ଶିକ୍ଷକ ନା ଗୁରୁକୁଳର ଆଦର୍ଶକୁ ଗ୍ରହଣ କରିପାରୁଛି ନା ଆମର ମୋ÷ଳିକ ଜ୍ଞାନ ଭଣ୍ଡାର (ଆତ୍ମା ପରମାତ୍ମା ଜ୍ଞାନ)କୁ ଖୋଲିବା ପାଇଁ ଉଦ୍ୟମ କରୁଛି । ସେ ପ୍ରାଚ୍ୟ ନୁହେଁ କି ପାଶ୍ଚାତ୍ୟ ନୁହେଁ ଶିଖଣ୍ଡି ପରି ମଝିରେ ଝୁଲି ରହିଛି । ଶିକ୍ଷକ ବପ୍ଳବ କରିବ, ବିଦ୍ରୋହ କରିବ ଏବଂ ଏହା ହିଁ ତା’ର ସ୍ୱଧର୍ମ ହେବା ଉଚିତ । କିଛି ଅର୍ଥ କିମ୍ବା ବେତନରେ ଜଣେ ବାସ୍ତବ ଶିକ୍ଷକ ସନ୍ତୁଷ୍ଟ ରହିବା ଉଚିତ ନୁହେଁ । ଉତ୍ତର ପିଢ଼ିକୁ ଠିକ୍‌ ଭାବରେ ଗଢ଼ିବାରେ, ସେମାନଙ୍କର ପ୍ରତିଭାର ଉନ୍ମେଷ କରିବାରେ ବିବିଧ ବାଧା ସତ୍ତ୍ୱେ ସକ୍ରିୟ ଭୂମିକା ଗ୍ରହଣ କରିବା ହେଉଛି ଜଣେ ସଚ୍ଚା ବପ୍ଳବୀ ବା ବିଦ୍ରୋହୀ ଶିକ୍ଷକର ପରିଚୟ । ଜଣେ ଶିକ୍ଷକ ଯଦି ରାଷ୍ଟ୍ରପତି ହୋଇଗଲେ ଏଥିରେ ଶିକ୍ଷକଙ୍କ ସମ୍ମାନ ବଢ଼ିଲା କିପରି? ଯଦି ଜଣେ ରାଷ୍ଟ୍ରପତି ଶିକ୍ଷକ ହେବ, ଯଦି ଜଣେ ପ୍ରଧାନମନ୍ତ୍ରୀ କରି ଶିକ୍ଷକ ହେବ ତେବେ ତାହା ହିଁ ହେବ ଶିକ୍ଷକର ସମ୍ମାନ । ନିକଟରେ ଆମ ଦେଶର ରାଷ୍ଟ୍ରପତି ପଦରୁ ଅବସର ନେବା ପରେ ଡଃ ଏପିଜେ ଅବଦୁଲ୍‌ କଲାମ ଆଜାଦ ବିଭିନ୍ନ ବିଶ୍ୱ ବିଦ୍ୟାଳୟ, କଲେଜ, ସ୍କୁଲ ଓ ଶିକ୍ଷାସଂସ୍ଥାନକୁ ଯାଇ ପିଲାଙ୍କୁ ପଢ଼ାଇବାରେ ହିଁ ଆନନ୍ଦ ଅନୁଭବ କରୁଥିଲେ । ଠିକ୍‌ ସେହିପରି ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ । ମୋ÷ଳିକ ଭାବରେ ଏମାନେ ଶିକ୍ଷକ । ଉଚ୍ଚପଦ ମିଳିଲା ପରେ ମଧ୍ୟ ସେମାନେ ନିଜର ପ୍ରବୃତ୍ତିକୁ ଛାଡି ପାରିନାହାଁନ୍ତି । ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କରେ ଏଭଳି ଅନେକ ଉଦାହରଣ ମିଳେ । ସମ୍ମାନ ସେହିଠାରେ ଥାଏ ଯେଉଁଠି ପଦ ଅଛି ଏବଂ ପଦ ଥାଏ ରାଜ୍ୟରେ । ତେଣୁ ଶିକ୍ଷକ ଥିଲେ ବୋଲି ଆମେ ସମ୍ମାନ କରୁନାହୁଁ । ରାଷ୍ଟ୍ରପତି ପଦବୀକୁ ସମ୍ମାନ ମିଳୁଛି । ରାଜନେତା ଜଣା ଅଜଣାରେ ନିଜର ବିଚାର ସ୍ଥିତିକୁ ଶିକ୍ଷକଙ୍କ ଦ୍ୱାରା ଛାତ୍ରଙ୍କ ଭିତରେ ପୂରାଇବା ପାଇଁ ସାହସ କରନ୍ତି । ସେହିପରି ପ୍ରତ୍ୟେକ ଧର୍ମ ସମ୍ପ୍ରଦାୟର ବଡ଼ପଣ୍ଡାମାନେ ଚେଷ୍ଟା ଚଳାଇଥାନ୍ତି କି ସେମାନଙ୍କ ଧାରଣା ପିଲାଙ୍କ ଭିତରେ ପ୍ରବେଶ କରୁ । ଏହା କିଛି ଖରାପ କଥା ନୁହେଁ । ପରନ୍ତୁ ଭବିଷ୍ୟତର ପିଢ଼ିଙ୍କୁ ରାଷ୍ଟ୍ର ଓ ସମାଜ ଅନୁକୂଳ କରିବା ପାଇଁ ସେହି ଅନୁରୂପ ଶୁଦ୍ଧ ଶିକ୍ଷାଦାନର ଆବଶ୍ୟକତା ରହିଛି । ଯୁବ ସମାଜ ଭିତରେ ବଢୁଥିବା ହିଂସ୍ର ଓ ଆତଙ୍କବାଦୀ ପ୍ରବୃତ୍ତିର ନିର୍ମାଣ ସାମ୍ପ୍ରଦାୟିକ ଶିକ୍ଷାନୁଷ୍ଠାନମାନଙ୍କରେ ହୋଇଥାଏ ଏବଂ ଏହାର ଘାତକ ପରିଣାମ ଆଜି ଆମେ ଆଫଗାନିସ୍ତାନ, ପାକିସ୍ତାନ, ଇରାକ ଆଦି ଦେଶମାନଙ୍କରେ ଦେଖିବାକୁ ପାଉଛୁ । ଅବୋଧ, ଅଜ୍ଞାନ, ନିଦେ୍ର୍ଦାଷ, ସରଳ ପିଲାଙ୍କ କୋମଳ ମନରେ ପ୍ରାରମ୍ଭିକ ପର୍ଯ୍ୟାୟରୁ ଈର୍ଷ୍ୟା, ଦ୍ୱେଷ, ଘୃଣ୍ୟ, ହିଂସା ଏବଂ ମୌଳବାଦୀ ରକ୍ଷଣଶୀଳ ଭାବନା ଭର୍ତ୍ତି କରିବାର କାର୍ଯ୍ୟ ଶିକ୍ଷକମାନଙ୍କ ଦ୍ୱାରା କରାଯାଉଛି । ଯେଉଁମାନେ ଶାସ୍ତ୍ର ଓ ବିଦ୍ୟାରେ ବାନ୍ଧି ହୋଇଯାଆନ୍ତି ବିଶେଷ କରି ଯେଉଁମାନେ ଶିକ୍ଷାଶାସ୍ତ୍ରୀ ସେମାନଙ୍କଠାରୁ ସତ୍ୟ ପ୍ରକଟିତ ହେବାର ସମ୍ଭାବନା ବହୁତ କମ୍‌ । ହଜାର ବର୍ଷରୁ ଚିନ୍ତନ ଚାଲିଛି, ପରନ୍ତୁ ଶିକ୍ଷାର ଯେଉଁ ସ୍ଥିତି, ଯେଉଁ ଢ଼ାଞ୍ଚା, ଏହି ଶିକ୍ଷାରୁ ସୃଷ୍ଟି ହୋଇଥିବା ମନୁଷ୍ୟମାନଙ୍କର ଯେଉଁ ରୂପରେଖ ତାହା ଏତେ ଭୁଲ୍‌ ଏତେ ଅସ୍ୱସ୍ଥ ଏବଂ ଭ୍ରମାତ୍ମକ ଥିବା କାରଣରୁ ଶିକ୍ଷାଶାସ୍ତ୍ରୀ ଓ ଶିକ୍ଷାପ୍ରେମୀଙ୍କ ଭିତରେ ନିରାଶା ସୃଷ୍ଟି ହେବା ସ୍ୱାଭାବିକ । ସମାଜଶାସ୍ତ୍ରୀ ଯେଉଁମାନେ ସମାଜ ବିଷୟରେ ବିଶେଷ ଚିନ୍ତା କରନ୍ତି ସେମାନେ ବି ଅସ୍ୱସ୍ଥ, ରୁଗ୍‌ଣ । ଅନ୍ୟଥା ମନୁଷ୍ୟ ଜାତି, ତାହାର ଜୀବନ, ତାହାର ବିଚାର ବହୁତ ଅଲଗା ହୋଇପାରିଥାନ୍ତା । ଏପର୍ଯ୍ୟନ୍ତ ସମାଜ ସହ ଶିକ୍ଷକଙ୍କ ସମ୍ବନ୍ଧ ଅତି ବିପଦପୂର୍ଣ୍ଣ ପ୍ରମାଣିତ ହୋଇଛି । ଆଜିପର୍ଯ୍ୟନ୍ତ ସମାଜ ଓ ଶିକ୍ଷକ ମଧ୍ୟରେ ସମ୍ବନ୍ଧ କିଭଳି ଅଛି? ସମାଜ ମାଲିକ, ତେଣୁ ସେ ଶିକ୍ଷକଙ୍କଠାରୁ କ’ଣ ଓ କିପ୍ରକାର କାମ ନେବା ପାଇଁ ଚାହୁଁଛି? ମଲାବେଳକୁ ଲୋକେ ନିଜର ଉତ୍ତରାଧିକାରୀଙ୍କ ପାଇଁ ବସିୟତନାମା (ଉଇଲ) ଲେଖି ଛାଡିଯାଆନ୍ତି । ଏହା ଠିକ୍‌ କି ଭୁଲ୍‌ ପରଖା ଯାଏ ନାହିଁ । ଶିକ୍ଷକ ସିଧା ସେଗୁଡିକୁ ପିଲାଙ୍କ ମୁଣ୍ଡରେ ଭର୍ତ୍ତିକରି ଦେଇଥାଏ । ସମାଜ ଶିକ୍ଷକ ଠାରୁ ଏହି କାମ ହିଁ କରାଉଛି । ଏହା ଶିକ୍ଷକଙ୍କ ଉପରେ ଲା‚ନା ନୁହେଁ ତ ଆଉ କ’ଣ? ଶିକ୍ଷକଙ୍କ ଧର୍ମ ହେଲା ପ୍ରଚଳିତ ଭୁଲ୍‌ ଓ ଋଢ଼ିବାଦୀ ବ୍ୟବସ୍ଥା ବିରୋଧରେ ଖୋଲା ଖୋଲି ବିଦ୍ରୋହ । ତେବେ ଯାଇ ଉତ୍ତର ପିଢ଼ି ଅନ୍ଧ ବିଶ୍ୱାସ, ବିଦ୍ୟାନାମରେ ଅବିଦ୍ୟାକୁ ପରିହାର କରି ଏକ ସୁସ୍ଥ, ସରଳ ଓ ତେଜସ୍ୱୀ ମାର୍ଗରେ ଅଗ୍ରସର ହୋଇପାରିବ । ସାଧାରଣ ଭାଷାରେ କହିଲେ, ଶିକ୍ଷକ ଏକ ନବ ସଂରଚନାର ଆଲୋକ ବର୍ତ୍ତିକା ଧରି ଅଜ୍ଞାନ ରୂପୀ ଅନ୍ଧକାରରେ ଅଣ୍ଡାଳି ହେଉଥିବା ଦେଶର ଭବିଷ୍ୟତମାନଙ୍କୁ ସଠିକ୍‌ ପ୍ରଶସ୍ତ ମାର୍ଗଦର୍ଶନକ କରିପାରିବ । ଭୋ÷ତିକ ପ୍ରଗତି ସହ ଏହା ମାନସିକ ଶକ୍ତିର ବିକାଶରେ ସହାୟକ ହେବ ।

ବରିଷ୍ଠ ସାମ୍ବାଦିକ ୧୩୪୮/୪- ସି, ସେକ୍ଟର-୬, ମୋ: ୯୪୩୭୨୭୦୬୦୫

Leave a Reply