Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କୋହିନୂର ଆଶା ଉଜ୍ଜୀବିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କୋହିନୂର ଆଶା ଉଜ୍ଜୀବିତ

  • ସର୍ବେଶ୍ୱର ବେହେରା –
    କୋହିନୂର ବିଶ୍ୱର ସର୍ବଶ୍ରେଷ୍ଠ ସୁନ୍ଦର ଓ ମୂଲ୍ୟବାନ ହୀରା । ଏହା ଆନ୍ଧ୍ରପ୍ରଦେଶର ଗୋଲକୁଣ୍ଡା ଖଣିରୁ ବାହାରିଥିଲା । ପ୍ରଥମେ ଏହା ୭୯୩ କ୍ୟାରେଟ୍ର ଥିଲା । ଏବେ ଏହା ୧୦୫.୬ କ୍ୟାରେଟରେ ଅଛି । ଯାହାର ଓଜନ ୨୧.୬ ଗ୍ରାମ । ଇଂରେଜମାନେ ୧୮୫୦ ମସିହାରେ ପଞ୍ଜାବର ମହାରାଜା ଦିଲ୍ଲୀପ ସିଂହଙ୍କଠାରୁ ଏହା ହାସଲ କରି ନିଜ ଦେଶକୁ ନେଇଯାଇଥିଲେ ।
    ସ୍ୱାଧୀନତା ପରଠାରୁ ୧୯୫୩ ମସିହାରୁ ଭାରତ ଏହି ମୂଲ୍ୟବାନ ହୀରାକୁ ପ୍ରତ୍ୟାବର୍ତ୍ତନ ପାଇଁ ଦାବି କରିଆସୁଛି । ୨୦୧୭ ଏପି୍ରଲ ମାସରେ ଦେଶର ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟରେ ଏହି ହୀରାକୁ ପ୍ରତ୍ୟାବର୍ତ୍ତନ ପାଇଁ ଆବେଦନ କରାଯାଇଥିଲା । ଭାରତ ସରକାରଙ୍କ ପକ୍ଷରୁ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟରେ ଉପସ୍ଥାପନା କରାଯାଇଥିଲା ଯେ ଦେଶର ସଂସଦ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ସ୍ୱୀକୃତି କରାଯାଇ ବି୍ରଟେନ ସରକାରଙ୍କ ନିକଟରେ ଏହି ଦାବି ଉପସ୍ଥାପନ କରିଛି । ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ପାଞ୍ଚ ଜଣିଆ ଖଣ୍ଡପୀଠ ଏହା ଅଦାଲତର ପରିସରଭୁକ୍ତ ନୁହେଁ ଓ ଏହା ଦୁଇ ଦେଶ ମଧ୍ୟରେ ବୁଝାମଣା କରି ହାସଲ କରାଯାଇ ପାରିବ ବୋଲି କହି ଆବେଦନ ପତ୍ରକୁ ଖାରଜ କରିଦେଇଥିଲେ । ସେବେଠାରୁ କେନ୍ଦ୍ର ସରକାର ଏହି କୋହିନୂର ହୀରାକୁ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରଚେଷ୍ଟା କରୁଛି ।
    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଗତ ଆମେରିକା ଗସ୍ତ ପରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ସମୟରେ ସେ ୧୫୭ଟି ପ୍ରାଚୀନ ମୂଲ୍ୟବାନ ସାଂସ୍କୃତିକ କଳାକୃତି ଧରି ଆସିଥିଲେ । ଏହି କଳାକୃତି ମଧ୍ୟରେ ହିନ୍ଦୁ, ବୌଦ୍ଧ, ଜୈନ ଧର୍ମର ମୂର୍ତ୍ତିଗୁଡ଼ିକ ଥିଲା । ଦଶମ ଶତାବ୍ଦୀର ଦେଢ଼ ମିଟରର ପଥର ମୂର୍ତ୍ତି ଓ ଦ୍ୱାଦଶ ଶତାବ୍ଦୀର ୮.୫ ସେଣ୍ଟିମିଟରର ମୂଲ୍ୟବାନ ତମ୍ବା ନଟରାଜ ମୂର୍ତ୍ତି ଆଦି ସାମିଲ ଥିଲା ।
    ଭାରତରୁ ଲକ୍ଷାଧିକ ସାଂସ୍କୃତିକ କଳାକୃତି ଏବେ ବିଦେଶର ବିଭିନ୍ନ ଦେଶରେ ମହଜୁଦ ଅଛି । ହଜାର ହଜାର ଓ ଶହ ଶହ ବର୍ଷର ପୁରାତନ ମୂଲ୍ୟବାନ ମୂର୍ତ୍ତିଗୁଡ଼ିକୁ ଏଠାରୁ ଚୋରି କରାଯାଇ ବିଦେଶରେ ଗଚ୍ଛିତ ରଖାଯାଇଛି । ବିଦେଶୀ ଆକ୍ରମଣକାରୀମାନେ ଏଗୁଡ଼ିକ ମଧ୍ୟରୁ କେତେ ଲୁଣ୍ଠନ କରିନେଇଯାଇଛନ୍ତି । କେତେକ ଚୋରି-ତସ୍କରୀ କରାଯାଇ ବିଦେଶରେ ବିକ୍ରୟ କରାଯାଇଛି । ଏବେ ଭାରତ ସରକାର ଏଗୁଡ଼ିକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଚେଷ୍ଟିତ ଅଛନ୍ତି ।
    ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତ ଫେବୃଆରୀ ୨୭ ତାରିଖ ‘ମନ କୀ ବାତ’ କାର୍ଯ୍ୟକ୍ରମରେ ଏହି ପ୍ରାଚୀନ କଳାକୃତି ସମ୍ବନ୍ଧରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଆମ ଦେଶରେ ବହୁ ଉକ୍ରୃଷ୍ଟମାନର କଳାକୃତି ନିର୍ମାଣ କରାଯାଇଥିଲା । ଆମ ଦେଶର ଶାସକମାନେ ଅତ୍ୟନ୍ତ ଶ୍ରଦ୍ଧା, ଭକ୍ତି ଓ କୌଶଳ ଦ୍ୱାରା ଏହାକୁ ନିର୍ମାଣ କରିଥିଲେ । ଏଗୁଡ଼ିକୁ ଲୁଣ୍ଠନ କରାଯାଇ ବିଦେଶକୁ ନିଆଯାଇଛି । ଏହି କଳାକୃତିଗୁଡ଼ିକୁ ପ୍ରତ୍ୟାବର୍ତ୍ତନ କରିବା ଆମର ଦାୟିତ୍ୱ । ଭାରତ ସରକାର ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି ।
    ୨୦୧୫ ମସିହାରେ ଜର୍ମାନୀର ତକ୍ରାଳୀନ ଚାନ୍ସେଲର ଏଞ୍ଜେଲା ମର୍କେଲ ଭାରତକୁ ଆସିଥିଲେ । ସେ ଦଶମ ଶତାବ୍ଦୀର ମା’ ଦୁର୍ଗାଙ୍କ ମହିଷାସୁର ମର୍ଦ୍ଦିନୀ ମୂର୍ତ୍ତି ପ୍ରତ୍ୟାବର୍ତ୍ତନ କରିବା ପାଇଁ ଘେଷଣା କରିଥିଲେ । ଏହି ମୂର୍ତ୍ତି ଜାମ୍ମୁ-କାଶ୍ମୀରର ପୁଲୱାମା ଠାରୁ କେହି ଚୋରି କରି ଜର୍ମାନୀରେ ବିକ୍ରୟ କରିଥିଲା । ପରେ ଏହା ଜର୍ମାନୀର ଷ୍ଟାର୍ଟଗାର୍ଟ ଲିଣ୍ଡନ ସଂଗ୍ରହାଳୟରେ ସ୍ଥାନୀତ ହୋଇଥିଲା ।
    ତକ୍ରାଳୀନ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ପଟେଲ ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ ଏବର ସରକାର ଗତବର୍ଷ ଅକ୍ଟୋବର ମାସ ପର୍ଯ୍ୟନ୍ତ ୧୯୮ଟି ମୂଲ୍ୟବାନ ପ୍ରତିମା ବିଦେଶରୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଅପର ପକ୍ଷରେ ୧୯୭୬ ରୁ ୨୦୧୪ ମଧ୍ୟରେ ୧୩ଟି ପ୍ରତିମା ପ୍ରତ୍ୟାବର୍ତ୍ତନ କରାଯାଇଥିଲା । କେନ୍ଦ୍ର ସରକାର ଏହି ପୁରାତନ ବହୁମୂଲ୍ୟ ପ୍ରତିମାଗୁଡ଼ିକୁ ପ୍ରତ୍ୟାବର୍ତ୍ତନ ପାଇଁ କାନାଡ଼ା, ସ୍ୱିଜରଲାଣ୍ଡ, ବେଲ୍ଜିୟମ, ଫ୍ରାନ୍ସ, ବି୍ରଟେନ, ଅଷ୍ଟ୍ରେଲିଆ, ସିଙ୍ଗାପୁର ଓ ନେଦରଲାଣ୍ଡ ଦେଶଗୁଡ଼ିକୁ ଅନୁରୋଧ କରିଛି । କେତେକ ଦେଶ ଏହାର ଗୁରୁତ୍ୱ ଉପଲବ୍ଧô କରି କଳାକୃତୀ ଗୁଡ଼ିକୁ ଫେରସ୍ତ କରୁଛନ୍ତି । ଅଷ୍ଟ୍ରେଲିଆରୁ ୨୯ଟି କଳାକୃତି ଆସିଥିବାରୁ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଧନ୍ୟବାଦ ପ୍ରଦାନ କରାଯାଇଛି ।
    ସବୁଠାରୁ ଅଧିକ କଳାକୃତି ବି୍ରଟେନର ଗ୍ଲାସଗୋ ଓ ଅନ୍ୟାନ୍ୟ ସଂଗ୍ରହାଳୟରେ ମହଜୁଦ ଅଛି । ଗତ ଅଗଷ୍ଟ ମାସରେ ଭାରତ ସରକାରଙ୍କ ପ୍ରଚେଷ୍ଟାରେ ଭାରତର ରାଷ୍ଟ୍ରଦୂତ ଇଂଲଣ୍ଡର ଗ୍ଲାସଗୋ ସଂଗ୍ରହାଳୟ ସହିତ ଏକ ଚୁକ୍ତିପତ୍ରରେ ସ୍ୱାକ୍ଷରିତ କରିଛନ୍ତି । ଏହି ଚୁକ୍ତି ଅନୁସାରେ ଭାରତର କଳାକୃତି ଗୁଡ଼ିକୁ ଇଂଲଣ୍ଡ ଫେରାଇ ଦେବା ପାଇଁ ରାଜି ହୋଇଛି । ପ୍ରଥମ ଦଫାରେ ସାତଟି ମୂଲ୍ୟବାନ କଳାକୃତି ଇଂଲଣ୍ଡ ଫେରସ୍ତ କରିଛି । ଭାରତ ସରକାର ଆଶା କରୁଛି ଯେ ଆଗାମୀ ଦିନରେ ବହୁ ସଂଖ୍ୟାରେ ଏହି କଳାକୃତି ଇଂଲଣ୍ଡରୁ ଆସିବ । ଇଂଲଣ୍ଡର ନାଗରିକମାନେ ଆଶଙ୍କା କରୁଛନ୍ତି ଯେ ଯଦି ଏହି କ୍ରମ ଜାରି ରହେ ତେବେ ଇଂଲଣ୍ଡର ସମସ୍ତ ସଂଗ୍ରହାଳୟ ଖାଲି ହୋଇଯିବ ।
    ସାଂସ୍କୃତିକ ମୂଲ୍ୟବାନ ବସ୍ତୁଗୁଡ଼ିକୁ ପ୍ରତ୍ୟାବର୍ତ୍ତନ କରିବାର ଏହି ପ୍ରଚେଷ୍ଟାର ମହତ୍ତ୍ୱକୁ ହୃଦୟଙ୍ଗମ କରିବା ଆବଶ୍ୟକ । ଯେବେ ଆମ ଦେଶ ଦୁର୍ବଳ ଥିଲା, ଆକ୍ରମଣକାରୀ ଓ ସାମ୍ରାଜ୍ୟବାଦୀ ଶକ୍ତିମାନେ ଆମ ଦେଶର ସଂସ୍କୃତିସମ୍ପନ୍ନ ପ୍ରତିମାଗୁଡ଼ିକୁ ଲୁଟ କରିନେଇ ଯାଇଥିଲେ । ଆମେ ସେଗୁଡ଼ିକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ସର୍ବାଦୌ ପ୍ରଚେଷ୍ଟା କରିବା ଆବଶ୍ୟକ । ଇଂରେଜ ସରକାରଙ୍କ ନିକଟରେ ଭାରତ ଏହି ଦୃଢ଼ ଦାବି ଉପସ୍ଥାପନ କରିଛି । ଯେବେ ଆମେ କୋହିନୂର ପ୍ରତ୍ୟାବର୍ତ୍ତନ କରିବାରେ ସଫଳ ହେବୁ, ସେତେବେଳେ ଭାରତର ଗୌରବ ପୁନଃସ୍ଥାପିତ ହେବ । ଏଥିପାଇଁ ଭାରତ ସରକାର ରାଜନୈତିକ ଓ ସାଂସ୍କୃତିକ ସ୍ତରରେ ପ୍ରବଳ ପ୍ରଚେଷ୍ଟା କରୁଛନ୍ତି । କୋହିନୂର ଭାରତକୁ ପ୍ରତ୍ୟାବର୍ତ୍ତନର ଆଶା ଉଜ୍ଜୀବିତ ।
    ଆଡ଼ଭୋକେଟ
    ଖଟବିନ ସାହି, କଟକ
    ମୋ-୯୪୩୭୦୧୬୩୮୪

    -ଠ-

Leave a Reply