Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
ପ୍ରଭୁ ପୂର୍ଣ୍ଣିମା ଉତ୍ସବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପ୍ରଭୁ ପୂର୍ଣ୍ଣିମା ଉତ୍ସବ

ପ୍ରଭୁ ପୂର୍ଣ୍ଣିମା ଉତ୍ସବ

-ପ୍ରେମାନନ୍ଦ ପାଣିଗ୍ରାହୀ

ଯେ ତେବେଳେ ଭାରତରେ ଜାତିବାଦ ଓ ଧର୍ମୀୟ ଉଗ୍ରବାଦ ଉଗ୍ରରୂପ ଧାରଣ କରିଥିଲା ଠିକ୍ ସେତିକିବେଳେ ଯୋଗେଶ୍ୱର ମହିମାସ୍ୱାମୀ ଏକ ଜାତିବିହୀନ, ସାମ୍ୟବାଦୀ ଧର୍ମ ସୃଷ୍ଠି କରି ଓଡ଼ିଶା ମାଟିରୁ ସମଗ୍ର ବିଶ୍ୱକୁ ଏକ ନୂତନ ଚେତନା ଦେଇଥିଲେ । ମହିମାସ୍ୱାମୀ ଅଯୋନୀ ସମ୍ଭୁତ ଓ ଅଲେଖ ପ୍ରଭୁଙ୍କର ଅବତାର । ମହିମା ଧର୍ମର ତତ୍ତ୍ୱ ହେଉଛି ଶୂନ୍ୟବାଦ ଓ ଅନାସକ୍ତ ଭାବ । ମହିମା ଧର୍ମର ନୀତି ହେଲା – ପ୍ରାତଃ ସ୍ନାନ, ଉଦେଅସ୍ତେ ଦର୍ଶନ, ଗୋମୂତ୍ର ପାନ ଓ ଗୋମୟ ଲେପନ, ଗୌରିକ ବସ୍ତ୍ର ଧାରଣ ଓ ଦିବସେ ପାନ ଭୋଜନ । ମହିମା ଧର୍ମ ଶୂନ୍ୟବାଦକୁ ବିଶ୍ୱାସ କରେ । ଏଠାରେ ବିଶ୍ୱ ସ୍ରଷ୍ଟାଙ୍କୁ ପରଂବ୍ରହ୍ମ, ଅନାଦି, ଅଲେଖ, ଅଣାକାର, ଅବ୍ୟକ୍ତ, ନିରଞ୍ଜନ ଆଦି ନାମରେ ସ୍ତୁତି କରାଯାଏ । ଷଢ ରିପୁ ଓ ତ୍ରିଗୁଣକୁ ଦମନ କରିବାର ଶକ୍ତି ମହିମା ଧର୍ମରେ ରହିଛି । ଗ୍ରାମକୁ ଗ୍ରାମ ପଦବ୍ରଜରେ ଭ୍ରମଣ ପୂର୍ବକ ଭିକ୍ଷା ଗ୍ରହଣ କରି ଈଶ୍ୱର ଉପାସନାର ମାର୍ଗକୁ ମହିମା ସାଧୁମାନେ ଗ୍ରହଣ କରିଥାନ୍ତି । ଗୋଟିଏ ଗ୍ରାମରେ ଏକ ଦିନରୁ ଅଧିକ ଏବଂ ଗୋଟିଏ ଗୃହରେ ଥରକରୁ ଅଧିକ ଭିକ୍ଷା ଗ୍ରହଣ ନକରିବାକୁ ସାଧୁମାନେ ନିୟମ ଭାବରେ ପାଳନ କରିଥାନ୍ତି । ମହିମା ଧର୍ମଗନ୍ଥ ସିଦ୍ଧାନ୍ତ ଅନୁସାରେ ମହିମା ସ୍ୱାମୀ ପ୍ରଥମେ ଭାରତ ବର୍ଷର ହିମାଳୟରେ ଆର୍ବିଭୁତ ହୋଇ ଆତ୍ମ ଯୋଗ ସମାଧି କରିଥିଲେ । ସେ ୧୮୨୬ ମସିହାରେ ପୁଣ୍ୟ ଭୂମି ଉତ୍କଳର ଶ୍ରୀକ୍ଷେତ୍ର ପୁରୀ ବଡ଼ଦାଣ୍ଡରେ ପଦାର୍ପଣ କରି ଧୂଳିଆ ବାବା ନାମରେ ପରିଚିତ ହୋଇଥିଲେ । ମହିମା ସ୍ୱାମୀ ଶ୍ରୀକ୍ଷେତ୍ରରୁ ଆସି ଖଣ୍ଡଗିରି ଗୁମ୍ଫାରେ କିଛିକାଳ ଅବସ୍ଥାନ କରି ନିଷ୍କାମ ଲୀଳା ଖେଳା କରିଥିଲେ । ୧୮୩୮ ଖ୍ରୀଷ୍ଟାବ୍ଦରେ ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସ ଶିଖରରେ ପଦାର୍ପଣ କରି ୧୮୬୨ ମସିହା ପର୍ଯ୍ୟନ୍ତ ମହିମା ସ୍ୱାମୀ ଆତ୍ମଯୋଗ ସମାଧିରେ ବସି ସିଦ୍ଧିଲାଭ କରିଥିଲେ । ଏହାର ପ୍ରଥମାର୍ଦ୍ଧରେ ଫଳମୂଳ ଓ ଦ୍ୱିତୀୟାର୍ଦ୍ଧରେ ସେ କେବଳ ଗୋଦୁଗ୍ଧ ପାନ କରିଥିଲେ । ସିଦ୍ଧିଲାଭ ପରେ ପଦବ୍ରଜରେ ସମଗ୍ର ଓଡ଼ିଶା ଭୂଖଣ୍ଡ ପରିଭ୍ରମଣ କରି ସତ୍ୟ ମହିମା ଧର୍ମ ପ୍ରଚାର କଲେ । ଢେଙ୍କାନାଳର ଯୋରନ୍ଦା ଠାରେ ଟୁଙ୍ଗୀ ସ୍ଥାପନା କଲେ । ୧୮୭୫ ମସିହା ମାଘ ଶୁକ୍ଲ ଚତୁର୍ଦ୍ଦଶୀ ତିଥିରେ ମହିମା ସ୍ୱାମୀ ଯୋରନ୍ଦା ମହିମା ଗାଦିରେ ଧୂନି ସ୍ଥାପନା କରିବା ସହ ମହିମାମେଳା ଆରମ୍ଭ କରିଥିଲେ । ଚତୁର୍ଦ୍ଦଶୀ ତିଥି ସନ୍ଧ୍ୟାରୁ ପୂର୍ଣ୍ଣମୀ ତିଥି ପ୍ରତ୍ୟୁଷ ପର୍ଯ୍ୟନ୍ତ ପରଂବ୍ରହ୍ମଙ୍କ ଉଦ୍ଦେଶ୍ୟରେ ଘୃତାହୁତି ଅର୍ପଣ କରିବା ସହ ବିଶ୍ୱବାସୀଙ୍କ ମଙ୍ଗଳ ବିଧାନ ପାଇଁ ପ୍ରାର୍ଥନା କରିଥିଲେ । ମହିମା ସ୍ୱାମୀଙ୍କ ପ୍ରତି ଭକ୍ତି ଓ ଶ୍ରଦ୍ଧାର ନିଦର୍ଶନ ସ୍ୱରୂପ ଶୂନ୍ୟପୁରୁଷଙ୍କୁ ଉପାସନା କରିବା ପାଇଁ ପ୍ରତିବର୍ଷ ମାଘ ଶୁକ୍ଳ ଚତୁର୍ଦ୍ଦଶୀ ଠାରୁ ସପ୍ତାହ ବ୍ୟାପୀ ମହିମାମେଳା ଅନୁଷ୍ଠିତ ହୁଏ । ସର୍ବ ସୁଖ ପାଇଁ ଓ ସମସ୍ତଙ୍କର ମଙ୍ଗଳ ପାଇଁ ମହିମା ଗୋସେଈଁଙ୍କୁ ପ୍ରାର୍ଥନା କରାଯାଏ । ମହିମା ଧର୍ମର ପବିତ୍ର ଗୁରୁଧାମ ଭାବରେ ପରିଚିତ ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ମହିମାଗାଦି ଠାରେ ମାଘ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରୁ ସାତଦିନ ଧରି ପାଳିତ ହେଉଥିବା ଗୁରୁ ପୂର୍ଣ୍ଣିମା ବା ପ୍ରଭୁ ପୂର୍ଣ୍ଣିମା ଉତ୍ସବ ଚଳିତ ବର୍ଷ ୧୪୯ ବର୍ଷରେ ପଦାର୍ପଣ କରିଛି । ଏହି ମେଳାରେ ଦେଶବିଦେଶରୁ ମହିମା ଧର୍ମ ସମାଜର ପରାପର ସନ୍ୟାସୀ, ବୈରାଗୀ, ଗୃହିଭକ୍ତ ଓ ଶ୍ରଦ୍ଧାଳୁ ସମବେତ ହୋଇଥାନ୍ତି । ଯେଉଁ ତ୍ୟାଗୀ ଓ ବୈରାଗୀମାନେ ଦୀର୍ଘବର୍ଷ ଧରି ମହିମାପନ୍ଥୀ ହୋଇ ରହିଥାନ୍ତି ସେମାନଙ୍କୁ ଏହି ମେଳାରେ ସନ୍ନ୍ୟାସ କରାଯାଏ । କେଉଁ ଉପାସନା ପୀଠରେ କିଏ କିଏ ଦାୟିତ୍ୱରେ ରହି ଝାଡ ଓ ଧୂନୀ ଜାଳିବେ ତାହା ବରିଷ୍ଠ ସାଧୁମାନେ ନିଷ୍ପତ୍ତି ନେଇଥାନ୍ତି । ମାଘଶୁକ୍ଲ ତ୍ରୟୋଦଶୀ ପାହାନ୍ତା ପ୍ରହରରୁ ମହିମା ମେଳା ଆରମ୍ଭ ହୁଏ । ଏହାକୁ ବେଢା ପରିକ୍ରମା କୁହାଯାଏ । ପ୍ରାତଃ ବ୍ରାହ୍ମ ମୁହୂର୍ତ୍ତରେ ସାଧୁମାନେ ସତର୍କ ଘଣ୍ଟି ବଜାଇବା ପରେ ନୀତି ନିଯୁକ୍ତ ସାଧୁମାନେ ମହିମା ଗାଦିର ସମସ୍ତ ଉପାସନା ପୀଠ ଗୁଡିକରେ ସ୍ୱତନ୍ତ୍ର ନୀତି ଆରମ୍ଭ କରନ୍ତି । ମାହାଳମୂଳ ଆଶ୍ରମ କୂଅରୁ ରୂପା ଗରାରେ ପାଣି ଅଣାଯାଇ ମନ୍ଦିର ଚାରିପାଖକୁ ଧୋଇବା ପରେ ସୁନା ଗିନାରେ ଥିବା ଶ୍ୱେତଚନ୍ଦନ, ଶ୍ରୀକର୍ପୁର, ଅଗୁର ଆଦି ସିଞ୍ଚନ କରାଯାଇ ଛେରା ପହଁରା କରାଯାଏ । ଷାଠିଏ ଜଣ ସାଧୁ ଷାଠିଏ ରୂପା ଚାମରରେ ମହିମା ସ୍ୱାମୀଙ୍କୁ ଚାମର ସେବା କରନ୍ତି । ମହିମାଗାଦିର ଗୋଶାଳାରୁ ମାଟି ଠେକିରେ କ୍ଷୀର ଅଣାଯାଇ କ୍ଷୀର ନୀତି କରାଯାଏ । ଗାଦି ମନ୍ଦିରସ୍ଥ ଅମୁଣିଆ ମଣ୍ଡପରେ ଏକୋଉସୀଟି ମାଟି ହାଣ୍ଡିରେ ଅମୁଣିଆ ପ୍ରସାଦ ଶୂନ୍ୟ ମହାପ୍ରଭୁଙ୍କୁ ଅର୍ପଣ କରାଯିବା ପରେ ଏହାକୁ ବାଳକ, ବାଳିକା ତଥା ସର୍ବସାଧାରଣଙ୍କୁ ବଣ୍ଟନ କରାଯାଏ । ମଧ୍ୟାହ୍ନରେ ମଧ୍ୟାହ୍ନ ନୀତି ଓ ଅପରାହ୍ନରେ ତ୍ରିସନ୍ଧ୍ୟା ପୂଜା ସମୟରେ ସମାନ ସେବା ନୀତି କରାଯାଏ । ଗାଦିପୀଠରେ ବିଭିନ୍ନ ନୀତି କ୍ରାନ୍ତିରେ ବ୍ୟବହୃତ ମୂଲ୍ୟବାନ ସାଜ ସଂରଞ୍ଜାମ ଯଥା ସୁନା ଓ ରୂପାର ଛତ୍ରୀ, ଆଢେଣି, ତରାସ, ସୁନା ଓ ରୂପାର ଝାଡୁ, ଥାଳି , ଗିନା ଓ ଅନ୍ୟାନ୍ୟ ସାମଗ୍ରୀ ଗୁଡିକୁ ଭକ୍ତଙ୍କ ଦର୍ଶନ ନିମନ୍ତେ କଡା ସୁରକ୍ଷା ବଳୟରେ ନୀତି ମନ୍ଦିରରୁ ଅଣାଯାଇ ଗାଦି ମନ୍ଦିର ବେଢାର ପୂର୍ବ ଦିଗରେ ରଖାଯାଇ ଭକ୍ତମାନଙ୍କୁ ପ୍ରଦର୍ଶନ କରାଯାଏ । ଗାଦି ମନ୍ଦିରରେ ବକ୍କଳଧାରୀ ମହିମା ସମାଜ ଓ ଅଖଣ୍ଡଜ୍ୟୋତି ମନ୍ଦିରରେ କୌପୀନଧାରୀ ମହିମା ସମାଜ ଝାଡରେ ଅଗ୍ନି ସଂଯୋଗ କରିଥାନ୍ତି । ଶୂନ୍ୟମନ୍ଦିର, ବତୀ ମନ୍ଦିର, ଧୂନି ମନ୍ଦିର, ଏକୋଇଶି ହାତିଆ ମନ୍ଦିର, ସ୍ମୃତି ମନ୍ଦିର ଆଦି ମହିମାଗାଦିର ଉପାସନା ପୀଠ ଗୁଡିକରେ ଜଗତର ହିତାର୍ଥେ ଝାଡ ଦୀପରେ ଘୃତାହୂତି କରିବା ସହିତ ବ୍ରହ୍ମ ଧୂନିରେ ହବ୍ୟାର୍ହତି ପ୍ରଦାନ କରାଯାଏ । ଧୂନି ମନ୍ଦିରରେ ମହିମା ଗୋସାଇଁ ପ୍ରତିଷ୍ଠା କରିଥିବା କାଠ ଧୂନି ଏଠାରେ ଆଜି ବି ଜଳୁଛି । ଏହି ଧୂନି ପାଉଁଶକୁ “ବ୍ରହ୍ମ ବିଭୂତି” ଭାବେ ଶ୍ରଦ୍ଧାଳୁମାନେ ଗ୍ରହଣ କରିବା ସହ ସଯତ୍ନରେ ସାଇତି ରଖିଥାନ୍ତି । ଶ୍ରଦ୍ଧାଳୁମାନେ ଝାଡଦୀପ ପ୍ରଜ୍ଜ୍ୱଳନ ଦୃଶ୍ୟ ଦର୍ଶନ ସହ ସାଧୁସନ୍ଥଙ୍କ ସାନ୍ନିଧ୍ୟ ଲାଭ କରିଥାନ୍ତି । ଭୀମଭୋଇଙ୍କ ରଚିତ – “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ, ଦେଖୁ ଦେଖୁ କେବା ସହୁ । ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ ।” ଏହି ମହାବାଣୀକୁ ସ୍ମରଣ କରି ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ମହିମା ସାଧୁମାନେ ଘୃତାହୁତି ପ୍ରଦାନ କରିଥାନ୍ତି । ଶ୍ରଦ୍ଧାଳୁ ଭକ୍ତମାନେ ଯେଉଁ ଘୃତ ଦାନ କରିଥାନ୍ତି ତାହା ବଡ଼ ବଡ଼ ପିତଳ ହଣ୍ଡାରେ ସଂଗୃହିତ ହୋଇ ରଖାଯାଇଥାଏ ଏବଂ ସେଥିରୁ ବଡ ଡଙ୍କି ଦ୍ୱାରା ଘୃତ ଆହୋରଣ କରି ଅଖଣ୍ଡ ଧ୍ୱନି ଓ ପ୍ରଜ୍ୱଳିତ ପ୍ରଦୀପରେ ମହିମା ସାଧୁମାନେ ଆହୂତି ପ୍ରଦାନ କରିଥାନ୍ତି । ସାରାରାତି ପ୍ରଜ୍ୱଳିତ ହୁଏ ଏହି ଝାଡଦୀପ । ଏଥିରୁ ଉଦ୍‌ବେଳିତ ଆଲୋକ ଅଜ୍ଞାନ ଅନ୍ଧକାର ବିରୁଦ୍ଧରେ ଅଭିପ୍ରେତ ବୋଲି ମହିମା ଭକ୍ତମାନେ ବିଶ୍ୱାସ କରନ୍ତି । ଅଜ୍ଞାନ ତମସା ଦୂର ପାଇଁ ଜ୍ଞାନର ପ୍ରଦୀପ ପ୍ରଜ୍ୱଳନ ଏହି ଉତ୍ସବକୁ ଅଧିକ ମହତ୍ତ୍ୱପୂର୍ଣ୍ଣ କରି ଗଢି ତୋଳିଥାଏ । ମାଘ ଶୁକ୍ଲପକ୍ଷ ଚତୁର୍ଦ୍ଦଶୀ ଠାରୁ ଆରମ୍ଭ ହୋଇଥିବା ଯୋରନ୍ଦା ମେଳାର ଦ୍ୱିତୀୟ ଦିବସକୁ ଦେଶ ପୂର୍ଣ୍ଣିମା ଭାବେ ପାଳନ କରାଯାଏ । ସନ୍ୟାସୀମାନେ ଦେଶପୂର୍ଣ୍ଣିମା ଉପଲକ୍ଷେ ଜଗତ ଓ ଭଗତଙ୍କ ମଙ୍ଗଳ କାମନା କରି ଝାଡ ପ୍ରଜ୍ୱଳନ କରିଥାନ୍ତି ଓ ଘୃତାହୁତି ପ୍ରଦାନ କରନ୍ତି । ଶ୍ରଦ୍ଧାଳୁମାନେ ପୁଣ୍ୟଦାୟକ ଝାଡ ଦୀପ ପ୍ରଜ୍ୱଳନ ଦୃଶ୍ୟ ଦର୍ଶନ କରିବା ସହିତ ସାଧୁସନ୍ଥଙ୍କ ସାନ୍ନିଧ୍ୟ ଲାଭ କରନ୍ତି । ମହିମା ଭଜନ, ଜଣାଣ, ଖଞ୍ଜଣି ମାଡରେ ପ୍ରକମ୍ପିତ ହୁଏ ମହିମା ଗାଦି । ଅନେକ ନିଜର ପିଲାମାନଙ୍କୁ ସନ୍ନ୍ୟାସୀଙ୍କୁ ଦାନ କରିବା ଓ ସନ୍ନ୍ୟାସୀଙ୍କ ଠାରୁ ସନ୍ତାନଙ୍କୁ ଗ୍ରହଣ କରିଥାନ୍ତି । ଧୂନି ଏବଂ ଅଖଣ୍ଡ ବତୀକୁ ମହିମା ଧର୍ମୀମାନେ ଅତି ପବିତ୍ର ବସ୍ତୁଭାବେ ଗ୍ରହଣ କରିଥାନ୍ତି । ଯୋରନ୍ଦା ମେଳାର ତୃତୀୟ ଦିବସର ନୀତିକ୍ରାନ୍ତି ପୂର୍ବ ଦୁଇଦିନ ଠାରୁ ଭିନ୍ନ । ପ୍ରଥମ ଓ ଦ୍ୱିତୀୟ ଦିନ ଅର୍ଥାତ ବାବା ପୂର୍ଣ୍ଣିମା ଓ ଦେଶ ପୂର୍ଣ୍ଣିମାରେ ଗାଦି ମନ୍ଦିର ଚତୁଃପାଶ୍ୱର୍ରେ ଝାଡଦୀପ ପ୍ରଜ୍ୱଳନ କରାଯାଇ ମହଣ ମହଣ ଘୃତାହୁତି କରାଯାଉଥିବା ବେଳେ ତୃତୀୟ ଦିନରେ କେବଳ ପଶ୍ଚିମ ଦିଗର ଝାଡରେ ହିଁ ଘୃତାହୁତି କରାଯାଇଥାଏ । ତିନିଦିନ ପୂର୍ବରୁ ଭଣ୍ଡାର ଘରୁ ପୂଜା ଓ ସାଧାରଣ ଦର୍ଶନ ପାଇଁ ଅଣାଯାଇଥିବା ସାଜସରଞ୍ଜାମ ଓ ଅଳଙ୍କାରଗୁଡିକୁ ସନ୍ଧ୍ୟାରେ ଫେରାଇ ନିଆଯାଇ ମାଘନୀତି ସମ୍ପନ୍ନ ହୁଏ ।

ଭୁଷଳ, ଭୁବନ, ଢେଙ୍କାନାଳ

May be an image of 1 person and text

See insights and ads

Leave a Reply