ସ୍ବୀମୀଙ୍କ ଅଭିଯୋଗ ସ୍ତ୍ରୀ ତାଙ୍କର ପାକିସ୍ତାନୀ ଗୁପ୍ତଚର

ଲକ୍ଷ୍ନୌ,୨।୭: ଉତ୍ତର ପ୍ରଦେଶର ନୋଏଡାର ଜଣେ ବ୍ୟବସାୟୀ ତାଙ୍କ ନିଜ ସ୍ତ୍ରୀଙ୍କୁ ପାକିସ୍ତାନୀ ଗୁପ୍ତଚର ବୋଲି ଅଭିଯୋଗ କରିଥିଲେ। ଲୋକେଶ ରାଠି କହିଛନ୍ତି,ତାଙ୍କ ସ୍ତ୍ରୀ ଅନେକ ଥର ପାକିସ୍ତାନ ଯାଇଛନ୍ତି। ଏହାସହିତ ସେ ୨୦୦୪ ମସିହାରେ ପଢିବା ପାଇଁ ଚୀନ ଯାଇଥିଲେ। ତାଙ୍କ ସ୍ତ୍ରୀଙ୍କ ପ୍ରଥମ ବିବାହ ୨୦୦୮ ମସିହାରେ ହୋଇଥିଲା। ସେ ପାକିସ୍ତାନର ଅତିକ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ଉଭୟଙ୍କର ଏକ ପୁଅ ମଧ୍ୟ ଅଛି, ଯିଏ ପାକିସ୍ତାନରେ ରହେ। ମୋ ସ୍ତ୍ରୀ ଚାଇନାରେ ରହୁଥିଲେ। ସେତେବେଳେ ମଧ୍ୟ ସେ ପାକିସ୍ତାନ ଯାଇଥିଲେ ଏବଂ ସେଠାରେ ତିନି ମାସରୁ ଅଧିକ ସମୟ ରହିଥିଲେ।

Leave a Reply

Your email address will not be published. Required fields are marked *