ଦଳାଚକଟାରେ ମୃତ୍ୟୁ ବରଣ କରିଥିବା ବାସନ୍ତିଙ୍କ ସ୍ବାମୀ ଦିଲୀପ ସାହୁଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ  ୨୫ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ

ଖୋର୍ଦ୍ଧା,୨ା୭: ପୁରୀ ଶ୍ରାଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଳାଚକଟାରେ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମର ବାସନ୍ତୀ ସାହୁଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ବରଣ କରିଥିବା ପରିବାରଙ୍କ ପାଇଁ ବୁଧବାର ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମୃତ ମହିଳାଙ୍କ ଘରେ ପହଞ୍ଚି ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେଇଥିଲେ। ସରକାରଙ୍କ ଘୋଷଣା ଅନୁଯାୟୀ ୨୫ ଲକ୍ଷ ଟଙ୍କାର ଚେକ୍‌ ବାସନ୍ତିଙ୍କ ସ୍ବାମୀ ଦିଲୀପ ସାହୁଙ୍କୁ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *