ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି ପଞ୍ଚଦଶ ଅର୍ଥ କମିଶନ (ଏଫସିସି) (୨୦୨୧-୨୨ ରୁ ୨୦୨୫-୨୬) ସମୟରେ ଚାଲୁଥିବା କେନ୍ଦ୍ରୀୟ କ୍ଷେତ୍ର ଯୋଜନା “ପ୍ରଧାନମନ୍ତ୍ରୀ କିଷାନ ସମ୍ପଦ ଯୋଜନା” (ପିଏମକେଏସଓ୍ବାଇ) ପାଇଁ ୧୯୨୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ଅଟକଳ ସହିତ ମୋଟ ୬୫୨୦ କୋଟି ଟଙ୍କାର ବ୍ୟୟ ଅଟକଳକୁ ଅନୁମୋଦନ କରିଛନ୍ତି। ଏଥିରେ ଅନ୍ତର୍ଭୁକ୍ତ ରହିଛି (କ) ଉପାଦାନ ଯୋଜନା ଅଧୀନରେ ୫୦ଟି ବହୁ-ଉତ୍ପାଦ ଖାଦ୍ୟ ବିକିରଣ ୟୁନିଟ୍ ସ୍ଥାପନ ପାଇଁ ୧୦୦୦ କୋଟି ଟଙ୍କା – ସମନ୍ୱିତ ଶୀତଳ ଶୃଙ୍ଖଳ ଏବଂ ମୂଲ୍ୟ ବୃଦ୍ଧି ଭିତ୍ତିଭୂମି (ଆଇସିସିଭିଏଆଇ) ଏବଂ ୧୦୦ ଏନଏବିଏଲ୍ ସ୍ୱୀକୃତିପ୍ରାପ୍ତ ଖାଦ୍ୟ ପରୀକ୍ଷଣ ପ୍ରୟୋଗଶାଳା (ଏଫଟିଏଲ) – ବଜେଟ ଘୋଷଣା ଅନୁଯାୟୀ ପ୍ରଧାନମନ୍ତ୍ରୀ କିଷାନ ସମ୍ପଦ ଯୋଜନା (ପିଏମକେଏସଓ୍ବାଇ)ର ଖାଦ୍ୟ ସୁରକ୍ଷା ଏବଂ ଗୁଣବତ୍ତା ନିଶ୍ଚିତ ଭିତ୍ତିଭୂମି ( ଏଫଏସକ୍ୟୁଏଆଇ) ଏବଂ (ଖ) ୧୫ତମ ଅର୍ଥ କମିଶନ ଚକ୍ର ସମୟରେ ପିଏମକେଏସଓ୍ବାଇର ବିଭିନ୍ନ ଉପାଦାନ ଯୋଜନା ଅଧୀନରେ ପ୍ରକଳ୍ପ ମଞ୍ଜୁର ପାଇଁ ୯୨୦ କୋଟି ଟଙ୍କା। ଆଇସିସିଭିଏଆଇ ଏବଂ ଏଫଏସକ୍ୟୁଏଆଇ ଉଭୟ ପିଏମକେଏସଓ୍ବାଇର ଚାହିଦା-ଚାଳିତ ଉପାଦାନ ଯୋଜନା। ଏଥିପାଇଁ ଦେଶବ୍ୟାପୀ ଯୋଗ୍ୟ ସଂସ୍ଥାଗୁଡ଼ିକରୁ ପ୍ରସ୍ତାବଗୁଡ଼ିକୁ ଆମନ୍ତ୍ରଣ କରିବା ପାଇଁ ଆଗ୍ରହ ପ୍ରକାଶ (ଇଓଆଇ) ଜାରି କରାଯିବ। ପ୍ରଚଳିତ ଯୋଜନା ନିର୍ଦ୍ଦେଶାବଳୀ ଓ ଯୋଗ୍ୟତା ମାନଦଣ୍ଡ ଅନୁଯାୟୀ ଇଓଆଇ ମାଧ୍ୟମରେ ପ୍ରାପ୍ତ ପ୍ରସ୍ତାବଗୁଡ଼ିକୁ ଉପଯୁକ୍ତ ଯାଞ୍ଚ ପରେ ଅନୁମୋଦନ କରାଯିବ। ପ୍ରସ୍ତାବିତ ୫୦ଟି ବହୁ-ଉତ୍ପାଦ ଖାଦ୍ୟ ବିକିରଣ ୟୁନିଟ୍ କାର୍ଯ୍ୟକାରୀ ହେବା ଦ୍ୱାରା ଏହି ୟୁନିଟ୍ ଅଧୀନରେ ବିକିରଣ ହେଉଥିବା ଖାଦ୍ୟ ଉତ୍ପାଦର ପ୍ରକାର ଉପରେ ନିର୍ଭର କରି ବାର୍ଷିକ ୨୦ ରୁ ୩୦ ଲକ୍ଷ ମେଟ୍ରିକ୍ ଟନ୍ ମୋଟ ସଂରକ୍ଷଣ କ୍ଷମତା ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ଘରୋଇ କ୍ଷେତ୍ର ଅଧୀନରେ ପ୍ରସ୍ତାବିତ ୧୦୦ଟି ଏନଏବିଏଲ୍-ସ୍ୱୀକୃତିପ୍ରାପ୍ତ ଖାଦ୍ୟ ପରୀକ୍ଷଣ ପ୍ରୟୋଗଶାଳା ପ୍ରତିଷ୍ଠା ଦ୍ୱାରା ଖାଦ୍ୟ ନମୁନା ପରୀକ୍ଷା, ଖାଦ୍ୟ ସୁରକ୍ଷା ମାନଦଣ୍ଡ ସହିତ ଅନୁପାଳନ ଏବଂ ନିରାପଦ ଖାଦ୍ୟ ଉତ୍ପାଦ ଯୋଗାଣ ପାଇଁ ଉନ୍ନତ ଭିତ୍ତିଭୂମି ବିକଶିତ ହେବ।
Category: Odia News
ଭାରତ ଏବଂ ୟୁଏଇ ମଧ୍ୟରେ ଦ୍ୱିପାକ୍ଷିକ ବ୍ୟାପକ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରାଯିବ
ରଣନୀତିକ ଭାଗୀଦାରିକୁ ଆହୁରି ମଜବୁତ୍ କରିବା ପାଇଁ ପ୍ରତିବଦ୍ଧତାକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ୟୁଏଇ ରାଷ୍ଟ୍ରପତି ମହାମହିମ ମହମ୍ମଦ ବିନ୍…
ମାଲେଗାଓଁ ବିସ୍ଫୋରଣ ମାମଲାରେ କୋର୍ଟ ଦେଇଥିବା ନିଷ୍ପତ୍ତି ସମସ୍ତ ଅଭିଯୋଗକୁ ଭିତ୍ତିହୀନ ଘୋଷଣା କରିଛି
ମାଲେଗାଓଁ ବିସ୍ଫୋରଣ ମାମଲାରେ କୋର୍ଟ ଦେଇଥିବା ନିଷ୍ପତ୍ତି ସମସ୍ତ ଅଭିଯୋଗକୁ ଭିତ୍ତିହୀନ ଘୋଷଣା କରିଛି
ଶ୍ରୀହରିକୋଟାରୁ ନିସାର ଉତକ୍ଷେପଣ
ଶ୍ରୀହରିକୋଟା: ଜୁଲାଇ ୩୦ ବୁଧବାର ଭାରତ ଏବଂ ସମଗ୍ର ବିଶ୍ୱ ପାଇଁ ଏକ ଐତିହାସିକ ଦିନ ପାଲଟିଛି। ନାସା ଏବଂ ଇସ୍ରୋର…
ଭାରତୀୟ ରେଳ ନିମ୍ନ ଓ ମଧ୍ୟମ ଆୟ ବର୍ଗଙ୍କ ପରିବାରକୁ ସୁଲଭ ଯାତ୍ରା ଉପଲବ୍ଧ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ
ଜନସାଧାରଣଙ୍କ ପାଇଁ ସମନ୍ବିତ, ସୁଲଭ ଏବଂ ଆଧୁନିକ ରେଳ ଯାତ୍ରା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଭାରତୀୟ ରେଳ ବ୍ୟାପକ ସଂସ୍କାର ଏବଂ…
କାର୍ଯ୍ୟକ୍ଷମ ହେଲା ସ୍ୱଦେଶୀ କବଚ ୪.୦ ସୁରକ୍ଷା ପ୍ରଣାଳୀ
ଭାରତୀୟ ରେଳବାଇ ଅଧିକ ବ୍ୟସ୍ତବହୁଳ ଦିଲ୍ଲୀ-ମୁମ୍ବାଇ ରେଳ ମାର୍ଗର ମଥୁରା-କୋଟା ସେକ୍ସନରେ ସ୍ୱଦେଶୀ ରେଳ ସୁରକ୍ଷା ପ୍ରଣାଳୀ କବଚ ୪.୦କୁ କାର୍ଯ୍ୟକ୍ଷମ କରିଛି। ଏହା ଦେଶରେ ରେଳ ସୁରକ୍ଷା…
ଫ୍ୟାକ୍ଟ ଚେକ୍ ୟୁନିଟ୍ ମାଧ୍ୟମରେ ମିଥ୍ୟା ଖବର ଏବଂ ଭ୍ରମାତ୍ମକ ସୂଚନାର ମୁକାବିଲା କରୁଛନ୍ତି ସରକାର
ମିଥ୍ୟା ଖବର, ଭ୍ରମାତ୍ମକ ସୂଚନା ଏବଂ ଅନୁଚିତ କାର୍ଯ୍ୟକ୍ରମ ପ୍ରସାରଣ ଉପରେ ଅଙ୍କୁଶ ଲଗାଇବା ପାଇଁ ସରକାର ଅନେକଗୁଡ଼ିଏ ପଦକ୍ଷେପ ନେଇଛନ୍ତି…
ବାଲେଶ୍ୱରରେ ଏକ୍ ପେଡ୍ ମା’ କେ ନାମ୍
ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ, ବାଲେଶ୍ୱର କ୍ଷେତ୍ର କାର୍ଯ୍ୟାଳୟ ପକ୍ଷରୁ ଏକ୍ ପେଡ୍ ମା’ କେ…
ଜଳ ସଞ୍ଚୟ ଏବଂ ଜନ ଭାଗିଦାରୀ ସଂକ୍ରାନ୍ତରେ ଜନସଚେତନତା
ସମ୍ବଲପୁର, ୩୦/୦୭/୨୦୨୫ : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ସମ୍ବଲପୁର କ୍ଷେତ୍ରୀୟ ଶାଖା…
ଭାରତ ଓ ଆମେରିକା ଗତ କିଛି ମାସ ହେବ ଏକ ସ୍ୱଚ୍ଛ, ସନ୍ତୁଳିତ ଏବଂ ଆପୋସ ଲାଭ ଆଧାରିତ ଦ୍ୱିପାକ୍ଷିକ ବାଣିଜ୍ୟିକ ରାଜିନାମା ପାଇଁ ଆଲୋଚନା ଜାରି ରଖିଛନ୍ତି
ଦ୍ୱିପାକ୍ଷିକ ବାଣିଜ୍ୟ ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଦେଇଥିବା ମନ୍ତବ୍ୟ ସମ୍ପର୍କରେ ଭାରତ ସରକାର ଅବଗତ ଅଛନ୍ତି। ସରକାର ଏହାର ପରିଣାମ ଅନୁଧ୍ୟାନ…