ସାମାଜିକ ଏବଂ ରାଷ୍ଟ୍ର ନିର୍ମାଣ ସହିତ ଜଡିତ କିଛି କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହରିୟାଣାର ଯମୁନାନଗରରେ କୈଥଲର ଶ୍ରୀ ରାମପାଲ କଶ୍ୟପଙ୍କୁ ଭେଟିଥିଲେ। ଶ୍ରୀ ମୋଦୀ ଏହା ଜାଣି ଖୁସି ହୋଇଥିଲେ ଯେ ଶ୍ରୀ କଶ୍ୟପ ୧୪ ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପର୍ଯ୍ୟନ୍ତ ଜୋତା ନପିନ୍ଧିବା ପାଇଁ ଶପଥ କରିଥିଲେ। ସେ ନାଗରିକମାନଙ୍କୁ ସାମାଜିକ କାର୍ଯ୍ୟ ଏବଂ ରାଷ୍ଟ୍ର ନିର୍ମାଣ ସହିତ ଜଡିତ ଅର୍ଥପୂର୍ଣ୍ଣ କାର୍ଯ୍ୟ ଉପରେ ସେମାନଙ୍କର ଶକ୍ତି କେନ୍ଦ୍ରିତ କରିବାକୁ ଅନୁରୋଧ କରିଥିଲେ।

ଏକ୍ସ ରେ ପୃଥକ ପୋଷ୍ଟରେ ସେ ଲେଖିଛନ୍ତି:

“ଆଜି ଯମୁନାନଗରରେ ଅନୁଷ୍ଠିତ ସାଧାରଣ ସଭାରେ, ମୁଁ କୈଥଲର ଶ୍ରୀ ରାମପାଲ କଶ୍ୟପ ଜୀଙ୍କୁ ଭେଟିଥିଲି। ସେ ୧୪ ବର୍ଷ ପୂର୍ବେ ଶପଥ କରିଥିଲେ – ଯେ ମୁଁ ପ୍ରଧାନମନ୍ତ୍ରୀ ହେବା ପରେ ଓ ମୋତେ ସାକ୍ଷାତ କରିବା ପରେ ଯାଇ ଜୋତା ପିନ୍ଧିବେ। 

ମୁଁ ରାମପାଲ ଜୀଙ୍କ ଭଳି ଲୋକଙ୍କ ନିକଟରେ ନତମସ୍ତକ ଏବଂ ସେମାନଙ୍କର ସ୍ନେହକୁ ଗ୍ରହଣ କରୁଛି। କିନ୍ତୁ ମୁଁ ଏପରି ପ୍ରତିଜ୍ଞା ଗ୍ରହଣ କରୁଥିବା ସମସ୍ତଙ୍କୁ ଅନୁରୋଧ କରିବାକୁ ଚାହୁଁଛି – ମୁଁ ଆପଣଙ୍କ ପ୍ରେମକୁ ଆଦର କରେ… ଦୟାକରି ସାମାଜିକ ଏବଂ ରାଷ୍ଟ୍ର ନିର୍ମାଣ ସହିତ ଜଡିତ କିଛି କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ!”

Leave a Reply

Your email address will not be published. Required fields are marked *