ସରକାର ବହୁଭାଷୀ ଭାରତ ପାଇଁ ସ୍ୱଦେଶୀ ଏଆଇ/ଏମଏଲ ନବସୃଜନକୁ ପ୍ରୋତ୍ସାହିତ କରୁଛନ୍ତି

ଭାଷାସେତୁ’ ଚ୍ୟାଲେଞ୍ଜର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ଭାରତୀୟ ଭାଷାରେ ବିଷୟବସ୍ତୁର ଅନୁବାଦ ପାଇଁ ଆଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିବା। ଏହା ଭାରତୀୟ ଭାଷା ପାଇଁ ରିଅଲ୍-ଟାଇମ୍ ଅନୁବାଦ ସମାଧାନ ବିକଶିତ କରିବା ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ ମେସିନ୍ ଲର୍ଣ୍ଣିଂ ବ୍ୟବହାର କରୁଥିବା ଷ୍ଟାର୍ଟଅପ୍ ଗୁଡ଼ିକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରଖିଛି।

ଏହି ଚ୍ୟାଲେଞ୍ଜ ମାଧ୍ୟମରେ ବିକଶିତ ହେବାକୁ ଥିବା ପ୍ରଯୁକ୍ତିବିଦ୍ୟାରେ 12 ଟି ଭାଷା ଅର୍ଥାତ୍ ଆସାମୀ, ବଙ୍ଗଳା, ଗୁଜରାଟୀ, କନ୍ନଡ, ମାଲାୟଲମ, ମରାଠୀ, ହିନ୍ଦୀ, ଓଡ଼ିଆ, ପଞ୍ଜାବୀ, ତେଲୁଗୁ, ତାମିଲ ଏବଂ ଉର୍ଦ୍ଦୁ ଅନ୍ତର୍ଭୁକ୍ତ ହେବ।

ଏହାକୁ ସ୍କେଲେବଲ୍ ଏବଂ ମଡ୍ୟୁଲାର୍ ଭାବରେ ବିକଶିତ କରାଯିବ, ଯେଉଁଥିରେ 10 ଟି ଅତିରିକ୍ତ ଭାଷା – କାଶ୍ମୀରୀ, କୋଙ୍କଣୀ, ମଣିପୁରୀ, ନେପାଳୀ, ସଂସ୍କୃତ, ସିନ୍ଧି, ବୋଡୋ, ସାନ୍ତାଳୀ, ମୈଥିଳୀ ଏବଂ ଡୋଗ୍ରୀକୁ ସାମିଲ୍ କରିବାର କ୍ଷମତା ରହିବ।

ଏହି ସୂଚନା କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଲୋକସଭାରେ ଉପସ୍ଥାପିତ କରିଛନ୍ତି।

Leave a Reply

Your email address will not be published. Required fields are marked *