ଭାରତ ରତ୍ନ ମହାମନା ପଣ୍ଡିତ ମଦନ ମୋହନ ମାଲବୀୟ

ଭାରତ ରତ୍ନ ମହାମନା ପଣ୍ଡିତ ମଦନ ମୋହନ ମାଲବୀୟ ଭାରତୀୟ ସ୍ୱାଧୀନତା ସଂଗ୍ରାମ, ରାଷ୍ଟ୍ରସେବା, ହିନ୍ଦୁ ସଂସ୍କୃତି, ଶିକ୍ଷା, ସାମ୍ବାଦିକତା ଏବଂ ଭାରତୀୟ ଜ୍ଞାନ ପରମ୍ପରାର ଜଣେ ମହାନ ପୁରୋଧା ଥିଲେ। ସେ ୧୯୧୬ ମସିହାରେ କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରି ଭାରତୀୟ ସଂସ୍କୃତି ଏବଂ ଆଧୁନିକ ବିଜ୍ଞାନର ସମନ୍ୱିତ ଶିକ୍ଷା ଦର୍ଶନକୁ ସାକାର କରିଥିଲେ।

ହିନ୍ଦୁ ସମାଜର ସଂଗଠନ ଏବଂ ସନାତନ ଧର୍ମର ସୁରକ୍ଷା ଉଦ୍ଦେଶ୍ୟରେ ସେ ହିନ୍ଦୁ ମହାସଭାର ପ୍ରମୁଖ ନେତାମାନଙ୍କ ମଧ୍ୟରୁ ଜଣେ ଥିଲେ ଏବଂ ମହାସଭାର ବିଭିନ୍ନ ଅଧିବେଶନର ଅଧ୍ୟକ୍ଷତା ମଧ୍ୟ କରିଥିଲେ। ସେ ହିନ୍ଦୁ ସମାଜରେ ଶିକ୍ଷା, ସଂଗଠନ, ସାମାଜିକ ସମରସତା ଏବଂ ଧାର୍ମିକ ଜାଗରଣ ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ।

ଏହା ସହିତ ସେ ଭାରତୀୟ ଜାତୀୟ କଂଗ୍ରେସର ଜଣେ ପ୍ରମୁଖ ନେତା ଥିଲେ। ଜଣେ ସାମ୍ବାଦିକ ଭାବରେ ସେ ‘ଦି ଲିଡର’, ‘ହିନ୍ଦୁସ୍ତାନ ଟାଇମ୍ସ’ ଏବଂ ‘ହିନ୍ଦୁସ୍ତାନ’ ପରି ସମାଚାର ପତ୍ର ମାଧ୍ୟମରେ ଜାତୀୟ ଚେତନାକୁ ସଶକ୍ତ କରିଥିଲେ। ତାଙ୍କର ସମଗ୍ର ଜୀବନ ରାଷ୍ଟ୍ର, ସଂସ୍କୃତି, ଶିକ୍ଷା ଏବଂ ଭାରତୀୟ ଜ୍ଞାନ ପରମ୍ପରାର ଉନ୍ନତି ପାଇଁ ସମର୍ପିତ ଥିଲା।

Leave a Reply

Your email address will not be published. Required fields are marked *