ରାଷ୍ଟ୍ରୀୟ ଚେତନାର ଅଗ୍ରଦୂତ: ରାଜନାରାୟଣ ବସୁ

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ
ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ-୨୦୨୬
୨,୩,୪ ନଭେମ୍ବର ୨୦୨୬ ଇନ୍ଦୋର

ମାନନୀୟ ସରକାର୍ଯ୍ୟବାହଙ୍କ ବକ୍ତବ୍ୟ

ବକ୍ତବ୍ୟ:-୧
ରାଷ୍ଟ୍ରୀୟ ଚେତନାର ଅଗ୍ରଦୂତ: ରାଜନାରାୟଣ ବସୁ
ଭାରତର ସ୍ୱାଧୀନତା ସଂଗ୍ରାମ ହେଉଛି ଦେଶର ଇତିହାସର ଏକ ଗୌରବମୟ ଅଧ୍ୟାୟ। ବ୍ରିଟିଶମାନଙ୍କ ଆକ୍ରମଣ ଯେତିକି ବ୍ୟାପକ ଓ ସର୍ବଗ୍ରାସୀ ଥିଲା, ତାହାର ପ୍ରତିରୋଧରେ ଭାରତୀୟ ସମାଜର ପ୍ରତିକ୍ରିୟା ମଧ୍ୟ ଥିଲା ସେତିକି ବ୍ୟାପକ ଓ ସମଗ୍ର । ବ୍ରିଟିଶ ଶାସନର ପ୍ରଭାବରେ ଭାରତର ଶିକ୍ଷିତ ସମାଜ ନିଜର ମୂଳ ସାଂସ୍କୃତିକ ପରିଚୟଠାରୁ ଦୂରେଇ ଯାଇ ଆତ୍ମବିସ୍ମୃତିର ଶିକାର ହେଉଥିଲା। ଏହା ଫଳରେ ସମାଜରେ ଆତ୍ମଗୌରବର ଭାବନା ଦୁର୍ବଳ ହେବାକୁ ଲାଗିଥିଲା। ସେହି ସମୟରେ ରାଷ୍ଟ୍ରୀୟ ଚେତନା ଜାଗ୍ରତ କରିବା ଏବଂ ରାଷ୍ଟ୍ରର ସ୍ପଷ୍ଟ ସ୍ୱରୂପ ସମ୍ପର୍କରେ ଧାରଣା ସୃଷ୍ଟି କରିବା ଲାଗି ଅନେକ ମହାପୁରୁଷ ଉଦ୍ୟମ କରିଥିଲେ। ସେମାନଙ୍କ ମଧ୍ୟରୁ ଯେଉଁମାନେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ସେଥିରେ ରାଜନାରାୟଣ ବସୁ ଥିଲେ ଅନ୍ୟତମ ।
୧୮୨୬ ମସିହା ଡିସେମ୍ବର ୭ ତାରିଖରେ ବଙ୍ଗଳାର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ବୋରାଲ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ରାଜନାରାୟଣ ବସୁ। ଚଳିତ ବର୍ଷ ତାଙ୍କର ଦ୍ୱିଶତବାର୍ଷିକୀ ପାଳନ କରାଯାଉଛି। ଶିକ୍ଷା ସମାପ୍ତ କରିବା ପରେ ସେ ସଂସ୍କୃତ ବିଦ୍ୟାଳୟରେ ଅଧ୍ୟାପନା କରିବା ସହ ନିଜ ଜୀବନକୁ ସମାଜ ସଂସ୍କାର କାର୍ଯ୍ୟରେ ସମର୍ପିତ କରିଥିଲେ। ବିଶେଷକରି ଗରିବଙ୍କ ଉନ୍ନତି, ନିଶା ନିବାରଣ, ମହିଳା ଶିକ୍ଷାର ପ୍ରସାର ଏବଂ ବିଧବା ବିବାହକୁ ପ୍ରୋତ୍ସାହନ ଦେବା ପାଇଁ ସେ ଅନେକ ପଦକ୍ଷେପ ନେଇଥିଲେ। ଏହି ଦିଗରେ ନିଜ ଭାଇଙ୍କ ବିବାହ ଜଣେ ବିଧବା ମହିଳାଙ୍କ ସହ କରାଇ ସେ ସମାଜ ସମ୍ମୁଖରେ ଏକ ଉତ୍କୃଷ୍ଟ ଉଦାହରଣ ଉପସ୍ଥାପନ କରିଥିଲେ।
ଶିକ୍ଷିତ ବର୍ଗଙ୍କ ମଧ୍ୟରେ ରାଷ୍ଟ୍ରୀୟ ଚେତନା ଜାଗ୍ରତ କରିବା ସହ ସେମାନଙ୍କ ମନରେ ଆତ୍ମଗୌରବ ଓ ଆତ୍ମବିଶ୍ୱାସର ଭାବନା ବିକଶିତ କରିବା ପାଇଁ ସେ ନିରନ୍ତର ଉଦ୍ୟମ କରିଥିଲେ। ତାଙ୍କ ମତରେ, ଏହି ଗୁଣଗୁଡ଼ିକ ବିନା କୌଣସି ରାଷ୍ଟ୍ରର ଉନ୍ନତି ସମ୍ଭବ ନୁହେଁ।
ଏହି ଉଦ୍ଦେଶ୍ୟ ପୂର୍ତ୍ତି ପାଇଁ ତଥା ରାଷ୍ଟ୍ରୀୟ ଭାବନାର ପ୍ରସାର ଓ ସମ୍ବର୍ଦ୍ଧନ ନିମନ୍ତେ ସେ ‘ପ୍ରସ୍ପେକ୍ଟସ୍ ଅଫ୍ ଏ ସୋସାଇଟି ଫର୍ ପ୍ରମୋସନ୍ ଅଫ୍ ନ୍ୟାସନାଲ୍ ଫିଲିଂ’ (ଚକ୍ସକ୍ଟଗ୍ଦକ୍ଟ୍ରରମଗ୍ଧଙ୍କଗ୍ଦ କ୍ଟଲ ବ ଝକ୍ଟମସରଗ୍ଧଚ୍ଚ ଲକ୍ଟକ୍ସ ଚକ୍ସକ୍ଟଜ୍ଞକ୍ଟଗ୍ଧସକ୍ଟଦ୍ଭ କ୍ଟଲ ଘବଗ୍ଧସକ୍ଟଦ୍ଭବକ୍ଷ ୠରରକ୍ଷସଦ୍ଭଶ) ନାମକ ଏକ ସଂସ୍ଥା ଗଠନର ରୂପରେଖ ପ୍ରସ୍ତୁତ କରିଥିଲେ। ତାଙ୍କର ନିରନ୍ତର ପ୍ରୟାସର ପରିଣାମସ୍ୱରୂପ ନବଗୋପାଳ ମିତ୍ରଙ୍କ ଦ୍ୱାରା ୧୮୬୭ ମସିହାରୁ ଆରମ୍ଭ ହୋଇଥିବା ‘ହିନ୍ଦୁ ମେଳା’ ଜାତୀୟ ଭାବନାର ପୋଷଣ ଓ ପ୍ରସାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବେ ଉଭା ହୋଇଥିଲା। ରାଜନାରାୟଣ ବସୁ ସ୍ୱଦେଶୀ ସାମଗ୍ରୀର ବ୍ୟବହାରକୁ ଦୃଢ଼ ସମର୍ଥନ କରିବା ସହ ହିନ୍ଦୁ ମେଳା ମାଧ୍ୟମରେ ସ୍ୱଦେଶୀ ଭାବନାକୁ ଆଗକୁ ବଢ଼ାଇଥିଲେ।
ମାତୃଭାଷାର ବ୍ୟବହାରର ଉପରେ ସେ ସର୍ବଦା ଗୁରୁତ୍ୱାରୋପ କରୁଥିଲେ। ତାଙ୍କ ମତରେ, ମାତୃଭାଷା ହେଉଛି ଆତ୍ମସମ୍ମାନ ଓ ରାଷ୍ଟ୍ରୀୟ ଚେତନାର ଏକ ମୁଖ୍ୟ ଆଧାର। ସେ ହିନ୍ଦୁ ଧର୍ମକୁ ଭାରତର ସାଂସ୍କୃତିକ ଓ ଜାତୀୟ ଏକତାର ମୂଳ ଆଧାର ଭାବେ ବିବେଚନା କରୁଥିଲେ।
୧୮୭୩ ମସିହାରେ ସେ ‘ହିନ୍ଦୁ ଧର୍ମର ଶ୍ରେଷ୍ଠତା’ (ଞଷର ଝଙ୍କକ୍ଟ୍ରରକ୍ସସକ୍ଟକ୍ସସଗ୍ଧଚ୍ଚ କ୍ଟଲ ଐସଦ୍ଭୟଙ୍କସଗ୍ଦଜ୍ଞ) ନାମକ ଗ୍ରନ୍ଥ ରଚନା କରିଥିଲେ। ଏଥିରେ ହିନ୍ଦୁ ସଂସ୍କୃତିର ଦାର୍ଶନିକ ସାମର୍ଥ୍ୟ ଓ ଏହାର ସ୍ୱତନ୍ତ୍ର ବିଶେଷତ୍ୱକୁ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପନ କରିଥିଲେ। ଭାରତୀୟ ରାଷ୍ଟ୍ରୀୟ ଚେତନାର ଜନକ ଭାବେ ପରିଚିତ ରାଜନାରାୟଣ ବସୁ ସାଂସ୍କୃତିକ ଓ ଜାତୀୟ ଜାଗରଣର ଏକ ମୌଳିକ ମାଧ୍ୟମ ଭାବେ ‘ମହା ହିନ୍ଦୁ ସମିତି’ ଗଠନର ପରିକଳ୍ପନା କରିଥିଲେ। ୧୮୮୦ ଦଶକରେ ପ୍ରକାଶିତ ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ବୃଦ୍ଧ ହିନ୍ଦୁର ଆଶା’ (ଞଷର ଙକ୍ଷୟ ଐସଦ୍ଭୟଙ୍କ’ଗ୍ଦ ଐକ୍ଟକ୍ଟ୍ରର)ରେ ସେ ଏହି ଯୋଜନା ସମ୍ପର୍କରେ ଉଲ୍ଲେଖ କରିଥିଲେ।
ରାଜନାରାୟଣ ବସୁ ଥିଲେ ମହର୍ଷି ଶ୍ରୀଅରବିନ୍ଦଙ୍କ ମାତାମହ । ତାଙ୍କର ବିଚାରଧାରା ଓ ରାଷ୍ଟ୍ରବାଦୀ ଦୃଷ୍ଟିକୋଣ ଯୁବ ଶ୍ରୀଅରବିନ୍ଦଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲା। ରାଷ୍ଟ୍ରୀୟ ପୁନର୍ଜାଗରଣ ଓ ସ୍ୱାଧୀନତା ଆନ୍ଦୋଳନରେ ରବୀନ୍ଦ୍ରନାଥ ଠାକୁର, ସ୍ୱାମୀ ବିବେକାନନ୍ଦ ଏବଂ ଭଗିନୀ ନିବେଦିତାଙ୍କ ସମେତ ଅନେକ ମହାନ ବ୍ୟକ୍ତିତ୍ୱ ତାଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ପ୍ରକାଶ କରିବା ସହ ତାଙ୍କଠାରୁ ପ୍ରେରଣା ଲାଭ କରିଥିଲେ।
ରାଷ୍ଟ୍ରୀୟ ଚେତନାର ଅଗ୍ରଦୂତ, ମହାନ ଦେଶଭକ୍ତ, ସମାଜ ସଂସ୍କାରକ ଓ ଦୂରଦର୍ଶୀ ବ୍ୟକ୍ତିତ୍ୱର ଅଧିକାରୀ ରାଜନାରାୟଣ ବସୁଙ୍କ ୨୦୦ତମ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାପୂର୍ବକ ପ୍ରଣାମ । ତାଙ୍କର ବିଚାର ଓ ଦର୍ଶନ ଆଜି ମଧ୍ୟ ସମାନ ଭାବେ ପ୍ରାସଙ୍ଗିକ। ଏହା ଆମକୁ ଆତ୍ମଗୌରବ, ନିଜ ସାଂସ୍କୃତିକ ମୂଳ ସହ ଯୋଡ଼ି ରହିବା ଏବଂ ରାଷ୍ଟ୍ରୀୟ ଏକତାର ଚିରନ୍ତନ ମହତ୍ତ୍ୱ ସମ୍ପର୍କରେ ସ୍ମରଣ କରାଇଥାଏ। ରାଷ୍ଟ୍ର ତାଙ୍କ ପ୍ରତି ସର୍ବଦା କୃତଜ୍ଞ ରହିବ।

Leave a Reply

Your email address will not be published. Required fields are marked *