ବୈଦେଶିକ ମୁଦ୍ରା ସଂରକ୍ଷଣରେ ବୈଶ୍ୱିକ ସ୍ତରରେ ରେକର୍ଡ଼ କରିଛି ଭାରତ

ବୈଦେଶିକ ମୁଦ୍ରା ସଂରକ୍ଷଣରେ ବୈଶ୍ୱିକ ସ୍ତରରେ ରେକର୍ଡ଼ କରିଛି ଭାରତ। ଦେଶର ବୈଦେଶିକ ମୁଦ୍ରା ସଂରକ୍ଷଣ ପରିମାଣ ବୃଦ୍ଧି ୭୮୫.୭ ବିଲିୟନ ଡଲାର ହୋଇଛି। ବିଶ୍ୱର ସର୍ବବୃହତ ବିଦେଶୀ ମୁଦ୍ରା ଧାରକଙ୍କ ମଧ୍ୟରେ ଭାରତ ଚତୁର୍ଥ ସ୍ଥାନରେ ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସଦ୍ୟତମ ତଥ୍ୟ ଅନୁଯାୟୀ, ୨୦୨୬ ସେପ୍ଟେମ୍ବର ୪ ତାରିଖରେ ଶେଷ ହୋଇଥିବା ସାପ୍ତାହିକ ବୈଦେଶିକ ମୁଦ୍ରା ସଂରକ୍ଷଣ ୪୪.୯ ବିଲିୟନ ଡଲାର ବୃଦ୍ଧି ପାଇଛି। ଏହା ଏହି ସିରିଜ୍ ର ସର୍ବବୃହତ ସାପ୍ତାହିକ ବୃଦ୍ଧି। ଯାହା ଦେଶର ମୋଟ ମୁଦ୍ରା ସଂରକ୍ଷଣକୁ ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚାଇଛି।

ଏହି ବୃଦ୍ଧି ବିଗତ ୨ ଦଶନ୍ଧି ମଧ୍ୟରେ ଭାରତର ବୈଦେଶିକ ମୁଦ୍ରା ସଂରକ୍ଷଣରେ ନିରନ୍ତର ବୃଦ୍ଧିର ପରିଣାମ। RBI ସାପ୍ତାହିକ ତଥ୍ୟ ଦର୍ଶାଉଛି ଯେ ଗତ ବର୍ଷ ଦେଶର ବୈଦେଶିକ ମୁଦ୍ରା ସଂରକ୍ଷଣ ପ୍ରାୟ ୧୪୧.୧ ବିଲିୟନ୍ ରହିଥିଲା। ସେବେଠାରୁ ୨୦୦୮ ଆର୍ଥିକ ସଙ୍କଟ, କୋରୋନା ମହାମାରୀ ଏବଂ ବିଶ୍ୱ ବଜାର ଅସ୍ଥିରତା ଭଳି ଅନିଶ୍ଚିତ ସମୟ ମଧ୍ୟରେ ମଧ୍ୟ ଦେଶର ବେଦୈଶିକ ମୁଦ୍ରା ଭଣ୍ଡାର ୫ ଗୁଣରୁ ଅଧିକ ବୃଦ୍ଧି ପାଇଛି।

ବୈଦେଶିକ ମୁଦ୍ରା ସମ୍ପତ୍ତିରେ ମଧ୍ୟ ବୃଦ୍ଧି
ସପ୍ତାହ ମଧ୍ୟରେ ଏହି ତୀବ୍ର ବୃଦ୍ଧି ମୁଖ୍ୟତଃ ବୈଦେଶିକ ମୁଦ୍ରା ସମ୍ପତ୍ତିରେ ବୃଦ୍ଧି ଯୋଗୁଁ ହୋଇଥିଲା। ଯାହା ମୋଟ ଭଣ୍ଡାରର ସର୍ବବୃହତ୍ ଅଂଶ ଗଠନ କରେ। RBI ତଥ୍ୟ ଅନୁଯାୟୀ, ସପ୍ତାହ ମଧ୍ୟରେ ବୈଦେଶିକ ମୁଦ୍ରା ସମ୍ପତ୍ତିରେ (Foreign Currency Assets) ୪୭.୫ ବିଲିୟନ ବୃଦ୍ଧି ପାଇଛି। ହେଲେ ତଥାପି ଏହି ସମୟ ମଧ୍ୟରେ ସୁନା ଭଣ୍ଡାର ପ୍ରାୟ ୨.୬ ବିଲିୟନ ହ୍ରାସ ପାଇଛ। ଯାହା ଏହି ବୃଦ୍ଧିର ପ୍ରଭାବକୁ ସାମାନ୍ୟ ହ୍ରାସ କରିଛି।

୪ ସେପ୍ଟେମ୍ବର ୨୦୨୬ ସୁଦ୍ଧା ଭାରତୀୟ ବୈଦେଶିକ ମୁଦ୍ରା ଭଣ୍ଡାର
ବିଦେଶୀ ମୁଦ୍ରା ସମ୍ପତ୍ତି: ୬୪୮.୨ ବିଲିୟନ ଡଲାର
ସୁନା (Gold Reserves): ୧୧୩.୮ ବିଲିୟନ ଡଲାର
Special Drawing Rights(SDRs): ୧୮.୮ ବିଲିୟନ ଡଲାର
ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ସହିତ ରିଜର୍ଭ ସ୍ଥିତି: ୪.୯ ବିଲିୟନ ଡଲାର

Leave a Reply

Your email address will not be published. Required fields are marked *