Skip to content
ସର ମୋକ୍ଷଗୁଣ୍ଡମ୍ ବିଶ୍ୱେଶ୍ୱରାୟ – ଜୟନ୍ତୀ ଓ ଅଭିଯନ୍ତା ଦିବସ
- ରାଷ୍ଟ୍ର ନିର୍ମାଣରେ ଅବଦାନ: ସର ମୋକ୍ଷଗୁଣ୍ଡମ୍ ବିଶ୍ୱେଶ୍ୱରାୟ ନିଜ ରାଷ୍ଟ୍ର ଏବଂ ଦେଶର ସେବା, ସମାଜ ସେବା ତଥା ଭାରତୀୟ ଜ୍ଞାନ ପରମ୍ପରା ଉପରେ ଆଧାରିତ ବୈଜ୍ଞାନିକ ଏବଂ ବୈଷୟିକ ଦୃଷ୍ଟିକୋଣ ମାଧ୍ୟମରେ ଆଧୁନିକ ଭାରତର ନିର୍ମାଣରେ ଅମୂଲ୍ୟ ଅବଦାନ ଦେଇଛନ୍ତି।
- ଦୂରଦର୍ଶୀ ଇଞ୍ଜିନିୟର୍: ଜଣେ ଦୂରଦର୍ଶୀ ଯନ୍ତ୍ରୀ (ଇଞ୍ଜିନିୟର୍) ଏବଂ ମହୀଶୂର ରାଜ୍ୟର ଦେୱାନ ଭାବରେ ସେ ଜଳସେଚନ, ଜଳ ପରିଚାଳନା, ଶିଳ୍ପ ତଥା ଶିକ୍ଷା କ୍ଷେତ୍ରରେ ଐତିହାସିକ କାର୍ଯ୍ୟ କରିଥିଲେ।
- ପ୍ରମୁଖ ପ୍ରକଳ୍ପ ଓ ଜଳସେଚନ: ହାଇଦ୍ରାବାଦ ପାଇଁ ଆଧୁନିକ ବନ୍ୟା ନିୟନ୍ତ୍ରଣ ପ୍ରଣାଳୀର ନିର୍ମାଣ ଏବଂ କୃଷ୍ଣରାଜ ସାଗର (କେ.ଆର୍.ଏସ୍.) ବନ୍ଧର ବିକାଶରେ ତାଙ୍କର ବୈଷୟିକ ପ୍ରତିଭା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଏବଂ କୃଷି ବ୍ୟବସ୍ଥାକୁ ଏକ ନୂତନ ଦିଗ ଦେଇଥିଲା।
- ଶିଳ୍ପ ଓ ପ୍ରତିଷ୍ଠାନ ସ୍ଥାପନ: ତାଙ୍କର ନେତୃତ୍ୱରେ ଭଦ୍ରାବତୀ ଆଇରନ୍ ଆଣ୍ଡ ଷ୍ଟିଲ୍ ପ୍ଲାଣ୍ଟ, ମହୀଶୂର ସାଣ୍ଡଲ୍ ସୋପ୍ ଫ୍ୟାକ୍ଟ୍ରି, ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ମହୀଶୂର ତଥା ଅନେକ ଶିଳ୍ପ ଏବଂ ଶୈକ୍ଷିକ ପ୍ରତିଷ୍ଠାନର ପ୍ରତିଷ୍ଠା ହୋଇଥିଲା, ଯାହା ଭାରତରେ ଶିଳ୍ପାୟନର ଏକ ଦୃଢ଼ ଭିତିଭୂମି ସ୍ଥାପନ କରିଥିଲା।
- ପ୍ରସିଦ୍ଧ ବାର୍ତ୍ତା: ତାଙ୍କର ପ୍ରସିଦ୍ଧ ବାର୍ତ୍ତା— “ଶିଳ୍ପାୟନ କର କିମ୍ବା ଧ୍ୱଂସ ହୁଅ” (Industrials or Perish)— ରାଷ୍ଟ୍ରର ଆର୍ଥିକ ଆତ୍ମନିର୍ଭରଶୀଳତାର ଚିନ୍ତାଧାରାର ପ୍ରତୀକ ପାଲଟିଥିଲା।
- ପ୍ରେରଣାର ଉତ୍ସ: ଶୃଙ୍ଖଳା, ସଚ୍ଚୋଟତା ଏବଂ ଉତ୍କୃଷ୍ଟ କାର୍ଯ୍ୟ ସଂସ୍କୃତି କାରଣରୁ ସେ ଆଜି ମଧ୍ୟ ଇଞ୍ଜିନିୟର୍ ଏବଂ ରାଷ୍ଟ୍ର ନିର୍ମାତାମାନଙ୍କ ପାଇଁ ପ୍ରେରଣାର ଉତ୍ସ ଅଟନ୍ତି।
- ଇଞ୍ଜିନିୟର୍ସ ଦିବସ ଏବଂ ସମ୍ମାନ: ତାଙ୍କ ସମ୍ମାନାର୍ଥେ ଭାରତ ପ୍ରତିବର୍ଷ ୧୫ ସେପ୍ଟେମ୍ବରକୁ ‘ଇଞ୍ଜିନିୟର୍ସ ଦିବସ’ ଭାବରେ ପାଳନ କରିଥାଏ। ତାଙ୍କୁ ୧୯୫୫ ମସିହାରେ ଦେଶର ସର୍ବୋଚ୍ଚ ସମ୍ମାନ ‘ଭାରତ ରତ୍ନ’ ରେ ସମ୍ମାନିତ କରାଯାଇଥିଲା।