ଭଣ୍ଡାରିପୋଖରୀ ଥାନା ଷଠଗାଁ ହନୁମାନ ମନ୍ଦିରରୁ ଚୋରି

ହନୁମାନ ମନ୍ଦିରରୁ ଚୋରି

ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ଥାନା ଷଠଗାଁ ହନୁମାନ ମନ୍ଦିରରୁ ଗତ ବୁଧବାର ଚୋରି ହୋଇଥିବା ଅଭିଯୋଗ ହୋଇଛି   ।   ଏ ସମ୍ପର୍କରେ ମନ୍ଦିର ପୂଜକ ବିଭୂ ପ୍ରସାଦ ମିଶ୍ର ଥାନାରେ ଅଭିଯୋଗ କରିବା ପରେ ଗତକାଲି ମାମଲା ରୁଜୁ ହୋଇଛି  ।   ଅଭିଯୋଗ ଅନୁଯାୟୀ ବୁଧବାର ସକାଳେ ହନୁମାନ ମନ୍ଦିର ସମ୍ମୁଖରେ ଲୋକେ ରୁଣ୍ଡ ହୋଇଥିବା ଦେଖି ପୂଜକ ମନ୍ଦିର ଓ ଉଣ୍ଡାର ଘର ତାଲା ଭଙ୍ଗାଯାଇଥିବା ଦେଖିଥିଲେ  ।   ଗୋଟିଏ ବଡ଼ପିତଳ ଘଣ୍ଟା, ଥାଳି, ପିଟାଘଣ୍ଟ, କମଣ୍ଡଳୁ, କୁବୁଜି ୪ ହଳ, ଗୋଟିଏ ପାଣି ମୋଟର ଆଦି ନ ଥିବା ଦେଖି ଥାନାରେ ଅଭିଯୋଗ କରିଥିଲେ  ।   ଅଭିଯୋଗ ଆଧାରରେ ଥାନାରେ ୪୩୯/୨୬ନ° ମାମଲା ରୁଜୁ ହୋଇଛି   ।   ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ ୨୦୨୫ ଜୁଲାଇ ୩୧ ତାରିଖରେ ଅନୁରୂପ ଭାବେ ସେହି ହନୁମାନ ମନ୍ଦିରରୁ ଚୋରି ହୋଇଥିଲା  ।  ପୂଜକଙ୍କ ଅଭିଯୋଗ କ୍ରମେ ଥାନାରେ ୩୪୬/୨୫ନ° ମାମଲା ରୁଜୁ ହୋଇଥିଲା  ।   ବର୍ଷକ ପରେ ଏହାର ପୁନରାବୃତ୍ତି ହୋଇଛି ।

Leave a Reply

Your email address will not be published. Required fields are marked *