୩୫ଟି ଗୋରୁ ଉଦ୍ଧାର, ୨ ଗିରଫ

ନରସିଂହପୁର: କାନପୁର ପୁଲିସ ଗୁରୁବାର ବିଳମ୍ବିତ ରାତିରେ ସୋଳାବନ୍ଧ ଗ୍ରାମ ନିକଟସ୍ଥ ରାସ୍ତାରେ ଚଢ଼ଉ କରି ଗୋରୁ ବୋଝେଇ ଦୁଇଟି ପିକଅପ୍‌ ଗାଡ଼ି ଜବତ କରିବା ସହ ୩୫ଟି ଗୋରୁଙ୍କୁ ଉଦ୍ଧାର କରିଛି।

ଏହି ଘଟଣାରେ ସୋଳାବନ୍ଧ ଗ୍ରାମର ବିପିନ ମଲିକ ଏବଂ ତାଳଚେର ସଦର ଥାନା ଅନ୍ତର୍ଗତ ଆମନଜିତ ସିଂ ପୁଲିସ ଗିରଫ କରିଛି। ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

ପୁଲିସ ଚଢ଼ଉ ସମୟରେ ଗାଡ଼ି ମଧ୍ୟରେ ୩୫ଟି ଗୋରୁଙ୍କୁ ଦୟନୀୟ ଅବସ୍ଥାରେ ବାନ୍ଧି ରଖାଯାଇଥିବା ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *