ହନୁମାନ ମନ୍ଦିରରୁ ଚୋରି
ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ଥାନା ଷଠଗାଁ ହନୁମାନ ମନ୍ଦିରରୁ ଗତ ବୁଧବାର ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ମନ୍ଦିର ପୂଜକ ବିଭୂ ପ୍ରସାଦ ମିଶ୍ର ଥାନାରେ ଅଭିଯୋଗ କରିବା ପରେ ଗତକାଲି ମାମଲା ରୁଜୁ ହୋଇଛି । ଅଭିଯୋଗ ଅନୁଯାୟୀ ବୁଧବାର ସକାଳେ ହନୁମାନ ମନ୍ଦିର ସମ୍ମୁଖରେ ଲୋକେ ରୁଣ୍ଡ ହୋଇଥିବା ଦେଖି ପୂଜକ ମନ୍ଦିର ଓ ଉଣ୍ଡାର ଘର ତାଲା ଭଙ୍ଗାଯାଇଥିବା ଦେଖିଥିଲେ । ଗୋଟିଏ ବଡ଼ପିତଳ ଘଣ୍ଟା, ଥାଳି, ପିଟାଘଣ୍ଟ, କମଣ୍ଡଳୁ, କୁବୁଜି ୪ ହଳ, ଗୋଟିଏ ପାଣି ମୋଟର ଆଦି ନ ଥିବା ଦେଖି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଥାନାରେ ୪୩୯/୨୬ନ° ମାମଲା ରୁଜୁ ହୋଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ ୨୦୨୫ ଜୁଲାଇ ୩୧ ତାରିଖରେ ଅନୁରୂପ ଭାବେ ସେହି ହନୁମାନ ମନ୍ଦିରରୁ ଚୋରି ହୋଇଥିଲା । ପୂଜକଙ୍କ ଅଭିଯୋଗ କ୍ରମେ ଥାନାରେ ୩୪୬/୨୫ନ° ମାମଲା ରୁଜୁ ହୋଇଥିଲା । ବର୍ଷକ ପରେ ଏହାର ପୁନରାବୃତ୍ତି ହୋଇଛି ।