ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ୨ ନମ୍ବର ଟର୍ମିନାଲ ଠାରେ ରହିଥିବା ମସଜିଦ୍ ବେଆଇନ ଘୋଷଣା କରାଯାଇଛି। ଏହା ଭାଙ୍ଗିବା ଲାଗି MMRDA, MIAL ଉଦ୍ଦେଶ୍ୟରେ ନିର୍ଦ୍ଦେଶ ଦେଇଛି।

ମୁମ୍ବାଇ ମହାନଗର ଆଞ୍ଚଳିକ ବିକାଶ ପ୍ରାଧିକରଣ (MMRDA) ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ପରିସର ମଧ୍ୟରେ ଥିବା ମସଜିଦ ବେଆଇନ ଘୋଷିତ ହୋଇଛି। ଏହାକୁ ଭାଙ୍ଗିବା ପାଇଁ ମୁମ୍ବାଇ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛି MMRDA। ମୁମ୍ବାଇ ବିମାନବନ୍ଦର ଅଧିକାରୀଙ୍କୁ ଚିଠି ଲେଖି କଥିତ ଅନଧିକୃତ ମସଜିଦ କୋଠାକୁ ଭାଙ୍ଗିବା ପାଇଁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛି MMRDA (Mumbai Metropolitan Region Development Authority)। ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ (MIAL) ଲାଗି ଦିଆଯାଇଥିବା ନିର୍ଦ୍ଦେଶରେ, MMRDA କହିଛି ଯେ, ୨ ନମ୍ବର ଟର୍ମିନାଲ୍ ଠାରେ VIP ଆଗମନ ଏବଂ ଟ୍ୟାକ୍ସି ଷ୍ଟାଣ୍ଡ ଅଞ୍ଚଳ ନିକଟରେ ମସଜିଦ ନିର୍ମାଣ ପାଇଁ କୌଣସି ଅନୁମତି ଦିଆଯାଇ ନାହିଁ।

ମସଜିଦ ଭାଙ୍ଗିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ MMRDA, MIAL (Mumbai International Airport Limited) ଉଦ୍ଦେଶ୍ୟରେ ନିର୍ଦ୍ଦେଶ ଦେଇଛି। ବିଜେପି ନେତା କିରୀଟ ସୋମୈୟା (BJP Leader Kirit Somaiya) ଗତ ସେପ୍ଟେମ୍ବର ୩ ତାରିଖରେ ଅଧିକାରୀଙ୍କ ସହିତ ମସଜିଦ୍ ରହିଥିବା ସ୍ଥାନ ପରିଦର୍ଶନ କରିଥିଲେ। MMRDA ଦ୍ୱାରା ସୋସିଆଲ ମିଡି଼ଆରେ ଜାରି ହୋଇଥିବା ଚିଠିକୁ ସେୟାର କରି ସୋମୈୟା କହିଛନ୍ତି, ପ୍ରାଧିକରଣ ନିଶ୍ଚିତ କରିଛି ଯେ ମସଜିଦ୍ ନିର୍ମାଣ ଥିଲା। ବିମାନବନ୍ଦର ପରିଚାଳକଙ୍କୁ ଉପଯୁକ୍ତ ପ୍ରକ୍ରିୟା ଅନୁସରଣ କରି ଏହାକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *