ଅମରକଣ୍ଟକରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଦୁଇ ଦିବସୀୟ କର୍ମଶାଳା ସମ୍ପନ୍ନ

ଅମରକଣ୍ଟକରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଦୁଇ ଦିବସୀୟ କର୍ମଶାଳା ସମ୍ପନ୍ନ

ସାହିତ୍ୟ ପରିଷଦର ରାଷ୍ଟ୍ରୀୟ ମହାମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ପାଞ୍ଚଜଣ କାର୍ଯ୍ୟକର୍ତ୍ତା ଓଡ଼ିଶାରୁ ଅମରକଣ୍ଟକ, ମଧ୍ଯପ୍ରଦେଶକୁ ଯାତ୍ରା କରିଥିଲେ। ସେମାନେ ହେଲେ:-
ଶ୍ରୀ ନାରାୟଣ ଦାସ ମାୱତୱାଲ, ଶ୍ରୀ ନୀଳାମ୍ବର ମିଶ୍ର, ଡ. ନିରୋଦ କୁମାର ମନ୍ତ୍ରୀ, ଶ୍ରୀ ରାମକୃଷ୍ଣ ତ୍ରିପାଠୀ ଓ ଶ୍ରୀ ଦୀନବନ୍ଧୁ ମହାକୁଡ଼। ପ୍ରଥମ ଦୁଇଜଣ ପ୍ରଚାର ବିଭାଗ ଓ ଅନ୍ୟ ତିନିଜଣ ବିମର୍ଶ ବିଭାଗରେ ଯୋଗଦାନ କରିଥିଲେ।

ଜୁନ୍ ମାସ ୧୩ ଓ ୧୪ ତାରିଖ ଦୁଇ ଦିନ ଧରି ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା ଇନ୍ଦିରା ଗାନ୍ଧୀ ଜନଜାତୀୟ ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ। ଏହା ବିନ୍ଧ୍ୟ ପର୍ବତମାଳାର ସାତପୁଡ଼ା ଶିଖରରେ ଅବସ୍ଥିତ, କେନ୍ଦ୍ର ସରକାରଙ୍କ ପରିଚାଳିତ ଦେଶର ଏକ ବୃହତ୍ତ ଅନୁଷ୍ଠାନ। ବୈଠକର ବିଷୟ ଥିଲା
“ଭାରତୀୟ ସାହିତ୍ୟର ମୂଳଦୃଷ୍ଟି ଏବଂ ସମକାଳୀନ ବୈଚାରିକ ପରିଦୃଶ୍ୟ” । ଏଥିରେ ୧୭ ପ୍ରଦେଶରୁ ୭୦ ଜଣ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ।

ଉଦ୍ଘାଟନ ସତ୍ରରେ ଉକ୍ତ ବିଶ୍ୱବିଦ୍ୟାଳୟର କୁଳପତି ଡ. ଅବଧେଶ କୁମାର, ମୁଖ୍ୟ ଅତିଥି, ଶ୍ରୀ ମୁକୁଲ କାନିଟକର, ମୁଖ୍ୟ ବକ୍ତା ଓ ପରିଷଦର ସଂରକ୍ଷକ ଶ୍ରୀ ଋଷି ମିଶ୍ର, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଆଲୋଚନାରେ ମାନବତାର ଲକ୍ଷଣ, ଭାରତୀୟ ଲୋକ ମଙ୍ଗଳ ଦର୍ଶନ, ଭାରତୀୟ ସାହିତ୍ୟ ଉପରେ ବୈଶ୍ଵିକ ପ୍ରଭାବ ଦ୍ବାରା ଏହାର ଆଙ୍ଗିକ ଓ ଆତ୍ମିକ ପରିବର୍ତ୍ତନ। ଇସଲାମିକ ଆକ୍ରମଣ ପର୍ଯ୍ୟନ୍ତ ଆମର ସମୃଦ୍ଧ ସାହିତ୍ୟ, ପରବର୍ତ୍ତୀ ସମୟରେ ଏହାର ଅବକ୍ଷୟ, ଔପନିବେଶ ଶାସନର ପ୍ରଭାବ ଦ୍ବାରା ଶିକ୍ଷା, ପ୍ରଶାସନ ଓ ଆଇନ ବ୍ୟବସ୍ଥାର କ୍ରମ ପରିବର୍ତ୍ତନ ବିଷୟରେ ଆଲୋଚନା କରି କହିଥିଲେ, ଏ ବିକଟ ପରିସ୍ଥିିତିରେ ମଧ୍ଯ କେତେକ ଦେଶୀୟ ରାଜ୍ୟ ପ୍ରଭାବିତ ହୋଇ ନଥିଲେ।
ଏହି ସମୟରେ ଯେଉଁ ଜାତୀୟ ଜାଗରଣ ହେଲା – ବଙ୍ଗଭଙ୍ଗ, ବନ୍ଦେମାତରମ ଆନ୍ଦୋଳନ ହେତୁ ଇଂରେଜ ରାଜଧାନୀ କଲିକତାରୁ ଦିଲ୍ଲୀକୁ ଉଠାଇ ନେଲେ। ସ୍ୱାଧୀନତା ପାଇଁ ଆନ୍ଦୋଳନ ତୀବ୍ର ହେଲା, ସ୍ୱାଧୀନତା ପ୍ରାପ୍ତି ହେଲା, କିନ୍ତୁ ଆମ ପାଇଁ ସ୍ୱାଧୀନତା ପର୍ଯ୍ୟାପ୍ତ ନୁହେଁ, ଆମକୁ ସ୍ୱତନ୍ତ୍ରତା ଦରକାର।

ଅନ୍ୟ ଏକ ସତ୍ରରେ ଶ୍ରୀ ଶ୍ରୀଧର ପରାଡ଼କରଜୀଙ୍କ ଲିଖିତ “ସାହିତ୍ୟ କା ଧର୍ମ” ପୁସ୍ତକର ପରିଚୟ ଓ ଆଲୋଚନା କରିଥିଲେ ସାହିତ୍ୟ ପରିକ୍ରମା ପତ୍ରିକାର ସମ୍ପାଦକ ଶ୍ରୀ ଇନ୍ଦୁଶେଖର ତତ୍ପୁରୁଷ।

ଅନ୍ୟ ଏକ ଆଭାସୀ ସତ୍ରରେ ଅର୍ଗନାଇଜର ଇଂରାଜୀ ସାପ୍ତାହିକର ସମ୍ପାଦକ ଶ୍ରୀ ପ୍ରଫୁଲ୍ଲ କେତକର ୧୯୭୦ ପରେ ସାହିତ୍ୟରେ ମାର୍କସବାଦର ପ୍ରଭାବ ଓ ଆମର କର୍ତ୍ତବ୍ୟ ସମ୍ପର୍କରେ ପ୍ରଶ୍ନ ଉତ୍ତର ମଧ୍ୟ କରିଥିଲେ।

ପରବର୍ତ୍ତୀ ସତ୍ରରେ ଶ୍ରୀ ମୁକୁଲ କାନିଟକର ପ୍ରଚଳିତ ବିମର୍ଶ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ। ସେ କହିଥିଲେ “ଛୋଟ ପରିବାର ସୁଖି ପରିବାର” ର ସ୍ଲୋଗାନ କିପରି ଆମ ସମାଜ ଓ ସଂସ୍କୃତିକୁ ନଷ୍ଟ କଲା। ମଦର ଟେରେସା କିପରି ସେବା ନାମରେ ଚର୍ଚ୍ଚର ବିସ୍ତାର ଓ ଧର୍ମାନ୍ତିକରଣ କରୁଥିଲେ। ଆର୍ଯ୍ୟ, ଦ୍ରାବିଡ଼ ଅବଧାରଣା ଦେଶର ଅଖଣ୍ଡତା ଉପରେ କିପରି ପ୍ରଭାବ ପକାଇଲା। ସୁଫି ସାହିତ୍ୟ ଧର୍ମାନ୍ତରଣ କିପରି କରାଇଲା । ଇସଲାମର ଭାଇଚାରା କିପରି ଭାରତ ବିଭାଜନ କରାଇଲା। କମ୍ୟୁନିଷ୍ଟମାନଙ୍କ କ୍ରାନ୍ତି କିପରି ଯୁବସମାଜକୁ ବିଭ୍ରାନ୍ତ କଲା। ହିନ୍ଦୁତ୍ଵକୁ ବ୍ରାହ୍ମଣବାଦ କୁହାଗଲା । ଆମକୁ ନାରୀ ବିରୋଧୀ କୁହାଗଲା, କିନ୍ତୁ ଖ୍ରୀଷ୍ଟିୟାନରେ ନାରୀ ସନ୍ଥ ବ୍ୟବସ୍ଥା ୨୦୦୦ ମସିହା ପରେ ପ୍ରଚଳିତ ହେଲା I ଆମେରିକାରେ ମହିଳା ମାନଙ୍କୁ ଭୋଟ ଅଧିକାର ୫୦୦ ବର୍ଷ ହେଲା ମିଳିଲା । କିନ୍ତୁ ଭାରତରେ ନାରୀ ସର୍ବଦା ବନ୍ଦନୀୟା। ଏହା ସନାତନର ଅନନ୍ତ ଯାତ୍ରା ।

ଶ୍ରୀ ମୁକୁଲ ଜୀ କାମନାର ଉଦ୍ଦାତ୍ତିକରଣକୁ ସାହିତ୍ୟର ଏକ ଅନନ୍ୟ ଧର୍ମ ଭାବେ ବର୍ଣ୍ଣନା କରି ଅନେକ ଉଦାହରଣ ଦେଇଥିଲେ । ଯଥା : -କାମ (ଇଚ୍ଛା)ର ଉଦ୍ଦାତ୍ତି କରଣ ସାହିତ୍ୟ କାମ ଭୋଗ ପାଇଁ ନୁହେଁ। ଏହା ପ୍ରଜନନ ପାଇଁ, ସୃଷ୍ଟି ପାଇଁ । ଏଥିପାଇଁ ହିନ୍ଦୁ ବିବାହରେ ଲାଜା ହୋମ କରାଯାଏ । ଚାରି ପୁରୁଷାର୍ଥର ହିତକାରୀ ସାହିତ୍ୟ,
ସାଧନ ଅଭିବ୍ୟକ୍ତିର ନାମ ସାହିତ୍ୟ।

ଅନ୍ୟ ଏକ ଆଲୋଚନାରେ ଶ୍ରୀ ଦିନେଶ ଜୀ ଓ ଶ୍ରୀ ମନୋଜ କୁମାରଜୀ ସାହିତ୍ୟ ଉପରେ ବିବିଧ ବୈଶ୍ଵିକ ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ଏ ସମ୍ପର୍କିତ ପୁସ୍ତକ ଅଧ୍ୟୟନ ତଥା ପ୍ରାନ୍ତୀୟ ଭାଷାରେ ଅନୁବାଦ ପାଇଁ ଆଗ୍ରହ ରଖିଥିଲେ ।

ସମାନାନ୍ତର ବୈଠକରେ ପ୍ରଚାର ବିଭାଗ ଓଡ଼ିଶା ପକ୍ଷରୁ ଶ୍ରୀ ନାରାୟଣ ଦାସ ମାୱତୱାଲ, ଶ୍ରୀନୀଳାମ୍ବର ମିଶ୍ର ଯୋଗ ଦେଇଥିବାବେଳେ ଯୁବ ବିମର୍ଶରେ ଶ୍ରୀ ନିରୋଦମନ୍ତ୍ରୀ, ଜନ ଜାତିରେ ଶ୍ରୀ ଦୀନବନ୍ଧୁ ମହାକୁଡ଼ ଓ ସାହିତ୍ୟରେ ବିବିଧ ବୈଶ୍ଵିକ ଧାରା ବିମର୍ଷରେ ଶ୍ରୀ ରାମକୃଷ୍ଣ ତ୍ରିପାଠୀ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମର ସମାରୋପରେ ସହ ସର କାର୍ଯ୍ୟବାହ ମାନନୀୟ ଅତୁଲ୍ୟ ଲିମୟେ ଜୀ ବୈଚାରିକ ବିମର୍ଶ, ପଞ୍ଚପରିବର୍ତ୍ତନ, ଦର୍ଶନ, ପରମ୍ପରା ଓ ଚଳଣିକୁ ଅଧିକ ଗୁରୁତ୍ଵ ଦେବାପାଇଁ କହିଥିଲେ।
କେବଳ ସାହିତ୍ୟ ପରିଷଦ ନୁହେଁ ସମ୍ପୂର୍ଣ୍ଣ ସାହିତ୍ୟ କ୍ଷେତ୍ରକୁ ନେଇ କାମ କରିବା ପାଇଁ ଗୁରୁତ୍ୱ ଦେଇଥିଲେ। ଆମ କାର୍ଯ୍ୟ ଏକ ସଂସ୍ଥା ନୁହେଁ ସଙ୍ଗଠନ ବୋଲି ବିଚାର କରି କାମ କରିବା ସମ୍ପର୍କରେ ସାରଗର୍ଭକ ବିଚାର ଉପସ୍ଥାପନ କରିଥିଲେ । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ଯୋଜନା ଓ କ୍ରିୟାନ୍ୱୟନ କରିଥିଲେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ମହାମନ୍ତ୍ରୀ ଶ୍ରୀ ପବନ ପୁତ୍ର ବାଦଲ। କାର୍ଯ୍ୟକ୍ରମର ସଂଯୋଜନା ତଥା ବ୍ୟବସ୍ଥାର ସୁପରିଚାଳନା କରିଥିଲେ ପ୍ରଫେସର ଡ. ରାକେଶ ସୋନୀ ତଥା ବିଶ୍ଵବିଦ୍ୟାଳୟର ଅନ୍ୟ ପ୍ରାଧ୍ୟାପକ, ସହକାରୀ ପ୍ରାଧ୍ୟାପକ ଓ ଗବେଷକମାନେ।
ବନ୍ଦେ ମାତରମ ଗାନ ପରେ କାର୍ଯ୍ୟକ୍ରମର ସମାପ୍ତି ହୋଇଥିଲା।

Leave a Reply

Your email address will not be published. Required fields are marked *