ଲକ୍ଷଣ ବିନା ବୃଦ୍ଧି ପାଉଛି ଯକ୍ଷ୍ମା

ନୂଆଦିଲ୍ଲୀ: ଦେଶର ପୂର୍ବୋତ୍ତରରେ ଯକ୍ଷ୍ମାକୁ ନେଇ କରାଯାଇଥିବା ଏକ ବଡ଼ ସ୍କ୍ରିନିଂ ଅଭିଯାନ ଚିନ୍ତା ବଢ଼ାଇଛି। ଏହି ଅଭିଯାନ ଅଧୀନରେ ପୂର୍ବୋତ୍ତରର ଆଠଟି ରାଜ୍ୟରେ ପ୍ରାୟ ୩୯ ଲକ୍ଷ ଲୋକଙ୍କ ସ୍କ୍ରିନିଂ କରାଯାଇଥିଲା। ଏହି ଅଭିଯାନ ରିପୋର୍ଟରୁ ଜଣାପଡ଼ିଛି ଯେଆସାମରେ ସବୁଠୁ ଅଧିକ ୧୦,୩୬୨ ଏସିମ୍ପଟୋମାଟିକ ଟିବି ରୋଗୀ ମିଳିଛନ୍ତି। ଏହାପରେ ମେଘାଳୟରେ ୧୦୫୫, ନାଗାଲ୍ୟାଣ୍ଡରେ ୮୫୭ ଏବଂ ତ୍ରିପୁରାରେ ୫୧୦ ମାମଲା ଦେଖାଯାଇଛି। ଅରୁଣାଚଳ ପ୍ରଦେଶରେ ୪୭୯, ମଣିପୁରରେ ୪୬୫, ସିକ୍କିମରେ ୩୮୦ ଏବଂ ମିଜୋରାମରେ ୨୪୮ ଏମିତି ରୋଗୀ ମିଳିଛନ୍ତି, ଯେଉଁମାନଙ୍କଠାରେ ଯକ୍ଷ୍ମାର ସାଧାରଣ ଲକ୍ଷଣ ଦେଖାଯାଇ ନଥିଲା।ବିଶେଷଜ୍ଞମାନଙ୍କ ମତାନୁସାରେ ଏମିତି ରୋଗୀମାନେ ଯକ୍ଷ୍ମା ନିୟନ୍ତ୍ରଣ ଅଭିଯାନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ରୁପେ ସାବସ୍ତ୍ୟ  ହୁଅନ୍ତି। କାରଣ ଏମାନଙ୍କରେ ରୋଗର କୌଣସି ଲକ୍ଷଣ ନଥିବାରୁ ସେମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଚିକିତ୍ସା ବିନା ରହିପାରନ୍ତି। ଏଥିରୁ ସଂକ୍ରମଣ ଆଶଙ୍କା ବଢିଯାଏ।
ଏହି କାରଣରୁ ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗ କେବଳ ହସ୍ପିଟାଲକୁ ଆସୁଥିବା ରୋଗୀମାନଙ୍କ ଉପରେ ନିର୍ଭର ନ କରି, ଘରେ ଘରେ ଏବଂ ସମୁଦାୟ ସ୍ତରରେ ଯାଞ୍ଚ ଅଭିଯାନ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *