ପ୍ରାଚୀନ ଭାରତରେ ବିଜ୍ଞାନର ଅଧ୍ୟୟନ
ପ୍ରାଚୀନ ଭାରତରେ ବିଦ୍ୱାନମାନେ ସାହିତ୍ୟ, ଦର୍ଶନ ଏବଂ କଳା, ଭାସ୍କର୍ଯ୍ୟରେ ନିପୁଣତା ଲାଭ କରିଥିବା ସମ୍ବନ୍ଧରେ କାହାର ଦ୍ୱିମତ ନାହିଁ ଓ କିନ୍ତୁ ସେହି ସମୟରେ ଭାରତର ବୈଜ୍ଞାନିକ ଓ ଗଣିତଜ୍ଞମାନେ ମଧ୍ୟ ଅନେକ କୃତି ଆମ୍ଭମାନଙ୍କ ପାଇଁ ଛାଡି ଦେଇ ଯାଇଛନ୍ତି, ତାହା ଅନେକ ଲୋକମାନଙ୍କୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗେ । କିନ୍ତୁ ଏହି ସମ୍ବନ୍ଧରେ ଅଧିକ ଗବେଷଣା କରିବା ପାଇଁ ସ୍ୱାଧୀନ ଭାରତରେ ସରକାରଙ୍କ ଦ୍ୱାରା ବିଶେଷ ପ୍ରଚେଷ୍ଟା ହୋଇ ନାହିଁ । ବ୍ୟକ୍ତିଗତ ସ୍ତରରେ କିଛି ବୈଜ୍ଞାନିକ ଓ ବିଦ୍ୱାନ ନିଜ ଆଡୁ ଭାରତର ପ୍ରାଚୀନ ବିଜ୍ଞାନ ସମ୍ବନ୍ଧରେ ଗବେଷଣା କରି କିଛି ଉପାଦେୟ ତଥ୍ୟ ଲୋକ ଲୋଚନକୁ ଆଣି ପାରିଛନ୍ତି । ଏ ସମ୍ବନ୍ଧରେ ଡାକ୍ତର ନଗେନ୍ଦ୍ର ଓ ତାଙ୍କ ଭଉଣୀ ଡାକ୍ତର ନାଗରନ୍ଙ୍କ ନାମ ଉଲ୍ଲେଖ ଯୋଗ୍ୟ । ସେମାନେ ତ୍ରତ୍ରେୟ ଉପନିଷଦ, ପାତଞ୍ଜଳିଙ୍କ ଯୋଗଶାସ୍ତ୍ର ଓ ଅମର କୋଷ ଆଦି ଗ୍ରନ୍ଥ ଅଧ୍ୟୟନ କରି ତା ସମ୍ବନ୍ଧରେ ଅନେକ ଗବେଷଣା କରି ବହୁ ଦୁରାରୋଗର ଚିକିତ୍ସା କରି ପାରୁଛନ୍ତି । ବେଙ୍ଗାଲୁର ଠାରୁ ୩୫ କି.ମି ଦୂରରେ ଜିଲ୍ଲା ଠାରେ ପ୍ରାୟ ୮୫ ଏକର ଜମି ଉପରେ ସେମାନେ ତାଙ୍କର ଗବେଷଣା କେନ୍ଦ୍ର ଓ ଚିକିତ୍ସା କେନ୍ଦ୍ର ସ୍ଥାପନ କରିଛନ୍ତି । ଶରୀରରେ ପାଞ୍ଚଟି କୋଷ ଯଥା ଅନୁମୟ କୋଷ, ପ୍ରାଣମୟ କୋଷ, ମନମୟ କୋଷ, ଜ୍ଞାନମୟ କୋଷ ଓ ଆନନ୍ଦମୟ କୋଷ ସହିତ କେଉଁ ରୋଗର ସମ୍ବନ୍ଧ ଅଛି ତାହା ଚିହ୍ନଟ କରି ତାହାକୁ ଯୋଗ ମାଧ୍ୟମରେ ଭଲ କରି ପାରୁଛନ୍ତି । ସମ୍ଭବତଃ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ସେଠାରୁ ପ୍ରଭାବିତ ହୋଇ ଦିଲ୍ଲୀ ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଅରବିନ୍ଦ କେଜ୍ରିୱାଲଙ୍କୁ ତାଙ୍କର ପୁରୁଣା କାଶ ରୋଗର ଚିକିତ୍ସା ପାଇଁ ଡାକ୍ତର ନଗେନ୍ଦ୍ରଙ୍କ ପାଖକୁ ଯିବା ପାଇଁ ପରାମର୍ଶ ଦେଇଥିଲେ ଏବଂ ଶ୍ରୀଯୁକ୍ତ କେଜ୍ରିୱାଲ ସେଠାକୁ ଯାଇ
ଆରୋଗ୍ୟ ହୋଇ ଆସିଲେ । ଏଠାରେ ବହୁ ମଧୁମେହ ରୋଗୀ ଓ ଶ୍ୱାସ ରୋଗୀ ଯୋଗ ମାଧ୍ୟମରେ ଭଲ ହୋଇ ପାରୁଛନ୍ତି । ନିକଟ ଅତୀତରେ ମୁମ୍ବାଇ ଠାରେ ଅନୁଷ୍ଠିତ ବିଜ୍ଞାନ କଂଗ୍ରେସରେ ଗୋଟିଏ ସେସନ୍ ବା କାଳାଶଂରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପ୍ରତି ଭାରତର ଅବଦାନ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ବିଜ୍ଞାନ କଂଗ୍ରେସରେ ଉଦ୍ବୋଧନ ଦେଇ ପ୍ରାଚୀନ ଭାରତରେ ଲେଖା ଯାଇଥିବା ବିଭିନ୍ନ ବିଜ୍ଞାନ ଗ୍ରନ୍ଥ ସମ୍ବନ୍ଧରେ ଉଲ୍ଲେଖ କରିଥିଲେ । ଏ ସମ୍ବନ୍ଧରେ ଆମେ ସାଧରଣ ଜନତା ଭାରତର ପ୍ରାଚୀନ ପ୍ରଯୁକ୍ତି ବିଦ୍ୟା ବା ଟେକ୍ନୋଲେଢି କିଭଳି ଉନ୍ନତ ଥିଲା, ତାହା ଦିଲ୍ଲୀର କଳଙ୍କି ବିହିନ ଲୌହ ସ୍ତମ୍ଭ ଓ ନାଳନ୍ଦା ବିଶ୍ୱ ବିଦ୍ୟାଳୟରେ ବ୍ୟବହୃତ ଅବକ୍ଷୟ ନିରୋଧ ଇଟାକୁ ଦେଖିଲେ ଅନୁମାନ କରିପାରୁ । ପ୍ରାଚୀନ ଭାରତରେ ଏହିଭଳି କିଛି ବିଜ୍ଞାନ ଓ ଗଣିତ ସମ୍ବନ୍ଧିତ ଗ୍ରନ୍ଥ ଓ ତାର ଲେଖକମାନଙ୍କ ସମ୍ବନ୍ଧରେ ଆମେ ନିମ୍ନରେ ଆଲୋଚନା କରୁଛୁ । ଯଜୁର୍ବେଦ ଗଣିତରେ ଏକରେ ୧୨ଟି ଶୁନ ଦେଇ ପରାର୍ଦ୍ଧ ଯାଏ ତେର ଘର ବିଶିଷ୍ଟ ଗାଣିତିକ ସଂଖ୍ୟାର ପ୍ରଚଳନ ଅଛି । ଭାସ୍କରାଚାର୍ଯ୍ୟଙ୍କ ଲୀଳାବତୀ ପୁସ୍ତକରେ ସଂଖ୍ୟାର ଗଣନା ୧୭ ଘର ଯାଏ ରହି ଅଛି । ସେ ଜଣେ ବିଶିଷ୍ଟ ଗଣିତଜ୍ଞ ଓ ଜଣେ ଗଣିତ ଜ୍ୟୋତିଷ ମଧ୍ୟ ଥିଲେ । ସେ ମଧ୍ୟ ସିଦ୍ଧାନ୍ତ ଶିରୋମଣି ଓ ବୀଜ ଗଣିତ ନାମକ ଅନ୍ୟ ଦୁଇଟି ଗ୍ରନ୍ଥ ରଚନା କରିଥିଲେ । ସେ ନିଉଟନଙ୍କ ୫୦୦ବର୍ଷ ପୂର୍ବରୁ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଥିବାର ଆବିଷ୍କାର କରିଥିଲେ । ଆଉ ଜଣେ ବୈଜ୍ଞାନିକ କଣାଦ, ଯିଏକି କେରଳର କାଲାଜି ଠାରେ ଜନ୍ମ ଗ୍ରହଣ କରିଥିଲେ, ସେ ତାଙ୍କର ପୁସ୍ତକ ବୈଶେଷିକ ସୂତ୍ରରେ ପରମାଣୁ ତଥ୍ୟର ବର୍ଣନା କରିଛନ୍ତି । ଚିକିତ୍ସା ବିଜ୍ଞାନରେ ଚରକଙ୍କ ଦ୍ୱାରା ଲିଖିତ ଚରକ ସଂହିତାରେ ବିଭିନ୍ନ ଔଷଧୀୟ ଚିକିତ୍ସା ପଦ୍ଧତି ଓ ଶ୍ରୁଶୁତଙ୍କ ଦ୍ୱାରା ଲିଖତ ଶ୍ରୁଶୁତତ ସଂହିତାରେ ଶଲ୍ୟ
ଚିକିତ୍ସା, ପ୍ଲାଷ୍ଟିକ ସର୍ଜରି ଓ ମୋତିଆବିନ୍ଦୁ ଅସ୍ତ୍ରୋପଚାରର ମଧ୍ୟ ଉଲ୍ଲେଖ ରହିଛି । ଏକଥା ବିଶିଷ୍ଟ ଆଧୁନିକ ବୈଜ୍ଞାନିକ ଏମ୍.ଏସ୍ ଭାଲାଇଥାନ ତାଙ୍କ ଗବେଷଣାରୁ ସତ୍ୟ ବୋଲି ଜାଣି ପାରିଛନ୍ତି । ସେହି ଭଳି ବୈଜ୍ଞାନିକ କପିଳ କିଭଳି ଜଡରୁ ଗୃହ ନକ୍ଷତ୍ରର ସୃଷ୍ଟି ଏବଂ ବେତନରୁ ଜୀବର ସୃଷ୍ଟି ତାହା ସାଂଖ୍ୟ ସୁରେ ବର୍ଣ୍ଣନା କରିଛନ୍ତି । ବିଶିଷ୍ଟ ରସାୟନବିତ୍ର ନାଗାର୍ଜୁନ ଆନ୍ଧ୍ରପ୍ରଦେଶରେ ଜନ୍ମ ଗ୍ରହଣ କରିଥିଲେ । ଉସୟନ ବିଦ୍ୟା ଉପରେ ସେ ଅନେକ ତଥ୍ୟ ପ୍ରତିପାଦନ କରିଛନ୍ତି । କେରଳରେ ଜନ୍ମ ନେଇଥିବା ବିଶିଷ୍ଟ ଗଣିତଜ୍ଞ ମାଧବ
ଗଣିତରେ ଇନ୍ଫିନିଟିଲର ଶୂନ୍ୟର ବିପରୀତ) ମୂଲ୍ୟ ଖୋଳିବାରେ ସମର୍ଥ ହୋଇଥିଲେ । ଏକଥା ଆଧୁନିକ
ବୈଜ୍ଞାନିକ ଜର୍ଜ ଗେଲର ସିକ୍ ଯୋସେଫ୍ ତାଙ୍କ ବହି ‘ ପ୍ୟାସେଜ୍ ଟୁ ଇନ୍ଫିନିଟି’ ରେ ସ୍ୱୀକାର କରିଛନ୍ତି । ଏହାକୁ ସେ କେରଳା ସ୍କୁଲ ଅଫ୍ ମାଥମେଟିକ୍ସ୍ ବୋଲି ବର୍ଣ୍ଣନା କରିଛନ୍ତି । ସେହିଭଳି ଶଙ୍କର ବର୍ମକ ଲିସ୍ତ୍ରୁତ ସଦାଚନ୍ମଳରେ କଲ୍କୁଲସ ଗଣିତରେ ବର୍ଣ୍ଣନା ରହିଛି । ଏକଥକୁ ବିଶିଷ୍ଟ ବ୍ରିଟିଶ ଗଣିତଜ୍ଞ ଚାର୍ଲସ ହିସ୍
ଉନବିଂଶ ଶତାବ୍ଦିରେ ସ୍ୱୀକାର କରିଛନ୍ତି । ଫୋଟୋରସ୍ ଥିରୋମରେ ଯେଉଁ ତ୍ରିକୋଣମିତି ଓ ଜ୍ୟାମିତିର ସୂତ୍ର ବର୍ଣ୍ଣନା ରହିଛି, ତାହା ଆମର ବହୁ ପୁରାତନ ପ୍ରାଚୀନ ଗ୍ରନ୍ଥ ସୁଲଭ ସୁତ୍ରରେ ବର୍ଣ୍ଣନା ଥିଲା ଓ ବହ୍ମଗୁପ୍ତଙ୍କ ଦ୍ୱାରା ଲିଷ୍ପତ ପୁସ୍ତକ ବ୍ରହ୍ମସ୍ଫୁଟ ସିଦ୍ଧାନ୍ତରେ ପଦାର୍ଥ ବିଜ୍ଞାନ ଓ ଗଣିତରେ ଅନେକ ଫର୍ମୁଲାର ଓ ବର୍ଣ୍ଣନା ରହିଛି, ଯେଉଁରେ କି ନ୍ୟୁଟନ୍ ଲ ର କିଛି ସୁତ୍ର ଦେଖିବାକୁ ମିଳେ । ବିଶିଷ୍ଟ ବିଜ୍ଞାନ ଭରଦ୍ୱାଜ ପ୍ରୟାଗ ପରେ ଗଙ୍ଗା, ଯମୁନା ଓ ସରସ୍ୱତୀର ମିଳନ ସ୍ଥଳରେ ବସି ତାଙ୍କର ଧ୍ୟାନ ଓ ଗବେଷଣା ଦ୍ୱାରା ବିମାନ ତିଆରି କରିବାର କୌଶଳ ବହାର କରିଥିଲେ, ଯାହାକୁ ସେ ତାଙ୍କର ‘ଅଂଶ ବର୍ବିନୀ’ ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି । ସେ ମଧ୍ୟ ସ ମହାକାଶରେ ‘କୃଷ୍ଣ ଦ୍ରାପ୍ସ’ ତଥ୍ୟ ସମ୍ବନ୍ଧରେ ଯେଉଁ ଦର୍ଶନ କରିଛନ୍ତି, ତାହା ଆଧୁନିକ ବ୍ଲକ ହୋଲ ତଥ୍ୟ ସହିତ ସମାନ ଅଟେ । ଆର୍ଯକ ତାଙ୍କ ପୁସ୍ତକ ଆର୍ଯ୍ୟଜିୟମକୁ ପଞ୍ଚମ ଶତାବ୍ଦିରେ କିଛି ରଚନା କରିଥିଲେ, ଯେଉଁଥିରେ ସେ ସୂର୍ଯ୍ୟ ଚାରିପଟେ ପୃଥୀବି ଘୁରୁଥିବାର ପ୍ରଥମ ସିଦ୍ଧାନ୍ତ ପ୍ରତିପାଦନ କରିଛନ୍ତି । ଉପରୋକ୍ତ ବିଦ୍ୱାନ ଓ ସେମାନଙ୍କ ଦ୍ୱାରା ଲିଖିତ ଗ୍ରନ୍ଥ ବିଷୟରେ ଆଲୋଚନା କଲେ, ଆମେ ଅନୁଭବ କରୁ ଯେ, ପ୍ରାଚୀନ ଭାରତରେ ବିଜ୍ଞାନରେ ମଧ୍ୟ ଅଧ୍ୟୟନ କରାଯାଇଥିଲା । ଉପରୋକ୍ତ ଗ୍ରନ୍ଥମାନଙ୍କରେ ଥିବା ସୁତ୍ର ଗୁଡିକ ଆଧୁନିକ ବିଜ୍ଞାନର ଗବେଷଣାରେ କେତେଦୂର ସହାୟକ ହୋଇ ପାରିବ, ତାହା ଉପରେ ମଧ୍ୟ ଅଧ୍ୟୟନ ହେବା ଦରକାର । ହୁଏତ ଏଥିରୁ କିଛି ସୁଫଳ ମିଳିପାରେ । ଯାହାର ଉଦାହରଣ ହେଉଛି ଗୋବିଜ୍ଞାନ କେନ୍ଦ୍ର । ଯେଉଁ କେନ୍ଦ୍ରର ଗବେଷଣା ଦ୍ୱାରା ଗୋମୂତ୍ର ଅର୍କରୁ ଜୀବନ ରକ୍ଷାକାରୀ ଔଷଧ ଏବଂ ଗୋବରରୁ ଅନେକ ଜୈବିକ ସର, କୀଟନାଶକ ବସ୍ତୁ ତିଆରି ହୋଇ ପାରିଛି, ଯାହାକି ଜମିର ଜର୍ବରତା ବଢାଇବା
ସଙ୍ଗେ ସଙ୍ଗେ ପରିବେଶର ସୁରକ୍ଷା ମଧ୍ୟ କରି ପାରୁଛି । ବର୍ତ୍ତମାନ ସମୟରେ ଆଧୁନିକ ବିଜ୍ଞାନିମାନେ ଏ ସମ୍ବନ୍ଧର ସରକାରଙ୍କର ଦୃଷ୍ଟି ଆକର୍ଷଣ କରି ଏହି କାର୍ଯ୍ୟକୁ ଆଗେଇ ନେବା ପାଇଁ ଆମେ ଅନୁରୋଧ କରୁଛୁ । ଏହି ପରିପ୍ରେକ୍ଷୀରେ ବୈଜ୍ଞାନିକ ଆଇନଷ୍ଟାଇନ୍ କହିଥିବା କଥାଟି ମଧ୍ୟ ବିଚାର ଯୋଗ୍ୟ । ସେ
କରିଲେ ଯେ, ଆମେ ଭାରତୀୟମାନଙ୍କ ପାଖରେ ଋଣି , କାରଣ ସେମାନେ ଆମକୁ ଗଣିତ ପାଠ ଶିଖାଇ ଥିଲେ, ଯାହା ବିନା କୌଣସି ବୈଜ୍ଞାନିକ ଆବିଷ୍କାର ଅସମ୍ଭବ ।