ରବିବାର ରାତିରେ (୫ ଏପ୍ରିଲ୍, ୨୦୨୬) ମହାରାଷ୍ଟ୍ରର ମୁମ୍ବାଇର ଗୋରେଗାଓଁ (ଦିଣ୍ଡୋସି ଅଞ୍ଚଳ)ରେ ଦୁଇଟି ଗୋଷ୍ଠୀ ମଧ୍ୟରେ ଏକ ହିଂସାତ୍ମକ ସଂଘର୍ଷ ଘଟିଥିଲା, ଯେଉଁଥିରେ ଅନେକ ଲୋକ ଆହତ ହୋଇଥିଲେ। ଖବର ଅନୁଯାୟୀ ବାଂଲାଦେଶୀ ମୁସଲିମ ଯୁବକଙ୍କ ଏକ ଗୋଷ୍ଠୀ ଏକ ଶୋଭାଯାତ୍ରାରେ ଅଂଶଗ୍ରହଣ କରୁଥିବା ହିନ୍ଦୁ ଭକ୍ତଙ୍କୁ ଆକ୍ରମଣ କରିଥିଲେ। ଶୋଭାଯାତ୍ରା ସମୟରେ ଭଜନ ବା ହିନ୍ଦୁ ଧାର୍ମିକ ଗୀତ ଗାଇବାରୁ ଏହି ବିବାଦ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି। ପୋଲିସର ତୁରନ୍ତ କର୍ଯ୍ୟାନୁଷ୍ଠାନ ଯୋଗୁଁ ପରିସ୍ଥିତି ଶାନ୍ତ ପଡିଥିଲା ଏବଂ ମଧ୍ୟରାତ୍ରି ସୁଦ୍ଧା ପୋଲିସ ଆଠ ଜଣଙ୍କୁ ଗିରଫ କରିଥିଲା।
ସନ୍ତୋଷ ନଗର ମାର୍କେଟ୍ ଅଞ୍ଚଳରେ ମରିୟମ ମାତା ଶୋଭା ଯାତ୍ରା ସମୟରେ ଏହି ଘଟଣା ଘଟିଥିଲା। ରିପୋର୍ଟ ଅନୁଯାୟୀ, କିଛି ଇସଲାମିକ ମୌଳବାଦୀ ଧାର୍ମିକ ଶୋଭାଯାତ୍ରାକୁ ବିରୋଧ କରିବାରୁ ଉତ୍ତେଜନା ବୃଦ୍ଧି ପାଇଥିଲା, ଯାହା ଫଳରେ ଭଙ୍ଗାରୁଜା ହୋଇଥିଲା ଏବଂ ବଜରଙ୍ଗ ଦଳର କର୍ମୀଙ୍କ ସମେତ ଅନେକ ଲୋକଙ୍କୁ ଆକ୍ରମଣ କରାଯାଇଥିଲା।