ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ସହିତ ସମ୍ପର୍କ ରଖିଥିବା ଦୁଇ ଜଣ ଅସ୍ତ୍ର ଚୋରାଚାଲାଣକାରୀ ଇମ୍ରାନ ଏବଂ କାମରାନ ଗିରଫ

ନୂଆଦିଲ୍ଲୀ-ଏକ ଆତଙ୍କବାଦୀ ମଡ୍ୟୁଲ୍ ଉପରେ  ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ଦିଲ୍ଲୀ ପୋଲିସ କ୍ରାଇମ୍ ବ୍ରାଞ୍ଚ ପାକିସ୍ତାନର ଗୁଇନ୍ଦା ସଂସ୍ଥା, ISI ସହିତ ସମ୍ପର୍କ ରଖିଥିବା ଦୁଇ ଜଣ ଅସ୍ତ୍ର ଚୋରାଚାଲାଣକାରୀ ଇମ୍ରାନ ଏବଂ କାମରାନଙ୍କୁ ଗିରଫ କରିଛି। ସେମାନଙ୍କ ବିରୁଦ୍ଧରେ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (UAPA) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ କରାଯାଇଛି।

କ୍ରାଇମବ୍ରାଞ୍ଚ ଅନୁଯାୟୀ ଦୁଇ ଚୋରା ଚାଲାଣକାରୀ ପାକିସ୍ତାନରୁ ଥାଇଲ୍ୟାଣ୍ଡ ଏବଂ ନେପାଳ ଦେଇ ଭାରତରେ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣ କରୁଥିଲେ। ସେମାନଙ୍କଠାରୁ ଦୁଇଟି ଉଚ୍ଚମାନର ଅସ୍ତ୍ରଶସ୍ତ୍ର ଏବଂ ୧୧ଟି ଜୀବନ୍ତ କାର୍ଟୁସ୍ ଜବତ କରାଯାଇଥିଲା। ଏଥିସହିତ  ଗୋଟିଏ କାର୍ ମଧ୍ୟ ଜବତ କରାଯାଇଥିଲା।

ଲୁକଆଉଟ୍ ସର୍କୁଲାର ଆଧାରରେ ୨ ଏପ୍ରିଲ୍ ୨୦୨୬ରେ ଆଇଜିଆଇ ବିମାନବନ୍ଦରରେ ଦୁଇ ଚୋରା ଚାଲାଣକାରୀଙ୍କୁ ଅଟକ ରଖାଯାଇଥିଲା। ପୂର୍ବରୁ ଏହି ମାମଲାରେ ଦଶ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏପର୍ଯ୍ୟନ୍ତ ୨୩ଟି ଅତ୍ୟାଧୁନିକ ବିଦେଶୀ ଅସ୍ତ୍ରଶସ୍ତ୍ର ଏବଂ ଏକ ସବ୍-ମସିନ୍ ଗନ୍ ସମେତ ୨୧୧ଟି କାର୍ଟୁସ୍ ଉଦ୍ଧାର କରାଯାଇଛି। ଏହି ନେଟୱାର୍କର ମାଷ୍ଟରମାଇଣ୍ଡ ଶାହବାଜ ଅନସାରୀ, ଯିଏ ଫେରାର ଅଛି।

Leave a Reply

Your email address will not be published. Required fields are marked *