ସ୍ୱାସ୍ଥ୍ୟ ବୀମା ଓ ଚାକିରୀ ସର୍ତାବଳୀ ଜାତୀୟ ଶୈକ୍ଷିକ ସଂଗଠନ ଏ.ବି. ଆର.ଏସ.ଏମ ର ମୁଖ୍ୟ ଦାବୀ

ସ୍ୱାସ୍ଥ୍ୟ ବୀମା ଓ ଚାକିରୀ ସର୍ତାବଳୀ ଜାତୀୟ ଶୈକ୍ଷିକ ସଂଗଠନ ଏ.ବି. ଆର.ଏସ.ଏମ ର ମୁଖ୍ୟ ଦାବୀ
.ଭୁବନେଶ୍ୱର, ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ର ଏକ ୧୦ ଜଣିଆ ପ୍ରତିନିଧି ମଣ୍ଡଳୀ ରାଜ୍ୟ ସଂଗଠନ ମନ୍ତ୍ରୀ ଡ଼ ନିରଞ୍ଜନ ମହାନ୍ତିଙ୍କ ନେତୃତ୍ୱରେ ରାଜ୍ୟର ସ୍କୁଲ ଓ କଲେଜର ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ମାନଙ୍କର ବିଭିନ୍ନ ଅଭିଯୋଗ ବିସୟରେ ଶିକ୍ଷା ବିଭାଗର ଉଚ୍ଚ-ସ୍ତରୀୟ-ବିଶେଷଜ୍ଞ-କମିଟି ସହିତ ତୋଷାଳୀ ପ୍ଳାଜ଼ାରେ ଥିବା କାର‌୍ୟ୍ୟାଳୟରେ ଆଲୋଚନା କରିଥିଲେ କ୍ଷ ଏଥିରେ ସଂଗଠନର ଉଚ୍ଚ ଶିକ୍ଷା ଶାଖାର ରାଜ୍ୟ ସାଧାରଣ ସମ୍ପାଦକ ଡ଼ ବିପ୍ଳବ କୁମାର ଗୁରୁ, ରାଜ୍ୟ ଉପସଭାପତି ଡ଼ ସରୋଜ କୁମାର ଦାଶ, ସ୍କୁଲ ଶାଖାର ସାଧାରଣ ସମ୍ପାଦକ ପ୍ରମୋଦ କୁମାର ବାଯୁବନ୍ଧ, ଅତିରିକ୍ତ ସାଧାରଣ ସମ୍ପାଦକ ପ୍ରମୋଦ ଖୁଣ୍ଟିଆ, ରାଜ୍ୟ ଗଣମାଧ୍ୟମ ପ୍ରମୁଖ ଆର୍ତ୍ତ ଭଂଜନ ସାହୁ ଭାଗ ନେଇ ବିଭିନ୍ନ ଅଭିଯୋଗ ବାଢ଼ିଥିଲେ.
ପ୍ରମୁଖ ଅଭିଯୋଗ ମଧ୍ୟରେ ୧) ପ୍ରତ୍ୟକ ଶିକ୍ଷା କର୍ମଚାରୀମାନଙ୍କୁ ଉତ୍ତର ପ୍ରଦେଶ ରାଜ୍ୟ ଭଳି ମାଗଣା ସ୍ୱାସ୍ଥ୍ୟ ବୀମା ସୁବିଧା ପ୍ରଦାନ କରିବା ମହାବିଦ୍ୟାଳୟ ଓ ବିଦ୍ୟାଳୟ ମାନଙ୍କରେ ଅଧ୍ୟାପନା ତଥା ଶିକ୍ଷକତା କରୁଥିବା ନୂତନ ପୁର୍ଣ ଅନୁଦାନ ପ୍ରାପ୍ତ କର୍ମଚାରୀମାନଙ୍କ ଚାକିରୀ ସର୍ତ୍ତବଳି ପୁରାତନ ଅନୁଦାନ ପ୍ରାପ୍ତ କର୍ମଚାରୀମାନଙ୍କ ଚାକିରୀ ସର୍ତାବଳୀ ସହିତ ସମାନ କରିବାକୁ ତଥା ସେମାନଙ୍କୁ ଗୋଟିଏ ବର୍ଗରେ ରଖିବାକୁ ଦାବି କରିଥିଲେ. ଯାହାଦ୍ୱାରା ଜଣେ ଅଧ୍ୟାପକ କିମ୍ବା ଶିକ୍ଷକ ଜୀବନ ତମାମ କାମକରି ଅବସର ଦିନ ଖାଲି ହାତରେ ଫେରିବ ନାହିଁ. ଏହା ସମ୍ପୂର୍ଣ୍ଣ ମାନବିକତାର ପରିପନ୍ଥୀ ଯାହା ଓଡିଶା ବ୍ୟତୀତ ଅନ୍ୟ କୌଣସି ରାଜ୍ୟ କିମ୍ବା ରାଷ୍ଟ୍ରରେ ନାହିଁ .
୩) ସବୁ ପୁର୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କୁ ସରକାରିକରଣ କରି ସମ୍ପୂର୍ଣ ଗୋଟିଏ ପ୍ରଶାସନିକ ବ୍ୟବସ୍ଥାରେ ପରିଚାଳନା କରିବା- ଯାହା ଦ୍ୱାରା ନୂତନ ଶିକ୍ଷାନୀତି-୨୦୨୦ ର ସମ୍ପୂର୍ଣ ସଫଳତା ଆଶା କରାଯାଇ ପାରିବ.
୪) ପ୍ରାଥମିକ ଶିକ୍ଷକମାନଙ୍କୁ ପ୍ରତାରିତ କରିବାକୁ ହୋଇଥିବା ବିଭିନ୍ନ ବର୍ଗକୁ ଏକତ୍ର ମିଶାଇ (ଚଜଞ, ଞଏଞ, ଚଏଞ) ପଦବୀ ସୃଷ୍ଟି କରି କେନ୍ଦ୍ରୀୟ ବିଦ୍ୟାଳୟ ଢାଞ୍ଚାରେ ଦରମା ତଥା ଗ୍ରେଡ଼ ପେ ନିର୍ଧାରଣ କରିବା ଓ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଓ ଉଚା ମାଧ୍ୟମିକ ଶିକ୍ଷକ ମାନଙ୍କର ମଧ୍ୟ ସେହି ଭଳି ଦରମା ତଥା ଗ୍ରେଡ଼ ପେ ପାଇଁ ଆଲୋଚନା କରିଥିଲେ କ୍ଷ
୫) ପ୍ରତିବର୍ଷ କ୍ୟାଡର ସଂଶୋଧନ କରି ପଦୋନ୍ନତି ନିୟମିତ ଭାବରେ ଦେବା ପାଇଁ ମଧ୍ୟ ଆଲୋଚନା ହୋଇଥିଲା -ଯେଉଁଥିପାଇଁ ହଜାର ହଜାର ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପ୍ରଧାନଶିକ୍ଷକ ଓ ଅଧ୍ୟକ୍ଷ ପଦ ଖାଲି ପଡୁଥିବାରୁ ପ୍ରସାଶନିକ ଓ ପାଠପଢ଼ାରେ ଛାତ୍ରଛାତ୍ରୀମାନେ ଚରମ ଅବହେଳାର ଶିକାର ହେଉଛନ୍ତି.
୬) ସମସ୍ତ ମହାବିଦ୍ୟାଳୟ, ମାଧ୍ୟମିକ ଓ ପ୍ରାଥମିକ ବିଦ୍ୟାଳୟରେ ଅଣଶିକ୍ଷକ ତଥା ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦରେ ନିଯୁକ୍ତି ନିଶ୍ଚିତ କରିବା ଆବଶ୍ୟକ- ଯାହା ଫଳରେ ପାଠଦାନ ବାଧାପ୍ରାପ୍ତ ହେବ ନାହିଁ. . ଆଲୋଚନା ସକାରାତ୍ମକ ଥିଲା କ୍ଷ
୭) ପୂର୍ବ ସରକାରରେ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଆଳରେ ଯେଉଁପରି ଭାବେ ଶିକ୍ଷକମାନଙ୍କୁ ସ୍ବେଛାସେବୀ ଶିକ୍ଷା ସହାୟକ, ଶିକ୍ଷା କର୍ମୀ, ଗଣ ଶିକ୍ଷକ, ଠିକା ଶିକ୍ଷକ ଇତ୍ୟାଦି ବିଭିନ୍ନ ବର୍ଗରେ ନିଯୁକ୍ତି ଦେଇଥିଲେ ସମସ୍ତଙ୍କୁ ବରିଷ୍ଠତା ଭିତିରେ କ୍ୟାଡର ତିଆରି କରି ଉପଯୁକ୍ତ ଦରମା ନିର୍ଧାରଣ କରାଯିବାପାଇଁ ଦାବି କରାଯାଇଥିଲା.
୮ ) ସମସ୍ଥ ଯୋଗ୍ୟ ଅଣ ଅନୁଦାନ ପ୍ରାପ୍ତ ମହାବିଦ୍ୟଳ ଓ ବିଦ୍ୟାଳୟ ମାନଙ୍କୁ ଅନୁଦାନ ପ୍ରଦାନ କରାଯାଉ ଯେଉଁଥି ଆମରି ରାଜ୍ୟର ହଜାର ହଜାର ଛାତ୍ର ଛାତ୍ରୀ ମାନଙ୍କର ଭବିଷ୍ୟତ ତିଆରି ହେଉଛି. ଆଲୋଚନା ବହୁତ ସକାରାତ୍ମକ ଥିଲା କ୍ଷ ଏହି ଆଲୋଚନା ରେ ଉଚ୍ଚ-ସ୍ତରୀୟ-ବିଶେଷଜ୍ଞ-କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ତ୍ରିପାଠୀ, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସୁଦର୍ଶନ ନାୟକ, ଆବାହକ ଡ଼ ସନାତନ ପଣ୍ଡା, ସଦସ୍ୟ ଶାନ୍ତନୁ କୁମାର ସାହୁ ଓ ମନୋରଞ୍ଜନ ମିଶ୍ର ଉପସ୍ଥିତ ରହି ସଂଗଠନ ର ସଦସ୍ୟମାନଙ୍କୁ ସମସ୍ତ ଅଭିଯୋଗ ତଥା ମତ୍ତ ଉପରେ ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ଆଶାଶ୍ୱନା ଦେଇ ଥିଲେ କ୍ଷ ସର୍ବ ଶେଷରେ ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ(ଏ.ବି. ଆର.ଏସ.ଏମ) ଓଡିଶା ରାଜ୍ୟର ରାଜ୍ୟ ସଂଗଠନ ମନ୍ତ୍ରୀ ସମସ୍ତ ବିଶେଷଜ୍ଞମାନଙ୍କୁ ସାଧୁବାଦ ଜ୍ଞାପନ କରିଥି

Leave a Reply