କେନ୍ଦୁଝର ଜିଲ୍ଲାର ବଡ଼ବିଲ ଟାଉନ ହଲରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ତରଫରୁ ଭବ୍ୟ ଯୁବ ସମ୍ମିଳନୀ

କେନ୍ଦୁଝର ଜିଲ୍ଲାର ବଡ଼ବିଲ ଟାଉନ ହଲରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ତରଫରୁ ଭବ୍ୟ ଯୁବ ସମ୍ମିଳନୀ

ଯୋଡ଼ା : କେନ୍ଦୁଝର ଜିଲ୍ଲାର ବଡ଼ ବିଲ ଟାଉନ ହଲରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ତରଫରୁ ଭବ୍ୟ ଯୁବା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଅଧିବେଶନରେ ସଂଘ ଚାଳକ ଶ୍ରୀ ଭାଗୀରଥ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା। ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ,ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାରକ ଶ୍ରୀ ବିପିନ ପ୍ରସାଦ ନନ୍ଦ ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ୱାଧିନତା ଓ ସ୍ୱତନ୍ତ୍ରତାର ସଠିକ ଅର୍ଥ ବିଷୟରେ ଆଲୋକପାତ କରି କହିଥିଲେ — “ ସ୍ୱତନ୍ତ୍ରତା ର ଅର୍ଥ ହେଉଛି ଆମ ସ୍ବ-ଚିନ୍ତନ, ଆମର ମୂଳ ଭାରତୀୟ ଦର୍ଶନ । ଏହି ଚିନ୍ତନକୁ ଆଧାର କରି ଦେଶର ସମଗ୍ର ବିକାଶ ହେବା ଆବଶ୍ୟକ।” ସେ ସ୍ଵଭାଷା, ସ୍ବଦେଶୀ ଓ ସ୍ୱରାଜ୍ୟ — ଏହି ତିନିଟି ମନ୍ତ୍ରକୁ ଯୁବ ପିଢ଼ି ପାଇଁ ଦିଗଦର୍ଶନ ଭାବେ ଉଲ୍ଲେଖ କରିଥିଲେ। ଶିକ୍ଷା, ସ୍ୱାସ୍ଥ୍ୟ, ବିଜ୍ଞାନ ଓ ଅର୍ଥନୀତି ସହିତ ଅନ୍ତରୀକ୍ଷ ବିଜ୍ଞାନରେ ମଧ୍ୟ ସ୍ବଦେଶୀ ଜ୍ଞାନର ପ୍ରୟୋଗ ଆଜିର ଆବଶ୍ୟକତା ବୋଲି ସେ ଆହ୍ବାନ କରିଥିଲେ । ପ୍ରଥମ ଅଧିବେଶନରେ ମଞ୍ଚାସୀନ ଥିଲେ ଜିଲ୍ଲା କାର୍ଯ୍ୟବାହ ଶ୍ରୀ ବିନୋଦ ବିହାରୀ ମହାନ୍ତ ଓ ବିଭାଗ ବୌଦ୍ଧିକ ପ୍ରମୁଖ ଶ୍ରୀ ସତ୍ୟରଞ୍ଜନ ମହାକୁଡ଼ । ଶ୍ରୀ ସତ୍ୟ ରଞ୍ଜନ ମହାକୁଡ ନିଜ ମନ୍ତବ୍ୟରେ ଭାରତର ଗୌରବମୟ ଅତୀତ, ଶିକ୍ଷା,

ବିଜ୍ଞାନ, ସ୍ଵାସ୍ଥ୍ୟ ଓ ପରମ୍ପରାଗତ ଜ୍ଞାନ ବିଷୟରେ ଆଲୋଚନା କରି ଯୁବପିଢ଼ିଙ୍କୁ ଭାରତ ଆତ୍ମନିର୍ଭର ଓ ସମୃଦ୍ଧ କରିବା ଉଦ୍ୟମରେ ଅଗ୍ରସର ହେବାକୁ ଆହ୍ଵାନ ଦେଇଥିଲ। ଏହି ସମାରୋହରେ ଅବସରପ୍ରାପ୍ତ ଅଧ୍ୟାପକ କୈଳାଶ ଚନ୍ଦ୍ର ସାହାଣୀଙ୍କ ପାଞ୍ଚଟି କବିତା ପୁସ୍ତକ ପ୍ରକାଶିତ ହୋଇଥିଲା। ତାସହିତ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ଦୀପ୍ତିତିମାନ ଯୁବପ୍ରତିଭାଙ୍କୁ ସମ୍ବଦ୍ଧିତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ସୁଶ୍ରୀ ଅଙ୍କିତା ଦାସ, ଜାତୀୟ ସ୍ତରର ସୁନାମଧନ୍ୟ କଣ୍ଠ ଶିଳ୍ପୀ (ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପୂର୍ବ ଛାତ୍ରୀ), ଶ୍ରୀ ପଙ୍କଜ କୁମାର ମହାନ୍ତ, ନେସନାଲ କୋଚ ( ଉସୁ ଖେଳ), ଶ୍ରୀମତୀ ମଞ୍ଜୁ ମୁଣ୍ଡ, ଗୋଲ୍ଡ ମେଡାଲିଷ୍ଟ (ଉସୁ), ଶ୍ରୀ ପ୍ରେମ ମୁଣ୍ଡ, ଗୋଲ୍ଡ ମେଡାଲିଷ୍ଟ ( ଉସୁ, ନେସନାଲ), ଶ୍ରୀ ରାଜା କୁମାର ମୁଣ୍ଡା, ଗୋଲ୍ଡ ମେଡାଲି ଷ୍ଟ (ନେସନାଲ), ଶ୍ରୀ ମନୋଜ କୁମାର ସାହୁ, (ମାଟକାମ ମେଡା ଆଶ୍ରମ ବିଦ୍ୟାଳୟ), ଶ୍ରୀ ନିରଞ୍ଜନ ନାୟକ, ସାମ୍ବାଦିକ ଓ ସେବାମୂଳକ କାର୍ଯ୍ୟରେ ନିୟୋଜିତ, ଏହି ଯୁବ ସମ୍ମିଳନୀରେ ଜିଲ୍ଲା କାର୍ଯ୍ୟବାହ ବିନୋଦ ବିହାରୀ ମହାନ୍ତ, ଜିଲ୍ଲା ସହକାର୍ଯ୍ୟବାହ ପ୍ରିନ୍ସ ଆପୋଟ, ଜିଲ୍ଲା ସହ ମହାବିଦ୍ୟାଳୟ ପ୍ରମୁଖ ପ୍ରଭାତ ରଞ୍ଜନ ଗିରି, ଓ ବଡ଼ବିଲ ମହାନଗର ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *