ଖୋର୍ଦ୍ଧାରୁ ବାଲେଶ୍ଵର ଲମ୍ବିଛି ଗୋ-ଚାଲାଣ ରାକେଟ

ଖୋର୍ଦ୍ଧାରୁ ବାଲେଶ୍ଵର ଲମ୍ବିଛି ଗୋ-ଚାଲାଣ ରାକେଟ
ଖୋର୍ଦ୍ଧାରୁ ଭଦ୍ରକ, ବାଲେଶ୍ଵର ଦେଇ କଲକତା ଯାଏଁ ଗୋରୁ ଚାଲାଣ କରାଯାଉଥିବା ଅଭିଯୋଗ ହେଉଛି । ଗୋ-ମାଫିଆମାନେ ଚାଲାଣ ପୂର୍ବରୁ ଏସ୍‌କର୍ଟ ଟିମ୍ ଗୋରୁ ବୋଝେଇ କଣ୍ଟେନର ଆଗ ଓ ପଛରେ ଯାଇଥାଏ। ଏକାଧିକ ଥର ସେମାନେ ରାସ୍ତାରେ ବୁଲି ସବୁଜ ସଙ୍କେତ ଦେବା ପରେ କଣ୍ଟେନର ଆଗକୁ ବଢ଼ିଥାଏ। ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ଵର ଜିଲାରୁ ବାହାରି ଜାତୀୟ ରାଜପଥରେ ଲକ୍ଷ୍ମଣନାଥ ଦିଗକୁ ଯାଇ କଲକାତା ସୀମାର ସୁନାକଣିଆ ଓ ଠାକୁରଦା ହାଟ ପର୍ଯ୍ୟନ୍ତ ଏସକଟ ଟିମ୍ ସହାୟତାରେ ଗୋରୁ ଚାଲାଣ କରାଯାଇଥାଏ।
ଅପରପକ୍ଷେ ଏହି ଗୋ-ଚାଲାଣକୁ ପ୍ରତିରୋଧ କରୁଥିବା ପୁଲିସ କର୍ମଚାରୀ ଓ ଗୋ- ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ହେଉଥ‌ିବା ଅଭିଯୋଗ ହୋଇଛି। ଗୋ-ମାଫିଆଙ୍କୁ ସାବାଡ଼ କରିବାକୁ ଯାଇ ପୁଲିସ ଅନେକ ସମୟରେ ଏନ୍‌କାଉଣ୍ଟର କରିଛି। ନିକଟରେ କଲକାତା ହାୱଡ଼ାର ଦୁଇ ଗୋ-ମାଫିଆ ସେକ୍ ମଣ୍ଡ ହକ୍ ଓ ସେକ୍ ଆରିଫ୍‌କୁ ପୁଲିସ ଏନ୍‌କାଉଣ୍ଟର କରିଥିଲା। ସେହିପରି କ୍ରାଇମ୍ ବ୍ରାଞ୍ଚର ସ୍ଵତନ୍ତ୍ର କାର୍ଯ୍ୟବଳ (ଏସ୍ଟିଟିଏଫ୍) ଗୋ-ଚାଲାଣରେ ଅଙ୍କୁଶ ଲଗାଇବା ଲାଗି ସ୍ଵତନ୍ତ୍ର ଅପରେସନ୍ କରି ୨୨୯ଟି ଗାଈ ଉଦ୍ଧାର କରିବା ସହ ୪ଜଣଙ୍କୁ ଗିରଫ କରିଥିଲା। କିଛି ଦିନ ପରେ ଏହି ଅଭିଯାନକୁ ଏସ୍ଟିଟିଏଫ୍ ବନ୍ଦ କରି ଦେଇଥିଲା। ଗୋ-ମାଫିଆମାନେ ପୁଣି ସକ୍ରିୟ ହୋଇପଡ଼ିଛନ୍ତି। ତେଣୁ ଏସ୍ଟିଟିଏଫ୍ ତଦନ୍ତରେ ପଶିବାକୁ ପୁଣି ଯୋଜନା କରୁଥିବା ଜଣାପଡ଼ିଛି ।

Leave a Reply