ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଚାଲିଛି ଦୁଇ ଦିନିଆ କର୍ମଶାଳା

ଉପରାଷ୍ଟ୍ରପତି ନିର୍ବାଚନରେ ​​ଭୋଟ୍ ଦେବାର ଠିକ୍ ପୂର୍ବରୁ, ରବିବାର ସଂସଦ ପରିସରରେ ବିଜେପିର ଏକ ଦୁଇ ଦିନିଆ କର୍ମଶାଳା ଆରମ୍ଭ ହୋଇଛି । ଏହି ସମୟରେ କର୍ମଶାଳାର ପ୍ରଥମ ଦିନରେ ସଂସଦ ପରିସରରୁ ଏକ ଚିତ୍ର ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ଦିନରେ କର୍ମଶାଳାରେ ଅଂଶଗ୍ରହଣ କରିବାକୁ ଆସିଥିଲେ, କିନ୍ତୁ ଆଗ ଧାଡିରେ ବସିବା ପରିବର୍ତ୍ତେ, ତାଙ୍କୁ ଜଣେ ସାଧାରଣ କର୍ମୀଙ୍କ ପରି ହଲର ଶେଷ ଧାଡିରେ ବସିଥିବାର ଦେଖାଯାଇଛି ।

ବିଜେପି ରାଜ୍ୟସଭା ସାଂସଦ ସଙ୍ଗୀତା ବଲବନ୍ତ ନିଜ ଏକ୍ସ ଆକାଉଣ୍ଟରେ ମୋଦିଙ୍କ ଏକାଧିକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଅନ୍ୟ ସାଂସଦଙ୍କ ସହ ଶେଷ ଧାଡିରେ ପ୍ରଧାନମନ୍ତ୍ରୀ ବସିଥିବା ଦେଖିବାକୁ ମିଳିଛି । ମୋଦିଙ୍କ ମନୋଭାବରେ ଦଳୀୟ ସାଂସଦ ଉତ୍ସାହିତ ହୋଇଛନ୍ତି । କର୍ମଶାଳାରେ ମୋଦିଙ୍କ ବ୍ୟତୀତ ଜେପି ନଡ୍ଡା, ଅମିତ ଶାହଙ୍କ ସମେତ ବହୁ କେନ୍ଦ୍ରୀୟ ମନ୍ତ୍ରୀ ଓ ସାଂସଦ ସାମିଲ୍ ଥିବା ସୂଚନା ରହିଛି ।

ବିଜେପି ସାଂସଦଙ୍କ କର୍ମଶାଳା ବାବଦରେ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯେଉଁଥିରେ କର୍ମଶାଳାର ଫଟୋ ସହ ପ୍ରଧାନମନ୍ତ୍ରୀ ଲେଖିଛନ୍ତି ସାରା ଭାରତରୁ ସାଂସଦ ସହକର୍ମୀ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତାମାନେ ବିଭିନ୍ନ ପ୍ରସଙ୍ଗରେ ମୂଲ୍ୟବାନ ଦୃଷ୍ଟିକୋଣ ଆଦାନପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ପୋଷ୍ଟ କରିଥିବା ଫଟୋରେ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁଙ୍କ ସହ କର୍ମଶାଳା ହଲକୁ ଆସୁଥିବା, ସାଧାରଣ କର୍ମୀ ଭଳି କର୍ମଶାଳା କିଟ୍ ଗ୍ରହଣ କରୁଥିବା ଏବଂ ନିଜେ ଶେଷ ଧାଡ଼ିରେ ବସିଥିବାର ଚିତ୍ର ରହିଛି।

Leave a Reply

Your email address will not be published. Required fields are marked *