ଚମଡ଼ା ବୋଝେଇ ଗାଡ଼ି ଧରି ପୁଲିସ୍ ଜିମା ଦେଲେ 

ଚମଡ଼ା ବୋଝେଇ ଗାଡ଼ି ଧରି ପୁଲିସ୍ ଜିମା ଦେଲେ 

ସାଲେପୁର, ୭ ।୯ – ଏକ ପିକ୍‌ଅପ ଭ୍ୟାନ୍‌ରେ ଗୋରୁ ଚମଡା ବୋଝେଇ କରି ସାଲେପୁର ଅଭିମୁଖେ ଆସୁଥ‌ିବା ବେଳେ କେନ୍ଦୁପାଟଣା ଛକ ନିକଟରେ ସ୍ଥାନୀୟ ଲୋକେ ଓ ବଜରଙ୍ଗୀ ଦଳ କର୍ମୀମାନେ ପିକ୍‌ଅପ ଭ୍ୟାନ୍ ଅଟକାଇ ସାଲେପୁର ପୁଲିସ ଜିମା ଦେବା ସହ ଡ୍ରାଇଭରକୁ ମଧ୍ୟ ଜିମା ଦିଆଯାଇଛି । ସାଲେପୁର ପୁଲିସ ଚମଡା ବୋଝେଇ ପିକ୍‌ଅପ ଭ୍ୟାନ୍‌କୁ ଜବତ କରିବା ସହ ଚାଳକକୁ ଅଟକ ରଖିବା ଜଣାଯାଇଛି। ପ୍ରକାଶ ଯେ ଆଜି ଅପରାହ୍ନରେ ଏକ ପିକ୍‌ଅପ ଭ୍ୟାନ୍ ଗୋରୁ ଚମଡା ଭର୍ତ୍ତି କରି କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ଯାଉଥିବା ବେଳେ କେନ୍ଦୁପାଟଣା ଛକ ନିକଟରେ ସ୍ଥାନୀୟ ଲୋକେ ଓ ବଜରଙ୍ଗୀ ଦଳ କର୍ମୀମାନେ ଗାଡିଟିକୁ ଅଟକାଇ ସାଲେପୁର ପୁଲିସ ଜିମା ଦେଇଥ‌ିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *