୨୦୨୪ ଅଗଷ୍ଟ ମାସରୁ ରେସନ କାର୍ଡ ହିତାଧିକାରୀଙ୍କ ପାଇଁ ଇ-କେୱାଇସି ଅବଧି ବାରମ୍ବାର ବଢ଼ୁଥିଲା। ଏଥର କିନ୍ତୁ ଆଉ ସମୟ ଅବଧି ବଢ଼ାଇଲାନି ଖାଦ୍ୟ ଯୋଗାଣ ବିଭାଗ। ଜୁନ ଶେଷ ସୁଦ୍ଧା ୨୦ ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀ ଇ-କେୱାଇସି କରିନାହାନ୍ତି। ଇ-କେୱାଇସି କରିନଥିବା ହିତାଧିକାରୀଙ୍କୁ ଆଉ ରେସନ ସାମଗ୍ରୀ ମିଳିବନି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରୋକ୍ଠୋକ୍ ଶୁଣାଇ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଯେଉଁମାନେ ଇ-କେୱାଇସି କରିନାହାନ୍ତି ସେମାନଙ୍କ କାର୍ଡ ବାତିଲ କରାଯିବ। ୨୦ ଲକ୍ଷ ୫୮ ହଜାର କାର୍ଡ ୩ ମାସ ପର୍ଯ୍ୟନ୍ତ ବାତିଲ ହେବ। ଏହି ଅବଧି ମଧ୍ୟରେ ଯେଉଁମାନେ ଆସିବେ ଇ-କେୱାଇସି କରି ସେମାନଙ୍କୁ ରେସନ ଦିଆଯିବ।