ଗୋଜାପଥର-ଦାମାହୁଦା ବଡଦାଣ୍ଡରେ ରଥ ଯାତ୍ରାରେ ୨୦ ହଜାରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ

ପାଟଣା : ସାହାରପଡ଼ା ବ୍ଲକ ଅନ୍ତର୍ଗତ ଦାମାହୁଦା ପଞ୍ଚାୟତ ଗୋଜାପଥର-ଦାମାହୁଦା ବଡଦାଣ୍ଡରେ ପ୍ରତି ବର୍ଷ ଭଳି ବାସି ଗୁଣ୍ଡିଚାରେ ୨୮ ତାରିଖ ଶନିବାର ଦିନ ୨୪ତମ ରଥ ଯାତ୍ରା ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ବାରିପଦାର ରଥକୁ ଅନୁସରଣ କରି ଏହି ରଥ ଯାତ୍ରା ଅନୁଷ୍ଠିତ ହେଉଥିବାରୁ ଏଠାରେ ମଧ୍ଯ କେବଳ ମହିଳାମାନଙ୍କ ଦ୍ବାରା ହିଁ ରଥ ଟଣା ହୋଇଥାଏ। ଅପରାହ୍ନ ୪ ଟାରେ ମନ୍ଦିର ପୂଜକ କ୍ଷେତ୍ର ମୋହନ ଦାଶଙ୍କ ଦ୍ବାରା ତିନି ଠାକୁରଙ୍କ ନୀତିକାନ୍ତି ପରେ ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷକ ଗୌରହରୀ ମହାନ୍ତ ଛେରା ପହଁରା କରିଥିଲେ। ପରିଚାଳନା କ୍ଷେତ୍ରରେ ସର୍ବଶ୍ରୀ ମିଥୁନ ମହାନ୍ତ, ରଙ୍ଗାଧର ମହାନ୍ତ, ପଦ୍ମଲୋଚନ ମାରାଣ୍ଡି, ଭଗୀରଥ ମହାନ୍ତ, ଦୟାନିଧି ମହାନ୍ତ, ରାଜେନ୍ଦ୍ର ମହାନ୍ତ, ସୁଶାନ୍ତ ପାତ୍ର, ରାଜେନ୍ଦ୍ର ମହାନ୍ତ, ରଂଜନ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସ୍ଥାନୀୟ ବସ ମାଲିକ ହରିଶ୍ଚନ୍ଦ୍ର ମହାନ୍ତ ସକ୍ରିୟ ଅଂଶଗ୍ରହଣ କରି ଉତ୍ସବର ସଫଳ ରୂପାୟନ କରିଥିବା ବେଳେ ଭାଷ୍ଯକାର ଉଗ୍ରସେନ ବାରିକ ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ଦେଇଥିଲେ। ଏହି ରଥ ଯାତ୍ରାରେ ୨୦ ହଜାରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇଥିଲା ବେଳେ ସ୍ଥାନୀୟ ପୁଲିସ ପ୍ରଶାସନ ଏବଂ ଡ୍ରାଇଭର ମହାସଂଘର ଭାଇ ମାନଙ୍କ ସକ୍ରିୟ ସହଯୋଗରେ ଉତ୍ସବ ସମାପନ ହୋଇଥିଲା।

Leave a Reply

Your email address will not be published. Required fields are marked *