ଅପରେସନ୍ ସିନ୍ଦୂର’ରେ ଧ୍ୱଂସ ହୋଇଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ପାକିସ୍ତାନ ପୁନଃନିର୍ମାଣ କରୁଛି

ଏପ୍ରିଲ୍ ୨୨ରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ, ଭାରତୀୟ ସଶସ୍ତ୍ର ବାହିନୀ ‘ଅପରେସନ ସିନ୍ଦୂର’ ଆରମ୍ଭ କରିଥିଲେ ।ପାକିସ୍ତାନ ଏବଂ ପିଓକେରେ ନଅଟି ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରାଯାଇଥିଲା। ଭାରତୀୟ ସେନା ୬-୭ ମେ’ ରାତି ୧:୦୫ ରୁ ୧:୩୦ ମଧ୍ୟରେ ଏହି ଅପରେସନ ଆରମ୍ଭ କରିଥିଲେ। ତଥାପି, ପାକିସ୍ତାନ ଏବେ ଭାରତ ଟାର୍ଗେଟ କରିଥିବା ଆତଙ୍କୀ ଲଞ୍ଚପ୍ୟାଡଗୁଡ଼ିକୁ ପୁନଃନିର୍ମାଣ କରିବା ଆରମ୍ଭ କରିଛି। ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶିତ ହୋଇଛି।ପାକିସ୍ତାନୀ ସେନା, ଆଇଏସଆଇ ଏବଂ ସରକାର  ପିଓକେ ତଥା ଏହାର ଆଖପାଖ ଅଞ୍ଚଳରେ ଆତଙ୍କବାଦୀ ଲଞ୍ଚପ୍ୟାଡ୍ ପୁନଃନିର୍ମାଣ ପାଇଁ ମିଳିତ ଭାବରେ କାମ କରୁଛନ୍ତି। ଏଲଓସି ନିକଟସ୍ଥ ଘନ ଜଙ୍ଗଲରେ ପୁଣି ଛୋଟ ଏବଂ ଉଚ୍ଚମାନର ଆତଙ୍କବାଦୀ ଆଡ୍ଡା ନିର୍ମାଣ କରାଯାଉଛି। ‘ଅପରେସନ୍ ସିନ୍ଦୂର’ ପରେ ଏହି ପଦକ୍ଷେପ ନିଆଯାଇଥିଲା। ଏହି ଅପରେସନରେ ଲସ୍କର-ଏ-ତୈବା, ଜୈଶ-ଏ-ମହମ୍ମଦ, ହିଜବୁଲ ମୁଜାହିଦ୍ଦିନ ଏବଂ ଟିଆରଏଫ ଭଳି ଆତଙ୍କବାଦୀ ଗୋଷ୍ଠୀର ଅନେକ ଆଡ୍ଡା ନଷ୍ଟ କରାଯାଇଥିଲା।

Leave a Reply