ପରାଗ ଜୈନ ର’ର ନୂଆ ମୁଖ୍ୟ

ଆଇପିଏସ ପରାଗ ଜୈନ ପୂର୍ବରୁ ଚଣ୍ଡିଗଡ଼ର ଏସଏସପି ଥିଲେ। ଏହା ବ୍ୟତୀତ ପରାଗ କାନାଡା ଏବଂ ଶ୍ରୀଲଙ୍କାରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ତାଙ୍କୁ ଜମ୍ମୁ ଏବଂ କଶ୍ମୀରରେ ମଧ୍ୟ ନିଯୁକ୍ତି ଦିଆଯାଇଛି, ଯେଉଁଠାରେ ସେ ସଂଘର୍ଷଗ୍ରସ୍ତ କେନ୍ଦ୍ରଶାସିତ ଅଞ୍ଚଳରେ କେନ୍ଦ୍ରର ଆତଙ୍କବାଦ ବିରୋଧୀ ରଣନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (ର)ର ନୂତନ ମୁଖ୍ୟଙ୍କୁ ନିଯୁକ୍ତ କରିଛନ୍ତି। ସରକାର ଏହି ପଦବୀ ପାଇଁ ଆଇପିଏସ ଅଧିକାରୀ ପରାଗ ଜୈନଙ୍କୁ ବାଛିଛନ୍ତି। ପରାଗ ଜୈନ ପଞ୍ଜାବ କ୍ୟାଡରର ୧୯୮୯ ବ୍ୟାଚ୍ ଆଇପିଏସ ଅଧିକାରୀ, ତାଙ୍କର କାର୍ଯ୍ୟକାଳ ଦୁଇ ବର୍ଷର ହେବ। ବର୍ତ୍ତମାନର ର’ମୁଖ୍ୟ ରବି ସିହ୍ନାଙ୍କ କାର୍ଯ୍ୟକାଳ ଜୁନ୍ ୩୦ରେ ଶେଷ ହେଉଛି।

Leave a Reply

Your email address will not be published. Required fields are marked *