ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଏମ୍‌ସ ଭୁବନେଶ୍ବର ୨୦୨୫ରେ ସମଗ୍ର ଦେଶରେ ଦ୍ୱାଦଶ ଶ୍ରେଷ୍ଠ ମେଡିକାଲ କଲେଜ ଭାବେ ସ୍ଥାନ ପାଇଛି

ଉତ୍କର୍ଷତାର ଉଲ୍ଲେଖନୀୟ ଯାତ୍ରା ଜାରି ରଖିବା ସହିତ, ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଏମ୍‌ସ ଭୁବନେଶ୍ବର, ପ୍ରତିଷ୍ଠିତ ଇଣ୍ଡିଆ ଟୁଡେ-ଏମଡିଆରଏ ମେଡିକାଲ କଲେଜ ସର୍ଭେ ୨୦୨୫ରେ ସମଗ୍ର ଦେଶରେ ଦ୍ୱାଦଶ ଶ୍ରେଷ୍ଠ ମେଡିକାଲ କଲେଜ ଭାବେ ସ୍ଥାନ ପାଇଛି। ଏଥିସହିତ ଏହି ପ୍ରତିଷ୍ଠାନ ଦେଶର ଶ୍ରେଷ୍ଠ ୧୦ ଉଦୀୟମାନ ମେଡିକାଲ କଲେଜ ବର୍ଗରେ ମଧ୍ୟ ଦ୍ୱିତୀୟ ସ୍ଥାନ ହାସଲ କରିଛି। ଯାହାକି ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଏବଂ ମେଡିକାଲ୍‌ ଶିକ୍ଷା କ୍ଷେତ୍ରରେ ଶ୍ରେଷ୍ଠତାର ଦ୍ରୁତ ବର୍ଦ୍ଧିତ ପ୍ରତିଷ୍ଠାର ପ୍ରମାଣ ଦେଇଛି।

ଏହି ମାଇଲଖୁଣ୍ଟ ଶିକ୍ଷାଗତ ଉତ୍କର୍ଷତା, ଅତ୍ୟାଧୁନିକ ଗବେଷଣା ଏବଂ ସମର୍ପିତ ରୋଗୀ ସେବା ପ୍ରତି ଏମ୍‌ସ ଭୁବନେଶ୍ୱରର ଅଟଳ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ‘ଇଣ୍ଟେକ୍ କ୍ୱାଲିଟି ଆଣ୍ଡ ଗଭର୍ନାନ୍ସ’, ‘ଏକାଡେମୀକ ଉତ୍କର୍ଷତା’, ‘ଭିତ୍ତିଭୂମି ଏବଂ ଅଭିଜ୍ଞତା’, ‘ବ୍ୟକ୍ତିତ୍ୱ ଏବଂ ନେତୃତ୍ୱ ବିକାଶ’, ‘ବୃତ୍ତିଗତ ଉନ୍ନତି ଏବଂ ପ୍ଲେସମେଣ୍ଟ ଆଦି ଭଳି ପାଞ୍ଚଟି ବ୍ୟାପକ ପାରାମିଟରକୁ ନେଇ ଗଠିତ ମାପଦଣ୍ଡ ଆଧାରରେ ସାରା ଦେଶରେ ଥିବା ମେଡିକାଲ କଲେଜଗୁଡିକୁ ନେଇ ଏହି ସର୍ଭେ କରାଯାଇଥିଲା। ଇଣ୍ଡିଆ ଟୁଡେ ପକ୍ଷରୁ ଏହି ସମ୍ମାନଜନକ ସର୍ଭେ ଖ୍ୟାତନାମା ଅନୁସନ୍ଧାନ ଏଜେନ୍ସି ମାର୍କେଟିଂ ଆଣ୍ଡ ଡେଭଲପମେଣ୍ଟ ରିସର୍ଚ୍ଚ ଆସୋସିଏଟ୍ସ (ଏମଡିଆରଏ) ସହିତ ମିଳିତ ଭାବରେ କରାଯାଇଛି।

Related Posts

Leave a Reply

Your email address will not be published. Required fields are marked *