ଜୁମ୍ବାରେ କମ୍ ପୋଷାକ ପିନ୍ଧି ସ୍କୁଲ୍‌ରେ ପୁଅ-ଝିଅ ଏକାଠି ନୃତ୍ୟ କରିବାକୁ କେରଳର ବିଭିନ୍ନ ମୁସ୍ଲିମ ସଂଗଠନ ବିରୋଧ

ନୂଆଦିଲ୍ଲୀ: କେରଳ ସରକାରଙ୍କର ନିଶା ନିବାରଣ ଅଭିଯାନର ଏକ ଅଂଶ ଭାବରେ ସ୍କୁଲଗୁଡ଼ିକରେ ନୃତ୍ୟ-ଭିତ୍ତିକ ଫିଟନେସ୍ କାର୍ଯ୍ୟକ୍ରମ ଜୁମ୍ବା ପ୍ରଚଳନ କରିବାକୁ କେରଳ ସରକାର ନିଷ୍ପତ୍ତି ନେଇଛନ୍ତି। ହେଲେ ଏହାକୁ ତୀବ୍ର ବିରୋଧ କରିଛି ରାଜ୍ୟ ମୁସ୍ଲିମ ସମାଜ। ଜୁମ୍ବାରେ କମ୍ ପୋଷାକ ପିନ୍ଧି ସ୍କୁଲ୍‌ରେ ପୁଅ-ଝିଅ ଏକାଠି ନୃତ୍ୟ କରିବାକୁ କେରଳର ବିଭିନ୍ନ ମୁସ୍ଲିମ ସଂଗଠନ ବିରୋଧ କରିଛି।  

ଚଳିତ ଶିକ୍ଷାବର୍ଷରୁ ରାଜ୍ୟର ଅନେକ ସ୍କୁଲ ଜୁମ୍ବା ତାଲିମ ଦେବା ଆରମ୍ଭ କରିଛନ୍ତି। ଏହା ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରି, ୱିଜଡମ୍ ଇସଲାମିକ୍ ଅର୍ଗାନାଇଜେସନ୍‌ର ସାଧାରଣ ସମ୍ପାଦକ ଟିକେ ଆଶରଫ୍। ତାଙ୍କ ପୁଅ ସ୍କୁଲ୍‌ର ଏହି ନୃତ୍ୟୁରେ ଅଂଶଗ୍ରହଣ କରିବ ନାହିଁ ବୋଲି ସେ କହିଛନ୍ତି। ଏନେଇ ସେ ଫେସ୍‌ବୁକ୍‌ରେ ପୋଷ୍ଟ କରି ଲେଖିଛନ୍ତି “ଏହାକୁ ଗ୍ରହଣ କରିପାରିବି ନାହିଁ, ମୋ ପୁଅ ଏଥିରେ ଅଂଶଗ୍ରହଣ କରିବ ନାହିଁ।”

କେରଳର ପ୍ରଭାବଶାଳୀ ମୁସଲିମ ସଂଗଠନ ‘ସମସ୍ତ’ର ନେତା ନାସର ଫୈଜି କୁଦାଥାଇ ମଧ୍ୟ ରାଜ୍ୟ ସରକାରଙ୍କର ଏହି ପଦକ୍ଷେପକୁ ବ୍ୟକ୍ତିଗତ ସ୍ୱାଧୀନତାର ଉଲ୍ଲଙ୍ଘନ ବୋଲି କହିଛନ୍ତି। ଶାରୀରିକ ସୁସ୍ଥତା ନାମରେ ଅଶ୍ଳୀଳତା ଲଦିବାକୁ ଶିକ୍ଷା ବିଭାଗ ଚେଷ୍ଟା କରୁଛି ବୋଲି ସେ ଅଭିଯୋଗ ଆଣିଛନ୍ତି। କୋଦାଥାଇ କହିଛନ୍ତି “କେରଳ ସରକାର ସ୍କୁଲଗୁଡ଼ିକରେ ଜୁମ୍ବା ନୃତ୍ୟ ପ୍ରଚଳନ କରିଛନ୍ତି। ଜୁମ୍ବା ହେଉଛି ସର୍ବନିମ୍ନ ପୋଷାକ ପିନ୍ଧି ଏକାଠି ନାଚିବାର ଏକ ପଦ୍ଧତି। ଯଦି ସରକାର ବଡ଼ ପିଲାମାନଙ୍କୁ ମଧ୍ୟ ଏହା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ତେବେ ଏହା ଆପତ୍ତିଜନକ।”

Leave a Reply

Your email address will not be published. Required fields are marked *