ଓଡିଶାରେ ବେଆଇନ ଅନୁପ୍ରବେଶ ଓ ଆତଙ୍କବାଦୀଙ୍କ ନଜରରେ ଓଡିଶା ଥିବାରୁ ଧର୍ମଶାଳା ପୋଲିସ ପକ୍ଷରୁ ବିଭିନ୍ନ ଲଜ୍ ଓ ମଣ୍ଡପରେ ଚଢ଼ାଉ

ଓଡିଶାରେ ବେଆଇନ ଅନୁପ୍ରବେଶ ଓ ଆତଙ୍କବାଦୀଙ୍କ ନଜରରେ ଓଡିଶା ଥିବାରୁ ଚଣ୍ଡିଖୋଲ ଅଞ୍ଚଳରେ ଚୋରି, ଡକାୟତି, ରାହାଜାନୀ, ଅନୈତିକ କାର୍ଯ୍ୟକଳାପ ବଢ଼ିଥିବାରୁ ଏହାକୁ ରୋକିବାକୁ ପଦକ୍ଷେପ ନେଇ ଧର୍ମଶାଳା ପୋଲିସ। ଧର୍ମଶାଳା ଅଞ୍ଚଳରେ ଥିବା ବିଭିନ୍ନ ମଣ୍ଡପ ଓ ଲଜ ଗୁଡ଼ିକରେ ଚଢ଼ାଉ କରୁଛି ପୋଲିସ। 

ଲଜରେ କେଉଁମାନେ ବାହାରୁ ଆସି ରହୁଛନ୍ତି ? ସେମାନଙ୍କ ପରିଚୟ ପତ୍ର ସହ ରେଜିଷ୍ଟର ଯାଞ୍ଚ କରାଯାଇଛି। ବିଶେଷ କରି ଆଗକୁ ରଥ ଯାତ୍ରା ଆସୁଥିବାରୁ କେଉଁ ମାନେ ବାହାରୁ ଆସି ଲଜରେ ରହିଛନ୍ତି ସେମାନଙ୍କ ସମସ୍ତ ପରିଚୟ ପତ୍ର ଯାଞ୍ଚ କରାଯିବା ସହ ପୋଲିସ ପକ୍ଷରୁ ସେମାନଙ୍କ କାର୍ଯ୍ୟ କଳାପ ଉପରେ ସମ୍ପୂର୍ଣ ନଜର ରଖାଯାଇଛି। ଜାତୀୟ ରାଜପଥ ରେ ମଧ୍ୟ ଗାଡ଼ି କଡ଼ାକଡି ଯାଞ୍ଚ କରାଯାଇଛି।

Leave a Reply

Your email address will not be published. Required fields are marked *