ଦେଶର ହିତ ପାଇଁ ସମାଜ ଜୀବନର ପ୍ରତ୍ୟେକ କ୍ଷେତ୍ରର ପ୍ରତ୍ୟେକ ବ୍ୟକ୍ତିଙ୍କୁ ସକ୍ରିୟ କରିବାକୁ ପଡିବ – ପ୍ରଦୀପ ଜୋଶୀ ଜୀ

ହମିରପୁର,ହିମାଚଳ ପ୍ରଦେଶ-୩୦ ମଇରୁ ହମିରପୁରର ଟିପର୍‌ରେ ଚାଲିଥିବା  ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଉତ୍ତର କ୍ଷେତ୍ରର କାର୍ଯ୍ୟକର୍ତ୍ତା ବିକାଶ ବର୍ଗ – ପ୍ରଥମ (ସାଧାରଣ)  19 ଜୁନ୍‌ରେ ସମାରୋପ ହୋଇଛି । ବର୍ଗର ସମାପନ ଉତ୍ସବରେ ମୁଖ୍ୟ ବକ୍ତାଭାବେ ଯୋଗଦେଇ  ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ସହ-ପ୍ରଚାର  ପ୍ରଦୀପ ଜୋଶୀ ଜୀ କହିଥିଲେ ଯେ ଭାରତ ଏବେ ଜାଗ୍ରତ ହୋଇଛି ଏବଂ ଏହା ଏବେ ଶତ୍ରୁମାନଙ୍କୁ ନିର୍ଣ୍ଣାୟକ ଆକ୍ରମଣ କରି ଦୁର୍ବଳ କରିବାର ପ୍ରଚଣ୍ଡ ସାହସ ଏବଂ ଅଧିକାର ରଖିଛି। ଅପରେସନ୍ ସିନ୍ଦୂର ଏହାର ଏକ ଜୀବନ୍ତ ଉଦାହରଣ ଏବଂ ବିଶ୍ୱକୁ ପ୍ରଭାବଶାଳୀ ବାର୍ତ୍ତା ଦେବା ପାଇଁ ଏହା ଏକ ପଦକ୍ଷେପ ଥିଲା। ଶତ୍ରୁର ଅନଧିକୃତ ପ୍ରୟାସ ଏବଂ ଶକ୍ତିକୁ ଗଭୀର ଆଘାତ ଦେବା ସହିତ ଭବିଷ୍ୟତରେ ସେ ଯେପରି ଏପରି କାର୍ଯ୍ୟ ନକିର ପାରିବେ ସେ ଉଦ୍ଦେଶ୍ୟରେ ଭାରତୀୟ ନେତୃତ୍ୱ ଏବଂ ସେନା ଅପରେସନ୍ ସିନ୍ଦୂର ଆରମ୍ଭ କରିଥିଲେ। ରାଷ୍ଟ୍ରୀୟ ସୁରକ୍ଷା ଦୃଷ୍ଟିକୋଣରୁ ଏହାର ବ୍ୟାପକ, ପ୍ରତିଶ୍ରୁତିପୂର୍ଣ୍ଣ ଏବଂ ଦୂରଗାମୀ ଫଳାଫଳ ସାମ୍ନାକୁ ଆସିଛି। ଆଜି ଏହା ଯୋଗୁଁ ଦେଶ ଗର୍ବିତ ଅନୁଭବ କରୁଛି। ଏହା ସହିତ ସମଗ୍ର ବିଶ୍ୱ ଭାରତର ସାମରିକ ଶକ୍ତି ମଧ୍ୟ ଅନୁଭବ କରିଛି।

ସେ କହିଛନ୍ତି ଯେ ରାଷ୍ଟ୍ରୀୟ ସମାଜରେ ଏପରି ଶକ୍ତି ଏବଂ ବିଶ୍ୱାସ ଜାଗ୍ରତ ହେବାର କାରଣ ହେଉଛି ସଂଘ ସାଧନା ଯାତ୍ରାର ଶହେ ବର୍ଷ। ଆଜି ସମୟ ଆସିଛି ଯେ ସାମାଜିକ ଜୀବନର ପ୍ରତ୍ୟେକ କ୍ଷେତ୍ରର ପ୍ରତ୍ୟେକ ବ୍ୟକ୍ତି ଏପରିକି ସମାଜର ଶେଷ ବ୍ୟକ୍ତିକୁ ମଧ୍ୟ ଦେଶର ହିତ ପାଇଁ ସକ୍ରିୟ କରିବାକୁ ହେବ । ଏହା ହେଉଛି ସଂଘର ସଂକଳ୍ପ। ସଂଘ ଶତାଦ୍ଧୀ ବର୍ଷରେ ସଂଘ ପ୍ରତ୍ୟେକ ଘରେ ପହଞ୍ଚିବାକୁ ଚେଷ୍ଟା କରିବ ଏବଂ ସମାଜରେ ପାଞ୍ଚଟି ପରିବର୍ତ୍ତନ ମାଧ୍ୟମରେ ବ୍ୟାପକ ପରିବର୍ତ୍ତନର ବାହକ ପ୍ରମାଣିତ ହେବ।

Leave a Reply

Your email address will not be published. Required fields are marked *