ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଜବ ଦାବି । ବିଶ୍ୱର ଅନେକ ମୋର୍ଚ୍ଚାରେ ଯୁଦ୍ଧ ବନ୍ଦ୍ କରିବାରେ ତାଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ଏହାରି ଭିତରେ ପାକିସ୍ତାନ ସରକାର ୨୦୨୬ ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପଙ୍କ ନାମକୁ ଆନୁଷ୍ଠାନିକ ଭାବେ ପ୍ରସ୍ତାବ ଦେଇଛନ୍ତି ।
ପାକିସ୍ତାନ ଏକ ବିବୃତ୍ତିରେ କହିଛି ଯେ ୨୦୨୫ ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସମୟରେ ଟ୍ରମ୍ପଙ୍କ ଭୂମିକା ଥିଲା ବେଶ୍ ଗୁରୁତ୍ୱପୂର୍ଣ୍ଣ । ନିର୍ଣ୍ଣାୟକ କୂଟନୈତିକ ହସ୍ତକ୍ଷେପ ଓ ଗୁରୁତ୍ୱପୂର୍ଣ୍ଣ ନେତୃତ୍ୱ ଯୋଗୁଁ ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପଙ୍କ ନାମ ପ୍ରସ୍ତାବ କରିବାକୁ ନିଷ୍ପତ୍ତି ନିଆଯାଇଛି।
ପାକିସ୍ତାନ ଭାରତ ସହିତ ଯୁଦ୍ଧବିରତି ଆଣିବା ପାଇଁ ଟ୍ରମ୍ପଙ୍କ ହସ୍ତକ୍ଷେପକୁ ପ୍ରଶଂସା କରିଛି । ବିବୃତ୍ତିରେ କୁହାଯାଇଛି ଯେ ଟ୍ରମ୍ପଙ୍କ ପ୍ରୟାସ ଯୋଗୁଁ ଏକ ଯୁଦ୍ଧବିରତି ହୋଇଥିଲା, ଯାହା ଯୁଦ୍ଧର ଏକ ବଡ଼ ବିପଦକୁ ଏଡାଇ ଦେଇଥିଲା। ସେ ଏହି ପୁରସ୍କାରର ପ୍ରକୃତ ଯୋଗ୍ୟ।